ଖ୍ରୀଷ୍ଟଙ୍କ ପ୍ରତି ପଦକ୍ଷେପ

4/14

ଅନୁତାପ

ମନୁଷ୍ୟ କେଉଁ ଉପାୟରେ ଈଶ୍ବରଙ୍କ ସହ ଯଥାର୍ଥ ବୋଲି ଗଣିତ ହେବ ? ପାପୀ କିପରି ଧାର୍ମିକପଣ ଲାଭ କରିପାରିବ ? ତାହା କେବଳ ଖ୍ରୀଷ୍ଟଙ୍କ ଦେଇ ଆମ୍ଭେମାନେ ପବିତ୍ର ଈଶ୍ଵରଙ୍କ ସହ ମିଳିତ ହେବାକୁ ପାରିବା କିନ୍ତୁ ଖ୍ରୀଷ୍ଟଙ୍କ ନିକଟକୁ କେଉଁ ଉପାୟରେ ଆମ୍ଭେମାନେ ଆସିପାରିବା ? ଯୀଶୁଙ୍କ ପ୍ରେରିତମାନଙ୍କ ସମୟରେ ପବିତ୍ର ଆତ୍ମା ପେ କୋଷ୍ଟ ପର୍ବଦିନ ସେମାନଙ୍କ ଉପରେ ଅବତରଣ କଲେ ଏବଂ ସେହିଦିନ ପ୍ରେରିତମାନଙ୍କ ସୁସମାଚାର ପ୍ରଚାରରେ ଅସଂଖ୍ୟ ଲୋକେ ପାପର ଭାର ହୃଦୟରେ ବୋଧ କରି ପ୍ରଶ୍ନ କଲେ, “ଭାଇମାନେ ଆମ୍ଭେମାନେ କ’ଣ କରିବା ? ଯୀଶୁଙ୍କ ଶିଷ୍ୟପିତର କହିଲେ ପ୍ରଥମ ପଦ “ମନ ଫେରଣ ବା ଅନୁତାପ କରନ୍ତୁ” ଏବଂ ଅନ୍ବେଷଣ ପରେ ସେ ଉଚ୍ଚାରଣ କରି କହିଲେ, ” ମନ ଫେରଣ କରନ୍ତୁ ଓ ନିଜ ନିଜର ପାପ କ୍ଷମା ନିମନ୍ତେ ମନ ବଦଳାଇ ଫେରି ଆସନ୍ତୁ । (ପ୍ରେରିତ ୨:୩୮, ୩:୧୯) ଖ୍ରୀପ 15.1

ଅନୁତାପ ବା ମନ ଫେରଣର ବିଶେଷ ଅର୍ଥ ପାପ ନିମନ୍ତେ ଦୁଃଖିତ ହେବା ଓ ତାହାଠାରୁ ପଳାୟନ କରିବା ପାପର ପାପୀଷ୍ଠତା ଦୃଷ୍ଟିଗୋଚର ନ ହେଲେ ଆମ୍ଭେମାନେ କଦାପି ତାହା ତ୍ୟାଗ| କରିପାରିବା ନାହିଁ ଆଉ ଆନ୍ତରିକଭାବେ ହୃଦୟର ପରିବର୍ତ୍ତନ ନ ହେଲେ ଜୀବନର ପ୍ରକୃତ ପରିବର୍ତ୍ତନ ଆସି ନ ଥାଏ । ଖ୍ରୀପ 15.2

ଅନେକେ ଏହି ମନ ଫେରଣର ପ୍ରକୃତ ଅବସ୍ଥା ବୁଝି ପାରିନଥାନ୍ତି । ଅନେକେ ପାପଲାଗି ଦୁଃଖିତ ହୋଇଥାନ୍ତି । ଏବଂ ବାହ୍ୟଭାବେ କିଛି ସଂସ୍କାର ମଧ୍ୟ କରିଥାନ୍ତି କାରଣ ସେମାନଙ୍କର ଏହି ପାପ କାଳେ କିଛି ସେମାନଙ୍କ ଉପରେ ଦୁଃଖ କ୍ଲେଶ ଆଣିପାରେ ବୋଲି ଭୟ କରନ୍ତି । ପବିତ୍ର ବାଇବଲର ଶିକ୍ଷାନୁସାରେ ଏହା ଅନୁତାପ ବା ମନ ଫେରଣ ନୁହେଁ । ସେମାନେ ଦୁଃଖ କ୍ଲେଶ ନିମନ୍ତେ ଲୁହ ବୁହାଇ ଥାଆନ୍ତି କିନ୍ତୁ ପାପକୁ ଘୃଣା କରି ପରିତ୍ୟାଗ କରନ୍ତି ନାହିଁ । ଯାକୁବଙ୍କ ଭ୍ରାତା ଏଷୌ ଯେତେବେଳେ ବୁଝିଲେ ଯେ, ତାହାଙ୍କ ଜନ୍ମଗତ ଅଧିକାର ସଦାକାଳ ନିମନ୍ତେ ଅପହୃତ ହୋଇଛି, ସେ ଦୁଃଖ ପ୍ରକାଶ କଲେ । ଆଉ ବାଲାମଙ୍କ ସମ୍ପର୍କରେ ଉକ୍ତ ଅଛି, ସେ ଯାତ୍ରା କରୁଥିବା ବେଳେ ପଥ ମଧ୍ୟରେ ମୁକ୍ତ ଖଡ୍ଗଗ ଧରି ଜଣେ ଦୂତକୁ ଠିଆ ହେବା ଦେଖି ଅତ୍ୟନ୍ତ ଭୟ କଲେ । ସେ ପାପ ଲାଗି ଦୁଃଖିତ ହେଲେ, ନଚେତ୍ ପ୍ରାଣ ହରାଇଥାନ୍ତେ ତଥାପି ପାପ ନିମନ୍ତେ ସତ୍ୟ ଅନୁତାପ କିମ୍ବା ମନ ଫେରଣ କଲେ ନାହିଁ, ଅନୁଶୋଚନାର ଉଦ୍ଦେଶ୍ୟ ନାହିଁ, ପାପ ପ୍ରତି ଘୃଣା ନାହିଁ । ଆଉ ମଧ୍ୟ ଦେଖନ୍ତୁ ଯୀଶୁଙ୍କର ଜଣେ ଶିଷ୍ୟ ଇଷ୍କାରିତିୟ ଯିହୂଦା ପ୍ରଭୁଙ୍କୁ ବିଶ୍ଵାସ ଘାତକତା କରି ପରେ ଡ଼ାକ ଦେଇ କହିଲେ ” ମୁଁ ପାପ କରିଅଛି, ମୁଁ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ମୃତ୍ୟୁରେ ସମର୍ପଣ କରିଅଛି ।” (ମାଥିଉ ୨୭:୪) । ଖ୍ରୀପ 15.3

ଯାହୁଦାର ଦୋଷୀକୃତ ବିବେକ ତାହାଙ୍କୁ ଦୋଷୀ କରିବା ଫଳରେ ଓ ଆଗାମୀ ଈଶ୍ବରଙ୍କ ବିଚାରକୁ ଭୟକରି ସେ ଏହିପରି ସ୍ଵୀକାରୋକ୍ତି କରିବାକୁ ବାଧ୍ୟ ହୋଇଥିଲେ । ତାହାର ଚିନ୍ତାଧାରାରେ ଭୟାବହ ପୀଡ଼ା ହେବାରୁ ସେ ଏହିପରି ସ୍ବୀକାର କରିଥିଲେ କିନ୍ତୁ ତାହା ଈଶ୍ବରଙ୍କ ପୁତ୍ରଙ୍କୁ ବିଶ୍ବାସ ଘାତକତା କରୁଥିବା ଯୋଗୁଁ ତାହାର ଦୁଃଖ ଆତ୍ମାର ଗଭୀର ଅନ୍ତରାଳରୁ ହୋଇ ନ ଥିଲା । ସେ ଇଶ୍ରାୟେଲର ପବିତ୍ର ଜନଙ୍କୁ ନାସ୍ତି କରି ନ ଥିଲେ କି ? ଏତାଦୃଶ ମିଶରର ରାଜା ଫାରୋ ଈଶ୍ବରଙ୍କ ବିଚାର ବୁଝି ବଡ଼ ଦୁଃଖତ ହେଲେ । ସେ ଆଉ ଅଧିକ ଦଣ୍ଡଭୋଗ କରିବେ ବୋଲି ଭୟରେ କମ୍ପିଉଠିଲେ । କିନ୍ତୁ ମାରୀ ସମୂହ ଦୁର ହୁଅନ୍ତେ ସେ ସ୍ଵର୍ଗସ୍ଥ ପିତା ପରମେଶ୍ବରଙ୍କୁ ଅନ୍ୟାନ୍ୟ କଲେ । ଏମାନେ ସମସ୍ତେ ପାପ ହେତୁ ରୋଦନ କଲେ, କିନ୍ତୁ ପାପ ନିମନ୍ତେ ପ୍ରକୃତରେ ଦୁଃଖିତ ହୋଇ ନ ଥିଲେ । ଖ୍ରୀପ 15.4

ପରମେଶ୍ବରଙ୍କ ପବିତ୍ରାତ୍ମାଙ୍କ ପ୍ରଭାବରେ ହୃବୟ ପ୍ରଭାବିତ ହେଲେ ବିବେକ ବିଚଳ ହୁଏ ଏବଂ ପାପୀ ପରମେଶ୍ବରଙ୍କ ପବିତ୍ର ବ୍ୟବସ୍ଥାର ପବିତ୍ରତା ବୁଝିପାରେ । ତାହା ସ୍ଵର୍ଗ ଓ ପୃଥିବୀର ଭିତ୍ତିମୂଳ ବୋଲି ହୃଦୟଙ୍ଗମ କରିପାରିବ । “ଯେଉଁ ସତ୍ୟ ଜ୍ୟୋତିଃ ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ । (ଯୋହନ ୧:୯) ଏହି ସତ୍ୟତା ଆତ୍ମାର ଅତି ନିଗୁଢ଼ କୋଠରୀ ଗୁଡ଼ିକକୁ ଆଲୋକିତ କରେ ଏବଂ ଅନ୍ଧକାରର ଗୁପ୍ତ ବିଷୟ ଗୁଡ଼ିକ ପ୍ରକାଶ୍ୟରେ ଦେଖାଇଦିଏ । ମନ ଏବଂ ହୃଦୟରେ ଦୃଢ଼ ଓ ଅଟଳ ବିଶ୍ୱାସ ଜାଗିଉଠେ । ପାପୀର ଅନ୍ତଃକରଣରେ ମହାନ୍ ପିତା ପରମେଶ୍ବରଙ୍କ ଧାର୍ମିକପଣ ଜ୍ଞାନରହିଛି ଏବଂ ତାହାଙ୍କ ଛାମୁରେ ଠିଆହେବାକୁ ସେ ଭୟକରେ । ତାହାରଦୁର୍ବଳତା ଓ ମଳିନ ସ୍ଵଭାବସହ ସେ ତାହାଙ୍କ ଛାମୁକୁଯିବାକୁ ନାରାଜହୁଏ, କାରଣ ପରମେଶ୍ବର ମନୁଷ୍ୟର ଅନ୍ତଃକରଣ ଅନୁସନ୍ଧାନ କରନ୍ତି । ମନୁଷ୍ୟ ବାହ୍ୟ ବିଷୟ ଦେଖେ କିନ୍ତୁ ପରମେଶ୍ବର ମନୁଷ୍ୟର ଅନ୍ତଃକରଣ ପରୀକ୍ଷା କରନ୍ତି । ସେ ଦେଖନ୍ତି, ଈଶ୍ବରଙ୍କ ପ୍ରେମ, ପବିତ୍ରତାର ସୌନ୍ଦର୍ଯ୍ୟ, ନିର୍ମଳତାର ଆନନ୍ଦ । ସେ ପରିଷ୍କୃତ ହେବାକୁ ଅପେକ୍ଷା କରନ୍ତି ଏବଂ ସ୍ଵର୍ଗ ସହ ପୁନଃ ସମ୍ବନ୍ଧ ରଖିବାକୁ ଚାହାନ୍ତି । ଖ୍ରୀପ 16.1

ଦାଉଦ ତାହାଙ୍କ ବ୍ୟଭିଚାର ଦୋଷରେ ଦୋଷୀ ହେବା ପରେ, ସେ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରନ୍ତି ଏବଂ ତାହା ଏକ ମହାନ ଶିକ୍ଷା ଆମ୍ଭମାନଙ୍କୁ ଦିଏ । ଏହି ଘଟଣାରେ ଦାଉଦଙ୍କ ପାପ ପ୍ରତି ପ୍ରକୃତ ଦୁଃଖ ପ୍ରକାଶିତ ହୁଏ । ତାହାଙ୍କର ଅନୁତାପ ନିତାନ୍ତ ଆନ୍ତରିକ, ନିଷ୍କପଟ ଏବଂ ଗଭୀର ଥିଲା । ସେ ତାହାଙ୍କ ଦୋଷକୁ ଆଚ୍ଛାଦନ କରିବାକୁ ଯତ୍ନ କରନ୍ତି ନାହିଁ, କିମ୍ବ। ପରମେଶ୍ବରଙ୍କ ଦଣ୍ଡନୀୟ ବିଚାରରୁ ସେ ବିମୁକ୍ତ ହେବାକୁ ଚାହାନ୍ତି ନାହିଁ । ଏଣୁ ସେ ପିତା ଈଶ୍ଵରଙ୍କୁ ଏଇ ପ୍ରାର୍ଥନା କରନ୍ତି । ଦାଉଦ ତାହାଙ୍କ ଦୁର୍ବଳତାରେ ପରମେଶ୍ୱରଙ୍କ ବିରୁଦ୍ଧରେ ଘୋର ବିରୁଦ୍ଧାଚରଣ କରିଛନ୍ତି ବୋଲି ଜ୍ଞାତ ହେଲେ, ତାହାଙ୍କ ଆତ୍ମାର ଭ୍ରଷ୍ଟତା ଜାଣି ପାରିଲେ ଏବଂ ପାପକୁ ଘୃଣାକଲେ, ସେ ତାହାଙ୍କ ପ୍ରାର୍ଥନାରେ ପାପ କ୍ଷମା ନିମନ୍ତେ ବୀନିତ ନିବେଦନଯେ କଲେ ତାହା ନୁହେଁ, ମାତ୍ର ଆତ୍ମାର ନିର୍ମଳତା ପାଇଁ ଭିକ୍ଷା କଲେ । ଆଉ ସେ ପବିତ୍ରତାର ଆନନ୍ଦ ପାଇଁ ଗଭୀର ଆକାଂକ୍ଷା କଲେ ଯେପରି ସେ ପିତା ଈଶ୍ବରଙ୍କ ସହ ଏକାନ୍ତ ସହଯୋଗ ଏବଂ ସମ୍ବନ୍ଧ ପୁନଃ ପ୍ରାପ୍ତ ହୋଇପାରିବେ । ଏହା ଆତ୍ମାର ଭାଷା ଅଟେ । ” ଯାହାର ଅପରାଧ କ୍ଷମା, ଯାହାର ପାପ ଆଚ୍ଛାଦିତ ହୋଇଅଛି, ସେ ଧନ୍ୟ । ସଦା ପ୍ରଭୁ ଯାହା ପ୍ରତି ଅଧର୍ମର ଆରୋପ ନ କରନ୍ତି ଓ ଯାହାର ଆତ୍ମାରେ ପ୍ରବଜ୍ଞନା ନାହିଁ, ସେ ଧନ୍ୟ ।” (ଗୀତସଂହିତା ୩୨:୧, ୨) “ହେ ପରମେଶ୍ଵର, ଆପଣା ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋ ପ୍ରତି ଦୟାକର; ଖ୍ରୀପ 16.2

ତୁମ୍ଭ କୃପାର ବାହୁଲ୍ୟ ଅନୁସାରେ ମୋହର ଅଧର୍ମ ମାର୍ଜନା କର ।
ମୋ ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର, ଓ ମୋ ପାପରୁ ମୋତେ ଶୁଚିକର ।
କାରଣ ମୁଁ ଆପଣା ଅଧର୍ମ ସ୍ଵୀକାର କରୁଅଛି; ଓ ପାପ ସର୍ବଦା ମୋ ସମ୍ମୁଖରେ ଅଛି ।
ମୁଁ ତୁମ୍ଭ ବିରୁଦ୍ଧରେ, କେବଳ ତୁମ୍ଭ ବିରୁଦ୍ଧରେ ପାପ କରିଅଛି,
ଆଉ ତୁମ ଦୃଷ୍ଟିରେ ଯାହା ମନ୍ଦ, ତାହାହିଁ କରିଅଛି;
ତେଣୁ ତୁମ୍ଭେ କଥା କହିବା ବେଳେ ଧାର୍ମିକ ଓ ବିଚାର କରିବାବେଳେ ନିର୍ଦ୍ଦୋଷ ହେବ ।
ଖ୍ରୀପ 17.1

ଦେଖ, ଅପରାଧରେ ମୁଁ ନିର୍ମିତ ହେଲି; ଓ ପାପରେ ମୋ ମାତା ମୋତେ ଗର୍ଭରେ ଧାରଣ କଲା । ଦେଖ, ତୁମ୍ଭେ ଅନ୍ତରରେ ସତ୍ୟତା ଲୋଡୁଅଛ; ପୁଣି ତୁମେ ଗୂଢ଼ ସ୍ଥାନରେ ମୋତେ ଜ୍ଞାନଶିକ୍ଷା ଦେବ । ଏସୋବ ଦେଇ ମୋତେ ନିର୍ମଳ କର, ତହିଁରେ ମୁଁ ଶୁଚି ହେବି: ଖ୍ରୀପ 17.2

ମୋତେ ପ୍ରକ୍ଷାଳନ କର, ତହିଁରେ ମୁଁ ହିମଠାରୁ ଶୁକ୍ମ ହେବି । ଖ୍ରୀପ 17.3

ମୋତେ ଆହ୍ଲାଦ ଓ ଆନନ୍ଦଜନକ ବାକ୍ୟ ଶୁଣାଅ । ତହିଁରେ ତୁମ୍ଭଦ୍ବାରା ଭଗ୍ନ ଅସ୍ଥିସବୁ ପ୍ରଫୁଲ୍ଲ ହେବ । ମୋ ପାପ ସମୂହ ପ୍ରତି ଆପଣା ମୁଖ ଆଚ୍ଛାଦନ କର ଓ ମୋ ଅପରାଧକୁ ମାର୍ଜନା କର । ଖ୍ରୀପ 17.4

ହେ ପରମେଶ୍ଵର, ମୋ ଅନ୍ତରରେ ଶୁଚି ଅନ୍ତକରଣ ସୃଷ୍ଟିକରି ଓ ମୋ ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର । ତୁମ୍ଭ ଛାମୁରୁ ମୋତେ ଦୂର କରନାହିଁ ଓ ତୁମ୍ଭ ପବିତ୍ର ଆତ୍ମା ମୋ ଠାରୁ ନିଅନାହିଁ । ଖ୍ରୀପ 17.5

ତୁମ୍ଭ ପରିତ୍ରାଣର ଆନନ୍ଦ ପୁନର୍ବାର ମୋତେ ଦିଅ ଓ ସ୍ଵଛନ୍ଦ ଆତ୍ମା ଦେଇ ମୋତେ ଧରିରଖ । ଖ୍ରୀପ 17.6

ତହିଁରେ ମୁଁ ଅପରାଧିମାନଙ୍କୁ ତୁମ୍ଭର ପଥ ଶିଖାଇବି ଓ ପାପୀମାନେ ତୁମ୍ଭପ୍ରତି ଫେରିବେ। ହେ ପରମେଶ୍ବର, ମୋ ପ୍ରାଣର ପରମେଶ୍ବର, ତୁମ୍ଭେ ମୋତେ ରକ୍ତପାତ ଦୋଷରୁ ଉଦ୍ଧାର କର: “ତହିଁରେ ମୋହର ଜିହ୍ୱା ତୁମ ଧର୍ମ ବିଷୟ ଉଚ୍ଚୈଶ୍ୱରରେ ଗାନ କରିବ ।” (ଗୀତସଂହିତା ୫୧:୧—୧୪) ଖ୍ରୀପ 17.7

ଏପରି ମନଫେରଣ ପ୍ରାପ୍ତ ହେବା ଆମ୍ଭମାନଙ୍କ ନିଜ ଶକ୍ତି ଉପରେ ନିର୍ଭର କରେ ନାହିଁ; ତାହା କେବଳ ଖ୍ରୀଷ୍ଟଙ୍କଦେଇ ପାଇପାରିବା, କାରଣ ସେ ସ୍ଵର୍ଗକୁ ଆରୋହଣ କରିଥିବା ଯୋଗୁଁ ଏହି ପ୍ରକାର ବରଦାନ ସବୁ ଦେବାକୁ ସକ୍ଷମ ଅଟନ୍ତି । ଖ୍ରୀପ 17.8

ଏହି ସ୍ଥଳ ଆମ୍ଭେମାନେ ଗୋଟିଏ କଥା ମନେ ରଖିବା ଉଚିତ୍, କାରଣ ଖ୍ରୀଷ୍ଟ ସାହାଯ୍ୟ କରିବାକୁ ଇଚ୍ଛୁକ ହେଲେ ସୁଦ୍ଧା ଅନେକେ ତାହା ଗ୍ରହଣ କରି ନଥାନ୍ତି । ସେମାନେ ବିବେଚନା କରିଥାନ୍ତି ଯେ, ମନଫେରଣ ନକଲେ ଖ୍ରୀଷ୍ଟଙ୍କ ପାଖକୁ ଆସିପାରନ୍ତି ନାହିଁ । ଆଉ ସେହି ମନଫେରଣ ସେମାନଙ୍କୁ ସେମାନଙ୍କ ପାପ କ୍ଷମା ପାଇଁ ପ୍ରସ୍ତୁତ କରିଥାଏ । ଏହା ସତ୍ୟ, ଯେ, କ୍ଷମା ପୂର୍ବ ମନଫେରଣ ନିତାନ୍ତ ଆବଶ୍ୟକ, କେବଳ ଭଗ୍ନ ଓ ଅନୁତପ୍ତ ଅନ୍ତଃକରଣ ତ୍ରାଣକର୍ତ୍ତା (ଯୀଶୁଖ୍ରୀଷ୍ଟ)ଙ୍କୁ ପ୍ରୟୋଜନ ବୋଲି ଭାବିଥାଏ । କିନ୍ତୁ ଏପରି ସ୍ଥଳେ କ’ଣ ଜଣେ ପାପୀ ଅନୁତପ୍ତ ହୋଇ ମନ ନ ଫେରାଇଲା ପର୍ଯ୍ୟନ୍ତ ଯୀଶୁଙ୍କ ପାଖକୁ ଆସିବାକୁ ଅପେକ୍ଷା କରିବ ? ମନଫେରଣ କ’ଣ ପାପୀ ଏବଂ ତ୍ରାଣକର୍ତ୍ତା ଯୀଶୁଙ୍କ ମଧ୍ୟରେ ପ୍ରତିବନ୍ଧକ ହୋଇ ରହିବ ? ଖ୍ରୀପ 18.1

ପବିତ୍ର ବାଇବଲ୍ ଏପରି ଶିକ୍ଷା ଦିଏନାହିଁ ଯେ, ଖ୍ରୀଷ୍ଟଙ୍କ ଆହ୍ମାନ ଗ୍ରହଣ କରିବା ପୂର୍ବେ, ମନଫେରଣ କରିବା ବାଞ୍ଛାନୀୟ ଅଟେ । ତାହାଙ୍କ ଆହ୍ୱାନ ଶୁଣନ୍ତୁ, ” “ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି ।” (ମାଥିଉ ୧୧:୨୮) କେବଳ ଖ୍ରୀଷ୍ଟଙ୍କର ଶକ୍ତି ସତ୍ୟ ମନଫେରଣ ନିମନ୍ତେ ପାପୀକୁ ପଥ କଢ଼ାଇଥାଏ । ଖ୍ରୀଷ୍ଟଙ୍କର ଶିଷ୍ୟ ପିତର ଏହିକଥା ଅତି ସରଳ ଭାବରେ ଶିକ୍ଷା ଦିଅନ୍ତି, “ପୁଣି ସେ ଯେପରି ଇଶ୍ରାୟେଲକୁ ମନ ପରିବର୍ତ୍ତନ ଓ ପାପକ୍ଷମା ଦାନ କରନ୍ତି । ଏଥି ନିମନ୍ତେ ଈଶ୍ବର ଆପଣା ଦକ୍ଷିଣ ହସ୍ତଦ୍ବାରା ତାହାଙ୍କୁ ଅଧିପତି ଓ ତ୍ରାଣକର୍ତ୍ତା ସ୍ବରୁପ ଉନ୍ନତ କରିଅଛନ୍ତି ।” (ପ୍ରେରିତ ୫:୩୧) ଖ୍ରୀଷ୍ଟଙ୍କ ଆତ୍ମାଙ୍କ ସାହାଯ୍ୟରେ ଆମ୍ଭେମାନେ ବିବେକକୁ ସଜାଗ ନକଲେ କଦାପି ପାପକ୍ଷମା ପାଇପାରିବ ନାହିଁ । ଖ୍ରୀପ 18.2

ପ୍ରତ୍ୟେକ ଉତ୍ତମ ପ୍ରେରଣା ନିମନ୍ତେ ଖ୍ରୀଷ୍ଟ ହିଁ ଉତ୍ପତ୍ତିସ୍ଥଳ ଅଟନ୍ତି । ପାପ ବିରୁଦ୍ଧରେ ଶତୃତା ବୀଜ ସେହି କେବଳ ରୋପଣ କରିପାରନ୍ତି । ସତ୍ୟ ଓ ନିର୍ମଳ ଚିନ୍ତା ନିମନ୍ତେ, ଆପଣା ପାପ ବିରୁଦ୍ଧରେ ଦୃଢ଼ ଧାରଣା, ଆମ୍ଭମାନଙ୍କ ହୃଦୟରେ କେବଳ ଖ୍ରୀଷ୍ଟଙ୍କ ଆତ୍ମା ଏସବୁ ନିମନ୍ତେ କାର୍ଯ୍ୟ କରନ୍ତି । ଖ୍ରୀପ 18.3

ଯୀଶୁ କହିଅଛନ୍ତି, ” ଆଉ ମୁଁ ଯଦି ପୃଥିବୀର ଉର୍ଦ୍ଧକୁ ଉଥିତ ହେବି ତାହାହେଲେ ସମସ୍ତଙ୍କୁ ଆପଣା ନିକଟକୁ ଆକର୍ଷଣ କରିବି ।” (ଯୋହନ ୧୨:୩୨) ପାପୀମାନଙ୍କ ନିମନ୍ତେ ଯୀଶୁ ତ୍ରାଣକର୍ତ୍ତା ରୂପେ ଆସିଲେ ଓ ଜଗତର ପାପ ନିମନ୍ତେ ପ୍ରାଣତ୍ୟାଗ କଲେ, ଏହି ସତ୍ୟତା ପ୍ରକାଶିତ ହେବା ପ୍ରୟୋନ ଅଟେ । ଯେତେବେଳେ ଆମ୍ଭେମାନେ ପ୍ରାଣସାଧନ ନିମନ୍ତେ କାଲବରୀ କୃଶ ଉପରେ ଯୀଶୁଙ୍କୁ ଦେଖି, ସେତେବେଳେ ପ୍ରାଣ ସାଧନର ରହସ୍ୟ ପାପୀର ଅନ୍ତଃକରଣରେ ପ୍ରକାଶ ପାଇବାକୁ ଆରମ୍ଭ କରେ ଓ ଈଶ୍ୱରଙ୍କ ଉତ୍ତମତା ଆମ୍ଭମାନଙ୍କୁ ମନଫେରଣ କରିବାକୁ ପଥ କଢ଼ାଇନିଏ । ପ୍ରାଣଦେବା ଦ୍ବାରା ଯୀଶୁଙ୍କ ମହାନ୍ ପ୍ରେମ ପାପୀ ବୁଝିପାରେ ନାହିଁ । ଯେତେବେଳେ ପାପୀ ଏହି ପ୍ରେମକୁ ଦେଖେ ସେତେବେଳେ ତାହାର ଅନ୍ତଃକରଣ କୋମଳ ହୁଏ, ତାହାର ମନରେ ତାହା ଅଙ୍କିତ କରେ ଏବଂ ଆତ୍ମାରେ ଅନୁତାପ କରିବାକୁ ପ୍ରେରଣା ଯୋଗାଏ । ଖ୍ରୀପ 18.4

ଏହା ସତ ଯେ, ମନୁଷ୍ୟମାନେ ଅନେକ ସମୟରେ ସେମାନଙ୍କ ପାପୀଷ୍ଠ ମାର୍ଗ ସମ୍ବନ୍ଧରେ ଲଜ୍ଜାପାଇ ସେମାନଙ୍କ କେତେକ ମନ୍ଦ ଆଚରଣ ପରିତ୍ୟାଗ କରିଥାନ୍ତି । ସେମାନେ ଖ୍ରୀଷ୍ଟଙ୍କ ନିକଟକୁ ଆକୃଷ୍ଟ ହେବା ପୂର୍ବେ ଏହି ଚେତନା ଆସିଥାଏ । ଯେତେବେଳେ ସେମାନେ ଆନ୍ତରିକ ଭାବେ ଆପଣାକୁ ସଂସ୍କାର କରି ଉତ୍ତମ ଓ ଠିକ୍ କର୍ମ କରିବାକୁ ଚେଷ୍ଟା କରନ୍ତି, ସେତେବେଳେ ବୁଝିବାକୁ ହେବ ଯେ, ଖ୍ରୀଷ୍ଟଙ୍କ ଶକ୍ତି ସେମାନଙ୍କୁ ଆକୃଷ୍ଟ କରୁଅଛି । ଫଳରେ ଅଜ୍ଞାତ ଭାବେ ଏକ ଶକ୍ତି ଆତ୍ମା ଉପରେ ପ୍ରଭାବ ବିସ୍ତାର କରେ ଏବଂ ବିବେକ ସକ୍ରିୟ ହୁଏ । ବାହ୍ୟ ଜୀବନରେ ସଂସ୍କୃତି ପରିଲକ୍ଷିତ ହୁଏ । ଆଉ ଖ୍ରୀଷ୍ଟ ଯେତେବେଳେ ସେମାନଙ୍କ ଦୃଷ୍ଟି କୃଶଆଡ଼କୁ ଆକର୍ଷଣ କରନ୍ତି ଓ ସେମାନେ ଯେତେବେଳେ ଖ୍ରୀଷ୍ଟଙ୍କ କ୍ଷତ-ବିକ୍ଷତ ଶରୀରକୁ ଦୃଷ୍ଟିପାତ କରନ୍ତି ସେତେବେଳେ ଖ୍ରୀଷ୍ଟଙ୍କ ବ୍ୟବସ୍ଥା ସେମାନଙ୍କ ବିବେକରେ ଜାଗ୍ରତ ହୋଇଉଠେ। ଫଳରେ ସେମାନଙ୍କ ଜୀବନର ଦୁଷ୍ଟତା, ଆତ୍ମାରେ ଲୁକ୍କାୟିତ ଥିବା ଗୁପ୍ତ ପାପ ପ୍ରକାଶିତ ହୁଏ । ଖ୍ରୀଷ୍ଟଙ୍କର ଧାର୍ମିକତାକୁ ସେମାନେ ବୁଝିପାରନ୍ତ ଓ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କରନ୍ତି “ପାପ କ’ଣ ଯେ ତାହାର ମୁକ୍ତି ନିମନ୍ତେ ଏପରି ବଳିଦାନ ଆବଶ୍ୟକ ?” ଏହିସବୁ ପ୍ରେମ, କ୍ଲେଶଭୋଗ, ଅପମାନ ଦ୍ବାରା ଆମେ ଯେ ବିନଷ୍ଟ ନହୋଇ ଅନନ୍ତ ଜୀବନ ପାଇବା, ଏହା ଦାବୀ କରେ ନାହିଁ କି ? ଖ୍ରୀପ 18.5

ପାପୀ ଜୀବନରେ ଏପରି ପ୍ରେମକୁ ପ୍ରତିରୋଧ କରିପାରେ ଓ ଖ୍ରୀଷ୍ଟଙ୍କ ପାଖକୁ ଆସିବାକୁ ଇଚ୍ଛା କରେନାହିଁ । ଯଦି ସେ ପ୍ରତିରୋଧ ନ କରେ ତେବେ ସେ ଯୀଶୁଙ୍କ ନିକଟକୁ ଆସିପାରିବ । ତାହାର ମନଫେରଣ ନିମନ୍ତେ ତ୍ରାଣର ଯୋଜନା କୃଶର ପାଦ ନିକଟକୁ କଢ଼ାଇ ନିଏ କାରଣ ଏଥିଲାଗି ଈଶ୍ଵରଙ୍କ ପ୍ରିୟପୁତ୍ର କଷ୍ଟ ଭୋଗକଲେ । ଖ୍ରୀପ 19.1

ଅନ୍ୟ ପକ୍ଷରେ, ପ୍ରକୃତିର ବସ୍ତୁ ଦେଇ ଈଶ୍ଵର ମନୁଷ୍ୟମାନଙ୍କ ଅନ୍ତଃକରଣରେ କଥା କହନ୍ତି ଓ ଜାଗତିକ କୌଣସି ବସ୍ତୁ ସେମାନଙ୍କୁ ସନ୍ତୁଷ୍ଟ କରିପାରେ ନାହିଁ କିନ୍ତୁ ପରମେଶ୍ଵରଙ୍କ ଆତ୍ମା ଶାନ୍ତି ଓ ବିଶ୍ରାମ ନିମନ୍ତେ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ପବିତ୍ରତାର ଆନନ୍ଦ ଅନୁସନ୍ଧାନ କରିବା ସପକ୍ଷରେ କହିଥାନ୍ତି । ଜ୍ଞାତରେ କିମ୍ବା ଅଜ୍ଞାତରେ, ତ୍ରାଣକର୍ତ୍ତା ଅନବରତ ପାପୀଷ୍ଠ ଅଭିଳାଷରୁ ଆମ୍ଭମାନଙ୍କ ମନକୁ ଆକର୍ଷଣ କରିବାକୁ କାର୍ଯ୍ୟ କରୁଅଛନ୍ତି । ଯେଉଁ ସବୁ ଆତ୍ମା (ମନୁଷ୍ୟମାନେ) ଜାଗତିକ ଭଗ୍ନ ପାତ୍ରରୁ ପାନ କରିବାକୁ ଇଚ୍ଛୁକ, ଈଶ୍ବରୀୟ ବଚନ ସେମାନଙ୍କୁ ଆହ୍ବାନ କରେ, “ଯେ ତୃଷା , ସେ ଆସୁ; ଯେ ଇଚ୍ଛାକରେ, ସେ ବିନା ମୂଲ୍ୟରେ ଜୀବନଦାୟକ ଜଳପାନ କରୁ ।” (ପ୍ରକାଶିତ ବାକ୍ୟ ୨୨; ୧୭) ଖ୍ରୀପ 19.2

ଯେତେବେଳେ ତୁମ୍ଭ ଅନ୍ତଃକରଣରେ କୌଣସି ଉତ୍ତମ ବସ୍ତ୍ର ପାଇବାକୁ ଇଚ୍ଛା ଉତ୍ପନ୍ନ ହୁଏ, ସେତେବେଳେ ବୁଝିବାକୁ ହେବ ଯେ, ଏହା ଈଶ୍ବରଙ୍କ ପ୍ରେରଣା ଅଟେ । ଅନୁତାପ ପ୍ରଦାନ କରିବାକୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଈଶ୍ବରଙ୍କ ସିଦ୍ଧ ଓ ଅସୀମ ପ୍ରେମ ବୁଝିବାକୁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କର । ପରମେଶ୍ବରଙ୍କୁ ପ୍ରେମ, ତାହାଙ୍କ ଆତ୍ମାର ଜୀବନ ଥିଲା । ତ୍ରାଣକର୍ତ୍ତାଙ୍କ ଜୀବନକୁ ନିରେଖିବା ଦ୍ଵାରା ତ୍ରାଣକର୍ତ୍ତାଙ୍କ ଆଲୋକ ଆମ୍ଭମାନଙ୍କ ଉପରେ ପଡ଼େ ଓ ଆମ୍ଭେମାନେ ହୃଦୟରେ ଆମ୍ଭମାନଙ୍କର ପାପୀଷ୍ଠତା ଦେଖିବାକୁ ପାଉ । ଖ୍ରୀପ 19.3

ବହୁ ସମୟରେ ଆମ୍ଭେମାନେ ନୀକଦୀମଙ୍କ ତୁଲ୍ୟ (ଯାହଦୀମାନଙ୍କ ଜଣେ ବିଶିଷ୍ଟ ଧର୍ମଗୁରୁ, ଯେ କି ରାତ୍ର ସମୟରେ ଯୀଶୁଙ୍କ ପାଖକୁ ଆସିଥିଲେ) ଧାର୍ମିକ ଓ ସଚ୍ଚାଟ ବୋଲି ଆତ୍ମ ବଡ଼ିମା କରିଥାଉଁ, ଆମ୍ଭମାନଙ୍କ ବିଶ୍ଚରରେ ଆମେ ବଡ଼ ଚରତ୍ରବାନ । ସାଧାରଣ ପାପୀଙ୍କପରଈଶ୍ବରଙ୍କ ନିକଟରେ ନମ୍ର ହେବା ଅନୁଚିତ ଏହା ଭାବି ଥାଉଁ କିନ୍ତୁ ଖ୍ରୀଷ୍ଟଙ୍କଠାରୁ ଆମ୍ଭମାନଙ୍କ ହୃଦୟରେ ଆଲୋକ ଆସିଲେ ଆମ୍ଭେମାନେ କିପରି ଅନିର୍ମଳ ଏହା ବୁଝିପାରିବା, ଆମ୍ଭମାନଙ୍କ ସ୍ୱାର୍ଥପର ପ୍ରବୃତ୍ତିଗୁଡ଼ିକ ଦେଖି ପାରିବା, ଆଉ ଯେଉଁସବୁ କାର୍ଯ୍ୟ ଜୀବନକୁ ମଳିନ କରେ ଓ ଈଶ୍ବରଙ୍କ ଶତୃ କରିଥାଏ ତାହା ଭଲ ଭାବେ ବୁଝି ପାରିବା । ସେତେବେଳେ ଆମ୍ଭେମାନେ ଜାଣି ପାରିବା ଯେ, ଆମ୍ଭମାନଙ୍କ ଧାର୍ମିକତା କେବଳ ମଳିନ ଛିନ୍ନ ବସ୍ତ୍ର ତୁଲ୍ୟ ଓ ଖ୍ରୀଷ୍ଟଙ୍କ ରକ୍ତ କେବଳ ପାପର ମଳିନତାରୁ ଆମମାନଙ୍କୁ ପରିଷ୍କାର କରିପାରେ । ଆମ୍ଭମାନଙ୍କ ହୃଦୟକୁ ଖ୍ରୀଷ୍ଟଙ୍କ ତୁଲ୍ୟ କରିବାକୁ ସମର୍ଥ ହୁଏ । ଖ୍ରୀପ 19.4

ଈଶ୍ଵରଙ୍କ ଗୌରବର ଓ ନିର୍ମଳତାର ଏକମାତ୍ର ଆଲୋକ ରେଖା, ଆତ୍ମାର ସମସ୍ତ ମନ୍ଦତା ଓ ମଳିନତାକୁ ଦେଖାଇ ଦିଏ । ଏହା ଆତ୍ମାର ଗଭୀରତମ ଅଂଶକୁ ଭେଦକରି, ଅପବିତ୍ର ଅଭିଳାଷ, ହୃଦୟର ଅବିଶ୍ଵସ୍ତତା, ମୁଖର ଅନିର୍ମଳତା ସବୁ ସୁସ୍ପଷ୍ଟ କରି ଦେଖାଇ ଦିଏ । ଆଉ ଈଶ୍ବରଙ୍କ ଆତ୍ମା ପାପୀର ଈଶ୍ବରଙ୍କ ବ୍ୟବସ୍ଥା ବିରୁଦ୍ଧ କାର୍ଯ୍ୟଗୁଡ଼ିକ ପ୍ରକାଶ କରି ଦିଅନ୍ତି ଏବଂ ତାହାର ଆତ୍ମା ନିତାନ୍ତ ବାଧା ପାଏ । ଅନ୍ୟ ପକ୍ଷରେ, ପାପୀ ଖ୍ରୀଷ୍ଟଙ୍କର ନିର୍ଦ୍ଦୋଷ ଚରିତ୍ର ଦେଖି ଆପଣାକୁ ଘୃଣା କରିଥାଏ । ଖ୍ରୀପ 20.1

ପରମେଶ୍ବର ଦାନିଏଲ ଭାବବାଦୀଙ୍କ ନିକଟକୁ ଜଣେ ସ୍ବର୍ଗୀୟ ସମ୍ବାଦଦାତାଙ୍କୁ ପ୍ରେଣ କଲେ । ସେ ତାହାଙ୍କ ଚତୁର୍ଦ୍ଦିଗରେ ଗୌରବଯୁକ୍ତ ପରିବେଶ ଦେଖି ନିଜର ଦୁର୍ବଳତା ଓ ଅଯୋଗ୍ୟତା ବୁଝି ପାରିଲେ । ଏଣୁ ଏହି ବିସ୍ମୟକର ଦୃଶ୍ୟ ଦେଖି ଦାନିଏଲ କହନ୍ତି, ‘ମୋ ଠାରେ କିଛି ବଳ ରହିଲା ନାହିଁ: କାରଣ ମୋର ତେଜ କ୍ଷୟରେ ପରିଣତ ହେଲା ଓ ମୁଁ କି ବଳ ରଖି ପାରିଲି ନାହିଁ ।” (ଦାନିଏଲ୍ ୧୦:୮) ପବିତ୍ର ଆତ୍ମା ଆମ୍ଭମାନଙ୍କ ଆତ୍ମାକୁ ସ୍ପର୍ଶକଲେ ସ୍ବାର୍ଥପରତା, ଆତ୍ମ ପ୍ରେମ ଚାଲିଯାଏ । ଓ ଧାର୍ମିକତା ଅନୁସନ୍ଧାନ କରିବା ନିମନ୍ତେ ଅନୁରାଗ ବୃଦ୍ଧି ପାଏ । ଈଶ୍ଵରଙ୍କ ବ୍ୟବସ୍ଥା ଅନୁଯାୟୀ ହୃଦୟ ନିର୍ମଳ ହୁଏ ଏବଂ ଖ୍ରୀଷ୍ଟଙ୍କ ଚରିତ୍ର ପାଇବା ପାଇଁ ଅଭିଳାଷ ଜନ୍ମେ । ଖ୍ରୀପ 20.2

ଏଥି ସଂପର୍କରେ ସାଧୁ ପାଉଲ କହନ୍ତି, ” ପୁଣି ନିଜେ ବ୍ୟବସ୍ଥାଗତ ଧର୍ମ ସଂପର୍କରେ ମୁଁ ନିର୍ଦ୍ଦୋଷ ଥିଲି” (ଫିଲିପ୍‌ପୀ ୩:୬) ପ୍ରକୃତରେ ସେ ବାହ୍ୟ ଭାବରେ ନିର୍ଦ୍ଦୋଷ ଥିଲେ କିନ୍ତୁ ଆମ୍ଭିକ ଭାବରେ ବ୍ୟବସ୍ଥାନୁସାରେ ସେ ପାପୀ ଥିଲେ । ବ୍ୟବସ୍ଥାର ଅକ୍ଷର ଓ ଲୋକଙ୍କ ବାହ୍ୟବିଚାର ଅନୁସାରେ ସେ ନିର୍ଦ୍ଦୋଷ ଥିଲେ କିନ୍ତୁ ପରମେଶ୍ବରଙ୍କ ବାକ୍ୟାନୁଯାୟୀ, ଯେ ମନୁଷ୍ୟର ହୃଦୟ ଅନୁସନ୍ଧାନ କରନ୍ତି ତାହାଙ୍କ ସାକ୍ଷାତରେ ପାପୀ ଥିଲେ ଏଣୁ ସେ ବିନମ୍ର ସହକାରେ ନିଜର ପାପ ସ୍ବୀକାର କରିଥିଲେ। ” ମୁଁ ଏକ ସମୟରେ ବ୍ୟବସ୍ଥା ବିନା ଜୀବିତ ଥିଲି କିନ୍ତୁ ଆଜ୍ଞା ଆସନ୍ତେ ପାପ ଜୀବିତ ହେଲା ପୁଣି ମୁଁ ମୃତ ହେଲି ।” (ରୋମୀ ୭:୯) ସାଧୁ ପାଉଲା ଯେତେବେଳେ ବ୍ୟବସ୍ଥାର ଆତ୍ମିୟ ଭାବ ବୁଝିଲେ, ସେତେବେଳେ ପାପର ନିଜରୂପ ଦେଖିବାକୁ ପାଇଲେ ଓ ତାହାଙ୍କ ଆତ୍ମ ମର୍ଯ୍ୟଦା ଉଭେଇ ଗଲା । ଖ୍ରୀପ 20.3

ପରମେଶ୍ବରଙ୍କ ଦୃଷ୍ଟିରେ ସମସ୍ତେ ପାପ ସମାନ ଭାବରେ ଗୁରୁତର ବୋଲି ଗଣିତ ହୁଏ ନାହିଁ, ଏଣୁ ତାହାଙ୍କ ବିଚାରରେ ମନୁଷ୍ୟର ଅପରାଧର ସାନ ବଡ଼ ପାର୍ଥକ୍ୟ ରହିଛି । ମନୁଷ୍ୟମାନେ ମଧ୍ୟ ସେହି ରୂପେ ବିଚାର କରିଥାନ୍ତି । ମନୁଷ୍ୟ ପାପକୁ ଲଘୁ ଜ୍ଞାନ କରି ଅବହେଳା କରିଥାଏ।। କିନ୍ତୁ ପରମେଶ୍ବରଙ୍କ ଛାମୁରେ ସମସ୍ତ ପାପ ଦୃଶ୍ୟ ଅଟେ । ଅନେକ ସମୟରେ ମନୁଷ୍ୟମାନେ ବିଚାରରେ ମୁଖା ପେକ୍ଷା ଭାବ ପ୍ରକାଶ କରିଥାନ୍ତି କିନ୍ତୁ ପରମେଶ୍ବର ଯଥାର୍ଥ ଓ ନ୍ୟାୟବାନ ଅଟନ୍ତି । ମନୁଷ୍ୟମାନଙ୍କ ବିଚାରରେ ମଦ୍ୟପାୟୀଙ୍କ ନିନ୍ଦା କରିଥାନ୍ତି ଓ ତାହା ସ୍ଵର୍ଗ ନିମନ୍ତେ ଏକ ଘୃଣ୍ୟ ପାପ ବୋଲି କହନ୍ତି । ଅନ୍ୟ ପକ୍ଷରେ ସ୍ୱାର୍ଥପରତା, ଅହଙ୍କାର, ଲୋଭକୁ ଲଘୁ ଜ୍ଞାନ କରିଥାନ୍ତି । ପରମେଶ୍ବରଙ୍କ ବିଚାର ଅନୁଯାୟୀ ଏହା ସବୁ ମଧ୍ୟ ଘୃଣ୍ୟ ଅଟେ । ନିସ୍ୱାର୍ଥ ପ୍ରେମ ଈଶ୍ବରଙ୍କ ଦୃଷ୍ଟିରେ ଯୋଗ୍ୟ ଅଟେ । ଗୁରୁତର ପାପୀ ହେଲେ ମଧ୍ୟ, ଖ୍ରୀଷ୍ଟ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ ଗର୍ବୀ ଲୋକମାନେ ଅପାଣା ହୃଦୟକୁ ସାହାଯ୍ୟ ଓ ଅସୀମ ଆଶିଷ ଲାଭ କରିବାକୁ ରୁଦ୍ଧ କରି ରଖିଥାନ୍ତି । ଖ୍ରୀପ 21.1

କରଗ୍ରାହୀ ଦୂରରେ ଠିଆ ହୋଇ ଏହିପରି ପ୍ରାର୍ଥନା କଲେ, “ହେ ଈଶ୍ଵର ମୁଁ ପାପୀ ମୋତେ ଦୟାକର ।” (ଲୁକ୍ ୧୮: ୧୩) ସେ ନିଜକୁ ଜଣେ ଜଘନ୍ୟ ପାପୀ ଓ ଦୁଷ୍ଟ ଲୋକ ବୋଲି ବିଚାର କଲେ, ପୁଣି ଅନ୍ୟମାନେ ମଧ୍ୟ ଠିକ୍ ସେହିପରି ଭାବିଲେ । ଏହି ବ୍ୟକ୍ତି ନିଜକୁ ଅଭାବଗ୍ରସ୍ତ ବୋଲି ଜାଣ ନିଜର ଅପରାଧ ଓ ଲଜ୍ଜା ନେଇ ପରମେଶ୍ବରଙ୍କ ନିକଟକୁ ଆସି ଅନୁଗ୍ରହ ଭିକ୍ଷା କରିଥିଲେ । ସେ ନିଜ ହୃଦୟରେ ପରମେଶ୍ବରଙ୍କ ଆତ୍ମାଙ୍କୁ କାର୍ଯ୍ୟ କରିବାକୁ ଦ୍ବାର। ଉନ୍ମୁକ୍ତ ରଖିଲେ ଓ ଈଶ୍ବର ତାହାଙ୍କୁ ପାପରୁ ଉଦ୍ଧାର କଲେ । ଅନ୍ୟ ପକ୍ଷରେ ଫାରୁଶୀ ଗର୍ବୀ ଏବଂ ସ୍ବାର୍ଥପର ବ୍ୟକ୍ତି ପ୍ରାର୍ଥନା କଲେ କିନ୍ତୁ ପବିତ୍ର ଆତ୍ମାଙ୍କୁ ହୃଦୟରେ କାର୍ଯ୍ୟ କରିବାକୁ ଦେଲେ ନାହିଁ । ପରମେଶ୍ଵରଙ୍କଠାରୁ ନିଜକୁ ଦୂରରେ ରଖିବାରୁ ନିଜର ପାପୀଷ୍ଠତା ବୁଝି ପାରିଲେ ନାହିଁ । ସେ ନିଜର ଅଭାବ ବୁଝି ପାରିଲେ ନାହିଁ ଓ ଈଶ୍ଵରଙ୍କଠାରୁ କିଛି ପାଇଲେ ନାହିଁ । ଖ୍ରୀପ 21.2

ତୁମ୍ଭେ ଆପଣାର ପାପୀଷ୍ଠତା ଦେଖିଲେ ଉତ୍ତମ ବ୍ୟକ୍ତି ହେବା ପର୍ଯ୍ୟନ୍ତ ଅପେକ୍ଷା ନିଷ୍କ୍ରୟୋଜନ ଅଟେ । ଅନେକେ ମନେ ମନେ ବିଚାର କରିଥାନ୍ତି ଯେ, ଖ୍ରୀଷ୍ଟଙ୍କ ନିକଟକୁ ଆସିବା ସେମାନଙ୍କର ପ୍ରୟୋଜନ ନାହିଁ । ଆପଣ ନିଜ ଚେଷ୍ଟା ବଳରେ ଉତ୍ତମ ହେବାକୁ ଚାହାନ୍ତି କି ? “କୁଶୀୟ ଲୋକ କି ଆପଣା ଚର୍ମ ଓ ଚିତାବାଘ କି ଆପଣା ଚିତ୍ରବର୍ଣ୍ଣ ବଦଳାଇ ପାରେ? ତାହାହେଲେ କୁକର୍ମ କରିବାକୁ ଅଭ୍ୟସ୍ତ ଯେ ତୁମ୍ଭେମାନେ, ତୁମ୍ଭେମାନେ ହେଁ ସୁକର୍ମ କରିପାରିବ । “(ଯିଶୁମିୟ ୧୩: ୨୩) ଆମ୍ଭମାନଙ୍କ ନିମନ୍ତେ କେବଳ ଈଶ୍ୱରଙ୍କଠାରେ ସାହାଯ୍ୟ ରହିଛି । ଏଣୁ ଆମ୍ଭେମାନେ ବିଶେଷ ସୁଯୋଗ ଆସିବା ପର୍ଯ୍ୟନ୍ତ କିମ୍ବା ଉଚ୍ଚତର ପ୍ରେରଣା ଓ ପବିତ୍ର ପ୍ରବର୍ତ୍ତନ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିବା ଅନୁଚିତ । ଆମ୍ଭେମାନେ ନିଜ ନିଜକୁ କଦାପି ସଂଶୋଧନ କରିପାରିବୁ ନାହିଁ । ସୁତରାଂ ଯେପରି ଅବସ୍ଥାରେ ଆମେ ରହିଛି ସେହିପରି ଅବସ୍ଥାରେ ଖ୍ରୀଷ୍ଟଙ୍କ ପାଖକୁ ଆସିବା କର୍ତ୍ତବ୍ୟ । ଖ୍ରୀପ 21.3

ପରମେଶ୍ବର ପ୍ରେମମୟ ଏବଂ ମହାନ୍ ଏ କଥା ବିଚାର କରି ଅନେକେ ତାହାଙ୍କ ଅନୁଗ୍ରହକୁ ନାସ୍ତି କରନ୍ତି ଓ ନିଜକୁ ଭଣ୍ଡାନ୍ତି । ଯୀଶୁଙ୍କ କୃଶ ବିଚାର କଲେ ପାପର ପାପୀଷ୍ଠତା ମ୍ଭେମାନେ ବୁଝି ପାରିବା । ମନୁଷ୍ୟ ଜଘନ୍ୟ ପାପୀ ହେଲେ ସୁଦ୍ଧା ପରମେଶ୍ବର ସେମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ । ସେମାନେ କାଲବରୀ ନିକଟକୁ ଆସିବା ପ୍ରୟୋଜନ ଅଟେ । ପାପୀ ଆପଣାକୁ ଉଦ୍ଧାର କରିବା ନିମନ୍ତେ ଆଉ ଅନ୍ୟ ପନ୍ଥା ନାହିଁ । ଖ୍ରୀଷ୍ଟଙ୍କର ପ୍ରାୟଶ୍ଚିତ ବଳିଦାନ ବ୍ୟତୀତ ମାନବ ତାହାର ପାପ ଶକ୍ତିରୁ ମୁକ୍ତି ପାଇଁ ପବିତ୍ର ପରମେଶ୍ୱରଙ୍କ ସଙ୍ଗେ ସମ୍ବନ୍ଧ ରଖିପାରିବ ନାହିଁ । ଏଣୁ ଖ୍ରୀଷ୍ଟ ଅନାଜ୍ଞାବହ ପାପୀ ବଦଳରେ ଅପରାଧ ବହନ କରିବାକୁ ଦୁଃଖ କ୍ଳେଶ ଭୋଗକଲେ । ଈଶ୍ବରଙ୍କ ପୁତ୍ରଙ୍କର ପ୍ରେମ, ଦୁଃଖ ଭୋଗ ଓ ମରଣ ପାପର ଭୟାନକତାକୁ ପ୍ରମାଣିତ କରେ ଏବଂ ଘୋଷଣା କରେ ଯେ ଏହି ଶକ୍ତିଠାରୁ ଖସି ପଳାୟନ କରିବାକୁ କୌଣସି ଉଚ୍ଚ ଶକ୍ତି ଆଉ ନାହିଁ । ଖ୍ରୀଷ୍ଟଙ୍କ ଠାରେ ଆତ୍ମ ସମର୍ପଣ କରିବା ଏକମାତ୍ର ପନ୍ଥା ଅଟେ । ଖ୍ରୀପ 22.1

ଅନେକ ସମୟରେ ଅନୁତାପ ଓ ମନଫେରଣ କରିବାକୁ ଅନିଚ୍ଛୁକ ଆତ୍ମା ଅନ୍ୟ ଖ୍ରୀଷ୍ଟିୟାନ ମାନଙ୍କୁ ଦେଖି ବିଚାର କରି କହିଥାଏ ଯେ, “ମୁଁ ତ ସେମାନଙ୍କ ସଦୃଶ ଉତ୍ତମ ଅଟେ । ସେମାନେ ସ୍ଵାର୍ଥତ୍ୟାଗ କରନ୍ତି ନାହିଁ, ସଂଯମୀ ନୁହନ୍ତି, ମୋ ସଦୃଶ ଆପଣା, ଚରିତ୍ରରେ ସତର୍କ ମଧ୍ୟ ନୁହନ୍ତି । ସେମାନେ ଆମୋଦପ୍ରମୋଦରେ ବୁଡ଼ି ରହିଥାନ୍ତି ଓ ମୋ ସଦୃଶ ଆତ୍ମ ସଂଯମୀ ନୁହନ୍ତି ।” ଏହିପରି ସେମାନେ ଅନ୍ୟମାନଙ୍କ ଭୁଲ୍ ଭ୍ରାନ୍ତିକୁ ଦେଖି ଆପଣା ଦୋଷ ସଫେଇର ବାହାନା କରନ୍ତି ଏବଂ ଆପଣା କର୍ତ୍ତବ୍ୟକୁ ନାସ୍ତି କରିଥାନ୍ତି । ମନେ ରଖିବା ଉଚିତ ଯେ, ଅନ୍ୟମାନଙ୍କ ପାପ ତୃଟି କାହାରି ପାପର ସଫେଇ ହେବ ନାହିଁ, ଯେଣୁ ପରମେଶ୍ୱର କୌଣସି ଦୋଷୀ ବ୍ୟକ୍ତିର ନମୁନା ଆମ୍ଭମାନଙ୍କୁ ଦେଇ ନାହାନ୍ତି । ପରିମେଶ୍ଵର ଆପଣା ନିର୍ଦ୍ଦୋଷ ପୁତ୍ରଙ୍କୁ ଜଗତର ଆଦର୍ଶ ରୂପେ ପ୍ରଦାନ କରିଅଛନ୍ତି । ଯେଉଁମାନେ ଅନ୍ୟର ଦୋଷ ଦେଖାନ୍ତି ସେମାନେ ନିଜେ ଆଦର୍ଶ ଜୀବନଯାପନ କରିବା ଉଚିତ୍ । ଯଦି ସେମାନଙ୍କର ଜଣେ ଖ୍ରୀଷ୍ଟିୟାନର ଉଚ୍ଚ ଗୁଣ ବିଷୟରେ ଧାରଣା ଅଛି, ତେବେ ନିଜ ନିଜର ପାପ କେତେ ଗୁରୁତର ସେମାନେ ତାହା ଭାବନ୍ତି ନାହିଁ କି ? ସେମାନେ କ’ଣ ଠିକ୍ ତାହା ଜାଣନ୍ତି କିନ୍ତୁ କରିବାକୁ ନାସ୍ତି କରନ୍ତି । ଖ୍ରୀପ 22.2

ଦୀର୍ଘ ସୂତ୍ରିତା (ଟାଳଟୁଳ କରିବା) ସମ୍ବନ୍ଧରେ ସାବଧାନ ଥାଅ । ତୁମେ ଆପଣା ପାପ ତ୍ୟାଗ କରି, ଖ୍ରୀଷ୍ଟଙ୍କ ଦେଇ ହୃଦୟର ନିର୍ମଳତା ଅନୁସନ୍ଧାନ କରିବାକୁ ବିଳମ୍ବ କର ନାହିଁ । ଏହି ସ୍ଥଳରେ ନିୟୁତ ନିୟୁତ ଲୋକ ଭୁଲ କରନ୍ତି ଓ ଅନନ୍ତ ଜୀବନ ହରାଇଥାଆନ୍ତି । ମୁଁ ଏପରି ଜୀବନର ସଂକୀର୍ଣ୍ଣ ଓ ଅନିଶ୍ଚୟତା ଅବସ୍ଥାରେ ରହିବି ନାହିଁ କହିବା ବଡ଼ ସହଜ କିନ୍ତୁ ଏହା ଏକ ମହାନ୍ ବିପଦ ଘଡିସନ୍ଧି । ଅନେକ ଏହି ବିପଦ ବୁଝନ୍ତି ନାହିଁ । ଈଶ୍ବରଙ୍କ ଆତ୍ମାଙ୍କ ନିତ୍ୟ ପ୍ରେରଣାକୁ ବିଳମ୍ବ କଲେ, ଯେଉଁ ପାପକୁ ପସନ୍ଦ କରୁ ତାହା ସହଜରେ ଛାଡ଼ି ଚାଲିଯାଇ ନଥାଏ । ପାପ ନିତାନ୍ତ ଛୋଟ ପରି ବୋଧ ହେଲେ ମଧ୍ୟ ତାହା ସହିତ ବହୁ ସମୟ ଅସଂଯତ ଭାବେ ପ୍ରବୃତ ହେଲେ ଅନନ୍ତ କ୍ଷତି ହୋଇଥାଏ । ଯାହା ଆମ୍ଭେ ଜୟ କରି ପାରିବା ନାହିଁ ତାହା ଆମ୍ଭମାନଙ୍କୁ ଜୟ କରିବ ଓ ଆମ୍ଭମାନଙ୍କର ବିନାଶର କାରଣ ହେବ । ଖ୍ରୀପ 22.3

ମାନବ ଜାତିର ଆଦି ପିତାମାତା ଆଦମ ଓ ହବା, ପାପାତ୍ମା ଶୟତାନ ଦ୍ଵାରା ଈଶ୍ବରଙ୍କ ନିଷେଧାଜ୍ଞା ଥିବା ଫଳ ଭୋଜନ କରିବାକୁ ପ୍ରେରଣା ପାଇବା ଗୋଟିଏ ଛୋଟ କଥା ବୋଲି ଭାବିଲେ । ତାହାଦ୍ବାରା ଏତେବଡ଼ ଗୁରୁତର ପରିଣାମ ହେବ ବୋଲି ସେମାନେ ବିଶ୍ବାସ କରି ନ ଥିଲେ । କିନ୍ତୁ ଉକ୍ତ ଛୋଟ କଥା, ଈଶ୍ବରଙ୍କ ବିରୁଦ୍ଧରେ ପାପ, ତାହାଙ୍କ ଅପରିଵର୍ତନୀୟ ପବିତ୍ର ବ୍ୟବସ୍ଥା ଭଙ୍ଗ କରି ପରମେଶ୍ବର ଓ ମନୁଷ୍ୟ ମଧ୍ୟରେ ଏକ ଭୟାବହ ପୃଥକ କରିଦେଲା । ଜଗତରେ ମରଣ ଓ ଅକଥନୀୟ ଦୁଃଖ କ୍ଳେଶର ବନ୍ୟାଦ୍ଵାର ଉନ୍ମୁକ୍ତ କରିଦେଲା । ଯୁଗେ ୨ ଲୋକମାନେ ଏହି ପୃଥିବୀରେ କ୍ରନ୍ଦନ କରି ଯାଉ ଅଛନ୍ତି ଏବଂ ମାନବର ଏପରି ଆଜ୍ଞା ଲଘନର ପରିଣାମ ଲାଗି ସମୁଦାୟ ସୃଷ୍ଟି ପ୍ରପୀଡ଼ିତ ହେଉଛି । ବିଦ୍ରୋହ ଯୋଗୁଁ ଈଶ୍ବରଙ୍କ ବିରୁଦ୍ଧରେ ପାପହେଲା, ଏ କଥା ସ୍ଵର୍ଗ ମଧ୍ୟ ଉପଲବ୍ଧି କଲା । ପରମେଶ୍ଵରଙ୍କ ପବିତ୍ର ବ୍ୟବସ୍ଥା ଲଙ୍ଘନ ହେତୁ କାଲବରୀ ଆଶ୍ଚର୍ଯ୍ୟ ଜନକ ବଳିଦାନରେ ସ୍ମାରକ ରୂପେ ରହିଥିବ । ତେଣୁ ପାପକୁ ଏକ କ୍ଷୁଦ୍ର ବିଷୟ ବୋଲି ମନେ କରିବା ଅନୁଚିତ । ଖ୍ରୀପ 23.1

ପ୍ରତ୍ୟେକ ଆଜ୍ଞା ଲଙ୍ଘନର କାର୍ଯ୍ୟ, ପ୍ରତ୍ୟେକ ଅବହେଳା କିମ୍ବା ଖ୍ରୀଷ୍ଟଙ୍କ ଅନୁଗ୍ରହକୁ ଅଗ୍ରାହ୍ୟ କରିବା, ନିଜ ଜୀବନ ଉପରେ ପ୍ରତିକ୍ରିୟା ସୃଷ୍ଟି କରେ । ଏହା ହୃଦୟକୁ କଠୋର କରେ, ଇଚ୍ଛା ଶକ୍ତିକୁ ଦୁର୍ବଳ କରେ, ଜ୍ଞାନକୁ ଜଡ଼ କରେ ଓ ପରମେଶ୍ଵରଙ୍କ ପବିତ୍ର ଆତ୍ମାଙ୍କ ପ୍ରେରଣାକୁ ଗ୍ରହଣ କରିବାକୁ ଅକ୍ଷମ କରିଦିଏ । ଅନେକ ସମୟ ସୁଯୋଗ ଦେଖି ମନ୍ଦକୁ ପରିତ୍ୟାଗ କରିବେ ବୋଲି କହି ନିଜର ଆଲୋଡ଼ିତ ବିବେକକୁ ଚୁପ୍ କରି ଦିଅନ୍ତି । ବାରମ୍ବାର ସେମାନେ ଅନୁଗ୍ରହର ଡ଼ାକରାକୁ ହାଲୁକା ବୋଲି ମନେ କରିଥାନ୍ତି । ସେମାନଙ୍କ ମତରେ ପବିତ୍ର ଆତ୍ମାଙ୍କ ପ୍ରେରଣା କହେ, ଶୟତାନ ପକ୍ଷରେ ଥାଇ କୌଣସି ଏକ ଘଡ଼ିସନ୍ଧିରେ ଆପଣାର ଗତି ପରିବର୍ତ୍ତନ କରିପାରିବେ କିନ୍ତୁ ତାହା ଏତେ ସହଜରେ ହୋଇପାରି ନଥାଏ । ଅନୁଭୂତି, ଶିକ୍ଷା, ଜୀବନସାରା ଅଭ୍ୟସ, ମନୁଷ୍ୟ ଉପରେ ଏପରି ପ୍ରଭାବ ପକାଇଥାନ୍ତି ଯେ, କେବଳ ଅତି ଅଳ୍ପ ଲୋକ ଯୀଶୁଙ୍କ ପ୍ରତିମୁର୍ତି ଗ୍ରହଣ କରିବାକୁ ଇଚ୍ଛୁକ ହୁଅନ୍ତି । ଖ୍ରୀପ 23.2

ଚରିତ୍ରରେ ଗୋଟିଏ ଭୁଲ ଲକ୍ଷଣ, ଗୋଟିଏ ଅଭିଳଷିତ ପାପ, ସୁସମାଚାରର ସମସ୍ତ ଶକ୍ତିକୁ ନିରପେକ୍ଷ କରିଦେବ । ପ୍ରତ୍ୟେକ ପାପାଷ୍ଠ ଅସଂଯତ ସ୍ଵଭାବ, ପରମେଶ୍ୱରଙ୍କ ବିରୁଦ୍ଧରେ ଠିଆ ହେବାକୁ ସକ୍ଷମ କରେ, ମନୁଷ୍ୟ ଯାହା ବୁଣେ ତାହାହିଁ କାଟେ । ଜୀବନରେ ଅବିଶ୍ଵସ୍ତତା ଏବଂ ଈଶ୍ୱରଙ୍କ ସତ୍ୟତା ସମ୍ବନ୍ଧରେ ଜଡ଼ବୁଦ୍ଧି, ଜୀବନରେ ଭୟାବହ ପରିଣାମ ପକାଇଥାଏ । ପବିତ୍ର ବାଇବଲରେ ପାପକୁ ଲଘୁଜ୍ଞାନ କରିବା ବିରୁଦ୍ଧରେ ଜ୍ଞାନୀ ଶଲେମାନଙ୍କ ଦ୍ବାରା ଏକ ମହାନ୍ ଚେତନାବାଣୀ ଦିଆଯାଏ, ” ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ, ସେ ନିଜ ପାପରୁପ ଦଉଡ଼ିରେ ବନ୍ଧା ହେବ ।” (ହିତୋପଦେଶ ୫:୨ ୨) ଖ୍ରୀପ 23.3

ଖ୍ରୀଷ୍ଟ ଆମ୍ଭମାନଙ୍କୁ ପାପରୁ ମୁକ୍ତ କରିବାକୁ ପ୍ରସ୍ତୁତ କିନ୍ତୁ ସେ କାହାକୁ ଜୋର କରନ୍ତି ନାହିଁ । ବାରମ୍ବାର ଭୁଲ କାର୍ଯ୍ୟ କଲେ, ପରିତ୍ୟାଗ କରିବାକୁ ଇଚ୍ଛା ନ କଲେ, ଇଚ୍ଛା ଶକ୍ତି କ୍ରମଶ8 ଭୁଲ୍ କାର୍ଯ୍ୟ କରିବାକୁ ପ୍ରଵୃତ୍ତି ପାଏ । ତାହାଙ୍କ ଅନୁଗ୍ରହକୁ ଗ୍ରହଣ ନ କଲେ ଆଉ ଅନ୍ୟ କି ଉପାୟ ଅଛି ? ତାହାଙ୍କ ପ୍ରେମକୁ ଅଗ୍ରାହ୍ୟ କରିବାକୁ ସ୍ଥିର କରିବା ଦ୍ଵାରା ଆମ୍ଭେମାନେ ନିଜକୁ ବିନଷ୍ଟ କରୂଁ । “ଦେଖ, ଏବେ ମହା ପରିତ୍ରାଣର ସମୟ; ଦେଖ, ଏବେ ପରିତ୍ରାଣର ଦିନ” (୨ କରନ୍ଥୀ ୬:୨; ଏବ୍ରୀ ୩:୭,୮) “ଆଜି ଯେବେ ତାହାଙ୍କ ରବ ଶୁଣ, ତୁମ୍ଭମାନଙ୍କ ହୃଦୟ କଠିଣ କରନାହିଁ ।” ଖ୍ରୀପ 23.4

“କାରଣ ମନୁଷ୍ୟ ବାଦ୍ୟରୂପ ଦେଖେ, ମାତ୍ର ସଦାପ୍ରଭୁ ଅନ୍ତଃକରଣ ଦେଖନ୍ତି {” (୧ମ ଶାମୁୟେଲ ୧୬:୬) ମନୁଷ୍ୟର ହୃଦୟ, ଆନନ୍ଦ ଓ ଦୁଃଖର ସଙ୍ଘର୍ଷରେ ପୂର୍ଣ୍ଣ କିନ୍ତୁ ବିପଥଗାମୀ ହୃଦୟ ଅନିର୍ମଳତା ଓ ପ୍ରବ ନାର ଆଶ୍ରୟସ୍ଥଳ ଅଟେ । ପରମେଶ୍ବର ତାହାର ଅଭିପ୍ରାୟ, ଅଭିଳାଷ ଓ ଉଦ୍ଦେଶ୍ୟ ଜାଣନ୍ତି । ଆପଣା ଭାରାକ୍ରାନ୍ତ ହୃଦୟ ନେଇ ତାହାଙ୍କ ନିକଟକୁ ଯାଅ । ଗୀତରଚକ ଦାଉଦଙ୍କ ସଦୃଶ, ତାହାଙ୍କ ସକଳ ପ୍ରକୋଷ୍ଠ ଗୁଡ଼ିକ ସର୍ବଦର୍ଶୀ ଚକ୍ଷୁ ନିମନ୍ତେ ମୁକ୍ତ ରଖି ସେ ଘୋଷଣା କରି କହନ୍ତି ” ହେ ପରମେଶ୍ବର, ମୋହର ଅନୁସନ୍ଧାନ କର ଓ ମୋ ଅନ୍ତଃକରଣର ପରିଚୟ ନିଅ; ମୋତେ ପରୀକ୍ଷା କର ଓ ମୋହର ସଂକଳ୍ପ ସବୁ ଜ୍ଞାନ ହୁଅ; ଆଉ ମୋ ଅନ୍ତରରେ ଦୁଷ୍ଟତାର କୌଣସି ମାର୍ଗ ଅଛି କି ନାହିଁ, ଏହା ଦେଖ, ପୂଣି ଅନନ୍ତ ପଥରେ ମୋତେ ଗମନ କରାଅ ।” (ଗୀତସଂହିତା ୧୩୯: ୨୩, ୨୪)। ଖ୍ରୀପ 24.1

ଅନେକେ ବିବେକ ଅନୁଯାୟୀ ଧର୍ମମତ ଗ୍ରହଣକରି ଏକ ପ୍ରକାର ଧର୍ମପଣ ଦେଖାଇଥାଆନ୍ତି କିନ୍ତୁ ସେମାନଙ୍କ ହୃଦୟ ପରିଷ୍କୃତ ହୋଇନଥାଏ । ଏଣୁ ଏପରି ସ୍ଥଳେ ଆପଣଙ୍କ ପ୍ରାର୍ଥନା ଏପରି ହେଉ, “ହେ ପରମେଶ୍ଵର, ମୋ ଅନ୍ତରରେ ଶୁଚି ଅନ୍ତଃକରଣ ସୃଷ୍ଟି କର ଓ ମୋ ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର ।” (ଗୀତସଂହିତା ୫୧:୧୦) ସତ୍ୟତା ଅନୁସନ୍ଧାନ କରିବାକୁ ତୁମ୍ଭେ ଆତ୍ମାରେ ବିଶ୍ବସ୍ତ ହୁଅ । ତୁମ୍ଭର ମରଣଶୀଳ ଜୀବନ ବିପଦଜନକ ହୋଇଥିଲେ, ତମ୍ଭ ନିମନ୍ତେ ସେ ବିଶ୍ବସ୍ତ ଏବଂ ଦୃଢ଼ ପ୍ରତିଜ୍ଞା ଅଟନ୍ତି । ଏହିପରି ଭାବରେ ପରମେଶ୍ୱର ଓ ତୁମ୍ଭ ଆତ୍ମା ମଧ୍ୟରେ ଚୁକ୍ତି ହେବା ଉଚିତ୍; ଏହା ଅନନ୍ତ- କାଳୀନ ବନ୍ଦୋବସ୍ତ । କିନ୍ତୁ ଭରସା କରି ଚୁପ୍ର ରହିଲେ ଏହା ବିନାଶମୂଳକ ହେବ । ଖ୍ରୀପ 24.2

ପ୍ରାର୍ଥନାପୂର୍ବକ ପ୍ରଭୁଙ୍କ ବାକ୍ୟ ପାଠକର । ଏହି ବାକ୍ୟ (ବାଇବଲ) ପରମେଶ୍ବରଙ୍କ ଆଜ୍ଞା ଓ ଖ୍ରୀଷ୍ଟଙ୍କର ପବିତ୍ର ଜୀବନର ମୂଳନୀତି ଅଟେ । ତାହା ବିନୁ କେହି ପରମେଶ୍ବରଙ୍କୁ ଦର୍ଶନ କରିପାରେ ନାହିଁ । (ଏବ୍ରୀ ୧୨:୧୪) ତାହା ପାପ ସମ୍ବନ୍ଧରେ ହୃଦ୍-ବୋଧ କରାଇଥାଏ । ଅତି ସରଳଭାବେ ପରିତ୍ରାଣର ପନ୍ଥାକୁ ପ୍ରକାଶ କରେ । ତୁମ୍ଭେ ହୃଦୟରେ ପରମେଶ୍ବରଙ୍କ ରବ କଥା କହିଲେ, ମାନିବାକୁ ତତ୍ପର ହୁଅ । ଖ୍ରୀପ 24.3

ପାପର ପ୍ରବଳତା ତୁମ ଜୀବନରେ ଦେଖୁ ହତାଶ ହୁଅନାହିଁ, କାରଣ କେବଳ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଅବତାର ହୋଇ ଜନ୍ମିଲେ । ଆମେ ଈଶ୍ବରଙ୍କ ସହ ମିଳନତା ସୃଷ୍ଟି କରୁନାହୁଁ କିନ୍ତୁ “ଈଶ୍ଵର ଖ୍ରୀଷ୍ଟଙ୍କଠାରେ ଜଗତକୁ ଆପଣା ସହିତ ସମ୍ମିଳିତ କରୁଥିଲେ ।” (୨ କରନ୍ଥୀ ୫:୧୯) ତାହାଙ୍କର ବିପଥଗାମୀ ସରାନଗଣଙ୍କୁ ତାହାଙ୍କର କୋମଳ ହୃଦୟର ପ୍ରେମଦ୍ଵାରା ସେ ଆକର୍ଷଣ କରୁଅଛନ୍ତି । କୌଣସି ପାର୍ଥୀବ ପିତାମାତା ସେପରି କରିନଥାନ୍ତି। କେହି ଆଜ୍ଞା ଲଙ୍ଘନକାରୀମାନଙ୍କୁ କୋମଳ ଭାବରେ ଅନୁରୋଧ କରନ୍ତି ନାହିଁ । ପରମେଶ୍ବର ଅତି କରୁଣ ହୃଦୟରେ ପଥଭ୍ରଷ୍ଟ ଲୋକମାନଙ୍କୁ ଆହ୍ବାନ କରିଥାନ୍ତି । କୌଣସି ମନୁଷ୍ୟଠାରୁ ଏପରି ଡ଼ାକରା ବାହାରି ନାହିଁ । ତାହାଙ୍କ ଚେତାବନୀ ସବୁ ଅକଥନୀୟ ପ୍ରେମର ଆନ୍ତରିକ ବାଣୀ ଅଟେ । ଖ୍ରୀପ 24.4

ଯେତେବେଳେ ପାପାତ୍ମା ଶୟତାନ ନିକଟକୁ ଆସି କହେ, ତମେ ଜଣେ ମହା ପାପୀ, ସେତେବେଳେ ତାହା କଥାରେ ମନୋଯୋଗ ନକରି ମୁକ୍ତିକାର୍ତ୍ତା । ଯୀଶୁଙ୍କୁ ଦେଖ, ତାହାଙ୍କର ସଦଗୁଣ ସମ୍ବନ୍ଧରେ ଚିନ୍ତାକର । ତେବେ ତାହାଙ୍କ ଆଲୋକ ତୁମେ ଦେଖିପାରିବ । ଆପଣା ପାପସ୍ୱୀକାର କର ଏବଂ ଶତ୍ରୁକୁ ଭତର ଦିଅ ଯେ “ଖ୍ରୀଷ୍ଟ ଯୀଶୁ ପାପୀମାନଙ୍କୁ ରକ୍ଷା କରିବା ନିମନ୍ତେ ଜଗତରେ ଅବତୀର୍ଣ୍ଣ ହେଲେ। ” ( ୧ ତୀମୋଥି ୧:୧୫) ଆଉ ତୁମେ ତାହାଙ୍କ ମହାନ୍ ଅତୁଳନୀୟ ପ୍ରେମର ପ୍ରଭାବରେ ରକ୍ଷା ପାଇବ । ଯୀଶୁ ଥରେ ଆପଣା ଶିଷ୍ୟ ମାନଙ୍କୁ ଦୁଇଜଣ ଋଣୀଙ୍କ କଥା କହିଥିଲେ । ଜଣେ ଅଳ୍ପ ଋଣୀ ଥିଲେ ଆଉ ଅନ୍ୟଜଣକ ବହୁତ ଋଣୀ ଥିଲେ । ମହାଜନ ଦୁଇ ଋଣୀଙ୍କୁ କ୍ଷମା ଦେଲେ । ଯୀଶୁ ଶିଷ୍ୟମାନଙ୍କୁ ପଚାରିଲେ, କିଏ ମହାଜନକୁ ଅଧିକ ପ୍ରେମ କରିଥିବ ? ଶେମାନେ ଉତ୍ତର ଦେଲେ ” ଯେ ଅଧିକ କ୍ଷମା ପାଇଲା ।” (ଲୁକ ୭:୪୩) ଆମ୍ଭେମାନେ ମହାନପାପୀ ହେଲେ ସୁଦ୍ଧା, ଖ୍ରୀଷ୍ଟ ଆମ୍ଭମାନଙ୍କ ପାପ କ୍ଷମା କରିବାକୁ ଆପଣା ପ୍ରାଣ ଦେଲେ । ଖ୍ରୀଷ୍ଟଙ୍କ ବଳିଦାନରେ ସଦ୍ଗୁଣ, ପିତା ପରମେଶ୍ବରଙ୍କ ଛାମୁରେ ଆମ୍ଭମାନଙ୍କ ବଦଳରେ ଉପସ୍ଥାପିତ କରିବାକୁ ଯଥେଷ୍ଟ । ଯାହାର ପାପ ଅଧକ କ୍ଷମା ହୋଇଛି, ସେ ଅଧିକ କୃତଜ୍ଞ ହୋଇ ଈଶ୍ବରଙ୍କ ସିଂହାସନ ନିକଟରେ ଧନ୍ୟବାଦ ଅର୍ପଣ କରିଥିବ, ତାହାଙ୍କର ମହା-ପ୍ରେମର ବଳିଦାନ ନିମନ୍ତେ । ସୁତରାଂ ଆମ୍ଭେମାନେ ପିତା ଈଶ୍ବରଙ୍କ ପ୍ରେମ ଉତ୍ତମରୂପେ ଜ୍ଞାତ ହେଲେ, ପାପରୁ ଦୁଷ୍ଟତା ଉତ୍ତମରୂପେ ବୁଝିପାରିବା । ଯେବେ ଆମ୍ଭେ ସୃଗୀୟ ଶିଙ୍କୁଚିର ଦୀର୍ଘତା ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହେବା, ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ କିପରି ବଳିଦାନ ଅର୍ପଣ କଲେ ତାହା ହୃଦୟଙ୍ଗମ କରିପାରିବା । ଫଳରେ ଆମ୍ଭମାନଙ୍କ ହୃଦୟ କରୁଣ ଓ ଅନୁତପ୍ତ ହୋଇ ତରଳିଯିବ । ଖ୍ରୀପ 25.1

*****