ଖ୍ରୀଷ୍ଟଙ୍କ ପ୍ରତି ପଦକ୍ଷେପ

3/14

ଖ୍ରୀଷ୍ଟ ହିଁ ପାପୀର ପ୍ରୟୋଜନ

ପ୍ରାରମ୍ଭରେ ମନୁଷ୍ୟକୁ ମହତ ଶକ୍ତି ଓ ଗୋଟିଏ ସୁଷମ ମନ ଦ ହୋଇଥିଲା । ଏଣୁସେ ଗୋଟିଏ ସିଦ୍ଧପ୍ରାଣୀ ହୋଇଥିବା ଯୋଗୁଁ ଈଶ୍ବରଙ୍କ ସହିତ ଏକାନ୍ତ ସମ୍ବନ୍ଧ ରଖିପାରିଥିଲା । ତାହାର ଚିନ୍ତାଧାରା ନିର୍ମଳ ଏବଂ ଲକ୍ଷ୍ୟ ପବିତ୍ର ଥିଲା । କିନ୍ତୁ ଈଶ୍ବରାଦେଶର ବିରୁଦ୍ଧାଚରଣ କରିବା ପରିଣାମରେ ତାହାର ଜୀବନର ସକଳ କ୍ଷେତ୍ରରେ ଏକ ବିକୃତ ଅବସ୍ଥା ରାଜ୍ୟ କରିଅଛି ଏବଂ ତାହାର ଅନ୍ତରରେ ପ୍ରେମ ପରିବର୍ତ୍ତେ ସ୍ୱାର୍ଥପରତା ସ୍ଥାନ ପାଇଛି । କ୍ରମଶଃ ତାହାର ସ୍ଵଭାବ ଏପରି ଦୁର୍ବଳତା ଦିଗକୁ ଗତି କଲା ଯେ, ତାହାର ମନ୍ଦ ପ୍ରବୃତ୍ତିକୁ ପ୍ରତିରୋଧ କରିବା ପାଇଁ ନିଜ ଶକ୍ତି ଅକ୍ଷମ ହେଲା । ପରିଣାମରେ ଶୟତାନର ବନ୍ଦୀ ହେଲା । ପରମେଶ୍ଵର ଯେବେ ତାହାର ନୂତନ ଜୀବନ ନିମନ୍ତେ ହସ୍ତକ୍ଷେପ କରି ନ ଥାନ୍ତେ, ସେ ଅନନ୍ତ କାଳ ଏପରି ଅବସ୍ଥାରେ ଜୀବନ ଯାପନ କରିଥାନ୍ତା । ପବିତ୍ର ବାଇବଲ କହେ ଯେ, ମନ୍ଦ ପରୀକ୍ଷକ ଶୟତାନ ପରମେଶ୍ବରଙ୍କ ପ୍ରାଥମିକ ସୃଷ୍ଟି କାଳୀନ ଯୋଜନାକୁ ପରିବର୍ତ୍ତନ କରି, ପୃଥିବୀରେ ମାନବ ସମାଜକୁ ଦୁଃଖ ଓ ନିରାଶାରେ ରଖିବାକୁ ଯୋଜନା କରିଥିଲା । ଆଉ ସେ ସମସ୍ତଙ୍କୁ କହିପାରିଥାନ୍ତା ଯେ, ପରମେଶ୍ବର ଏହି ଉଦ୍ଦେଶ୍ୟରେ ହିଁ ମାନବକୁ ସୃଷ୍ଟି କରିଥିଲେ । ଖ୍ରୀପ 11.1

ନିଷ୍ପାପ ଅବସ୍ଥାରେ ମନୁଷ୍ୟ ତାହାଙ୍କ ସହ ଆନନ୍ଦରେ ସମ୍ପର୍କ ରଖି ପାରୁଥିଲା, “ଯେପରି ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବୁଦ୍ଧି ରୂପ ସମସ୍ତ ଧନ ନିହିତ ଅଛି ।” (କଲସୀ ୨:୩) କିନ୍ତୁ ମାନବ ପାପରେ ପ୍ରବେଶ କରିବା ଦିନୁ, ପବିତ୍ରତାରେ ତାହାର ଆନନ୍ଦ ଉଭେଇଗଲା, ଆଉ ସେ ପରମେଶ୍ଵରଙ୍କଠାରୁ ଲୁଚି ରହିବାକୁ ପସନ୍ଦ କଲା । ଆଜି ସୁଦ୍ଧା ଯାହାର ଅନ୍ତଃକରଣ ନୂତନ ହୋଇନାହିଁ ତାହାର ଅବସ୍ଥା ଏହିପରି ଅଟେ । ଏପରି ଅନ୍ତଃକରଣ ଈଶ୍ବରଙ୍କ ସହ ଏକମତ ନୁହେଁ ଏବଂ ତାହାଙ୍କ ସଙ୍ଗ ସୁଖକର ବୋଲି ମନେ କରେ ନାହିଁ, ଆଉ ତାହାଙ୍କ ସହ ମିଳନରେ ଥିବା ଅବସ୍ଥାଠାରୁ ଗୁପ୍ତରେ ସବୁବେଳେ ରହିବାକୁ ଇଚ୍ଛାକରେ । ସୁତରାଂ ଜଣେ ପାପୀ ଈଶ୍ବରଙ୍କ ଛାମୁରେକଦାପି ସୁଖୀ ବୋଲି ନିଜକୁ ଭାବେ ନାହିଁ । ତାହାକୁ ସ୍ୱର୍ଗକୁ ଯିବାକୁ ଅନୁମତି ଦିଆଗଲେ ସୁଦ୍ଧା ସେ ପସନ୍ଦ କରିପାରେ ନାହିଁ । ଯେଣୁ ସ୍ୱର୍ଗରେ ନିସ୍ବାର୍ଥପର ପ୍ରେମ ରାଜ୍ୟ କରେ । ପ୍ରତ୍ୟେକ ପ୍ରାଣଅସୀମ ପ୍ରେମରେ ଅନୁପ୍ରାଣିତ ହେଲେ, ସ୍ଵର୍ଗ ଏକ ସୁଖମୟ ସ୍ଥାନ ହେବ । ତାହାର ଚିନ୍ତାଧାରା, ତାହାର ଅନୁରାଗ, ତାହାର ଅଭିଳାଷ ସ୍ଵର୍ଗର ବିପରୀତ । ନିଷ୍ପାପୀ ଅଧିବାସୀ ମାନଙ୍କ ମଧ୍ୟରେ ସେ ଜଣେ ବିଦେଶୀ ବୋଲି ଭାବେ ସ୍ଵର୍ଗୀୟ ସଙ୍ଗୀତ ମେଳରେ ତାହାର ରାଗ ଅସୁନ୍ଦର ହୋଇଉଠେ । ଫଳରେ ସେ ସ୍ବର୍ଗକୁ ଏକ କଷ୍ଟକର ସ୍ଥାନ ବୋଲି ବିଚାର କରେ । ଆଉ ସେ ଆନନ୍ଦ ଓ ଆଲୋକଦାତା ଈଶ୍ବରଙ୍କ ସମ୍ମୁଖରୁ ପଳାୟନ କରି ଗୁପ୍ତ ସ୍ଥାନରେ ରହିବାକୁ ଇଚ୍ଛା କରେ । ପରମେଶ୍ବର ଦୁଷ୍ଟକୁ ବାଧ୍ୟବାଧକତାରେ ସ୍ଵର୍ଗରୁ ବିତାଡିତ କରିବାକୁ ଚାହାନ୍ତି ନାହିଁ କିନ୍ତୁ ସ୍ଵର୍ଗୀୟ ପରିବେଶରେ ସେ ଯୋଗ୍ୟ ଅନ୍ୟମାନଙ୍କ ସାଥୀ ହେବାକୁ ଆପଣାକୁ ଅଯୋଗ୍ୟ ମନେ କରେ । ଦୁଷ୍ଟମାନଙ୍କ ନିମନ୍ତେ ଈଶ୍ଵରଙ୍କ ଗୌରବ ଏକ ଗ୍ରାସକାରୀ ଅଗ୍ନିତୁଲ୍ୟ ଅଟେ । ଆଉ ସେମାନେ ବିନାଶ ପନ୍ଥାକୁ ବରଣ କରିଥାନ୍ତି, ଏବଂ ଯେଉଁ ବ୍ୟକ୍ତି ତାହାକୁ ଉଦ୍ଧାର କରିବା ନିମନ୍ତେ ପ୍ରାଣତ୍ୟାଗ କଲେ, ତାହାଙ୍କଠାରୁ ଆପଣମାନଙ୍କୁ ପୃଥକ କରି ରଖିଥାନ୍ତି । ଖ୍ରୀପ 11.2

ଆମ୍ଭମାନଙ୍କ ପକ୍ଷେ ପାପମୟ ପଙ୍କରୁ ଉଠି ପଳାୟନ କରିବା ନିତାନ୍ତ ଅସମ୍ଭବ ଅଟେ । ଆମ୍ଭମାନଙ୍କ ହୃଦୟ ମନ୍ଦ, ଏବଂ ଆମ୍ଭେମାନେ ହୃଦୟକୁ ପରିବର୍ତ୍ତନ କରିପାରିବା ନାହିଁ । “ଅଶୁଚି ବସ୍ତୁରୁ ଶୁଚି ବସ୍ତୁ କିଏ ଉତ୍ପନ୍ନ କରିପାରେ ? (ଆୟୁବ ୧୪:୪)” ଯେଣୁ ଶାରୀରିକ ଭାବ ଈଶ୍ବରଙ୍କ ବିରୁଦ୍ଧରେ ଶତୃତା; କାରଣ ତାହା ଈଶ୍ବରଙ୍କ ବ୍ୟବସ୍ଥାର ବଶୀଭୂତ ନୁହେଁ, ପୁଣି ବଶୀଭୂତହେବ ଅସମ୍ଭବ ।” (ରୋମୀ ୮:୭) ଶିକ୍ଷା, ସଂସ୍କୃତି, ଆତ୍ମ ଦମନ, ମାନୁଷିକ ପ୍ରଯତ୍ନ ଏ ସବୁର ଉପଯୁକ୍ତ ସ୍ଥାନ ରହିଛି କିନ୍ତୁ ଏହି କ୍ଷେତ୍ରରେ ଏହି ସବୁ ନିତାନ୍ତ ଅକ୍ଷମ ଅଟନ୍ତି । ସେଗୁଡ଼ିକ ବାହ୍ୟ ଆଚରଣ ଲାଗି ଯଥାର୍ଥ ପନ୍ଥା ନିରୂପଣ କରିଥାନ୍ତି କିନ୍ତୁ ହୃଦୟ ପରିବର୍ତ୍ତନ କ୍ଷେତ୍ରରେ ଏଗୁଡ଼ିକ କିଂ କର୍ତ୍ତବ୍ୟ ବିମୂଢ଼ ଅବସ୍ଥାରେ ପତିତ ହୁଅନ୍ତି । ସେମାନେ ତାହା ଶୁଚି କରିପାରନ୍ତି ନାହିଁ, ଯେଣୁ ହୃଦୟଠାରୁ ହିଁ ଜୀବନ ସ୍ରୋତ ପ୍ରବାହିତ ହୋଇଥାଏ । ଅନ୍ତର ମଧ୍ୟରେ ଗୋଟିଏ ବିଶେଷ ଶକ୍ତିନିହିତ ଥିବା ପ୍ରୟୋଜନ, ତାହା ଉର୍ଦ୍ଧ୍ବରୁ ନୂତନ ଜୀବନ ଅଟେ । ଏହି ଶକ୍ତି ମନୁଷ୍ୟକୁ ପାପଠାରୁ ପବିତ୍ରତା ପ୍ରଦାନ କରେ । ସେହି ଶକ୍ତି ଖ୍ରୀଷ୍ଟ ଅଟନ୍ତି । ଆତ୍ମାର ବିଭିନ୍ନ ନିର୍ଜୀବ ଶକ୍ତି ସମୁହକୁ ତାହାଙ୍କ ଅନୁଗ୍ରହ ହିଁ ନବଶକ୍ତି ପ୍ରଦାନ କରେ ଏବଂ ପରମେଶ୍ଵରଙ୍କ ଆଡ଼କୁ ପବିତ୍ରତା ନିମନ୍ତେ ଆକର୍ଷଣ କରିଥାଏ । ଖ୍ରୀପ 12.1

ତ୍ରାଣକର୍ତ୍ତା କହିଲେ “ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ବରଙ୍କ ରାଜ୍ୟ ଦେଖିପାରେ ନାହିଁ ।” (ଯୋହନ ୩:୩) ମନୁଷ୍ୟ ଦେହରେ ସ୍ବଭାବତଃ ଯେଉଁ ଉତ୍ତମ ଭାବ ଗୁପ୍ତ ରହିଛି ତାହାକୁ ଜାଗରିତ କରିବା ଯଥେଷ୍ଟ, ଏହି ଚିନ୍ତାଧାରା ନିତାନ୍ତ ଭ୍ରମାତ୍ମକ ଅଟେ । କିନ୍ତୁ ଶାରୀରିକ ମନୁଷ୍ୟ ଈଶ୍ଵରଙ୍କ ଆତ୍ମାଙ୍କ ବିଷୟ ଗୁଡ଼ିକ ପ୍ରକାଶ କରେ ନାହିଁ, କାରଣ ସେ ସବୁ ତାହା ନିକଟରେ ମୁର୍ଖତା, ପୁଣି ସେ ସବୁକୁ ବୁଝି ପାରେ ନାହିଁ, ଯେଣୁ ସେସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ । ” (୧ କରନ୍ତୀ ୨:୧୪) ତୁମ୍ଭମାନଙ୍କୁ ଅବଶ୍ୟ ପୁନର୍ବାର ଜନ୍ମିବାକୁ ହେବ ବୋଲି ଯେ ମୁଁ ତୁମକୁ କହିଲି ଏଥିରେ ଚମକୃତ ହୁଅନାହିଁ । (ଯୋହନ ୩:୭) ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଏହିପରି ଲେଖାଯାଏ, “ତାହାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତିଃ ।” (ଯୋହନ ୧:୪) ” ତାହାଙ୍କ ଛଡା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହାଦ୍ଵାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ ।” (ପ୍ରେରିତ ୪:୧୨) ଖ୍ରୀପ 12.2

ପରମେଶ୍ଵରଙ୍କ ପ୍ରେମିକ ଦୟାଳୁସ୍ଵଭାବ, ବଦାନ୍ୟ ପିତୃତୁଲ୍ୟ କରୁଣାଭାବ ତାହାଙ୍କ ଚରିତ୍ରରେ ଦେବା ଯଥେଷ୍ଟ ନୁହେଁ । ତାହାଙ୍କୁ ପବିତ୍ର ବ୍ୟବସ୍ଥାର ଜ୍ଞାନ, ଏବଂ ନ୍ୟାୟପଣ, ଯାହା ତାହାଙ୍କ ଅନନ୍ତ ପ୍ରେମନୀତି ଉପରେଗଢ଼ା ତାହାଦେଖିବା ଯଥେଷ୍ଟ ନୁହେଁ । ସାଧୁ ପାଉଲ ତାହାସବୁ ସୁବିଚାର ପୂର୍ବକ ଡାକି ଦେଇ କହନ୍ତି; ତେବେ ବ୍ୟବସ୍ଥା ଯେ ଉ ମୁଁ ତାହା ମୁଁ ସ୍ଵୀକାର କରେ” “ଅତଏବ ବ୍ୟବସ୍ଥା ପବିତ୍ର, ପୁଣି ଆଜ୍ଞା ପବିତ୍ର, ନ୍ୟାୟ ସଙ୍ଗୀତ ଓ ଉତ୍ତମ” “ଯେଣୁ ବ୍ୟବସ୍ଥା ଯେ ଆତ୍ମିକ ଏହା ଆମ୍ଭେମାନେ ଜାଣୁ; କିନ୍ତୁ ମୁଁ ଶାରୀରିକ, ପ୍ରାଣର କ୍ରୀତଦାସ” (ରୋମୀ ୭:୧୬, ୧୨, ୧୪) । ପୁଣି ସେ ଆତ୍ମାର ନୈରାଶ୍ୟ ଓ ଦୁଃଖର ତିକ୍ତତାରେ ଆଉ କହିଲେ, “ହାୟ, ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ, ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ ? ଯୁଗେ ଯୁଗେ ସବୁ ସ୍ଥଳରେ ଭାରାକ୍ରାନ୍ତ ହୃଦୟ ଗୁଡ଼ିକ ଡ଼ାକ ଦେଇ ଆସୁଅଛନ୍ତି । ସମସ୍ତଙ୍କ ନିମନ୍ତେ କେବଳ ଗୋଟିଏ ଉତ୍ତର ରହିଛି, ” ଏହି ଦେଖ, ଈଶ୍ବରଙ୍କ ମେଷଶାବକ, ଯେ ଜଗତର ପାପଭାର ବହିନେଇ ଯାଆନ୍ତି ।” (ଯୋହନ ୧:୨୯) ଖ୍ରୀପ 12.3

ଏହି ସତ୍ୟତାକୁ ବିଷଦଭାବେ ବୁଝାଇବା ନିମନ୍ତେ ପରମେଶ୍ବରଙ୍କ ଆତ୍ମା ନାନା ଉପମା କଥାର ବ୍ୟାଖ୍ୟା କରିଅଛନ୍ତି ଏବଂ ଏପରି ସରଳ କରିଅଛନ୍ତି ଯେ, ଆତ୍ମାଗୁଡ଼ିକ ଭାରରୁ ମୁକ୍ତ ହୋଇପାରନ୍ତି । ପବିତ୍ର ବାଇବଲରେ ଏଷୌ ଓ ଯାକୁବ ଏ ଦୁଇ ଭାଇଙ୍କ ଚରିତ୍ରରୁ ଶିକ୍ଷା ଦିଆଯାଏ । ଆପଣା ଭାଇ ଏଷୌକୁ ପ୍ରବର୍ତ୍ତନା କରିବା ପରେ ଯାକୁବ ଆପଣା ପିତୃଗୁହରୁ ପଳାୟନ କଲେ କାରଣ ତାହାଙ୍କ ହୃଦୟ ତାହାଙ୍କୁ ଦୋଷୀ କଲା । ସେ ନିଜକୁ ଏକାକୀ ଓ ତ୍ୟକ୍ତ ବୋଲି ଜାଣିଲେ । ଯାହା ସବୁ ଗୃହରେ ପ୍ରିୟ ବୋଲି ବୁଝୁଥିଲେ, କେବଳ ଗୋଟିଏ ଚିନ୍ତା ତାହା ଉପରେ ଗୁରୁତର ଋପ ପକାଇଥିଲା, ତାହା ପରମେଶ୍ବରଙ୍କୁ ଭୟ ଓ ତାଙ୍କ ବିରୁଦ୍ଧରେ ପାପ । ପରମେଶ୍ବର ତାହାଙ୍କୁ ପରିତ୍ୟାଗ କଲେ । ଦୁଃଖରେ ସେ ଏକାକୀ ଭୂମିରେ ଶୟନ କଲେ । ଚତୁର୍ଦ୍ଦିଗରେ ନିର୍ଜ୍ଜନ ପର୍ବତମାଳା ଏବଂ ଉର୍ଦ୍ଧ୍ବରେ ତାରକାମଣ୍ଡଳ ଆକାଶ । ଶୟନ କରନ୍ତେ ସେ ଏକ ଆଶ୍ଚର୍ଯ୍ୟ ଦର୍ଶନ ପାଇଲେ ଓ ସେ ଦେଖିଲେ ଏକ ସିଡି ତାହାଙ୍କ ଶୟନ କରିବା ସ୍ଥଳରୁ ଉର୍ଦ୍ଧ୍ବକୁ ଉଠିଛି ଏବଂ ତାହା ସ୍ବର୍ଗଦ୍ବାର ସ୍ପର୍ଶ କରୁଛି । ତାହା ଉପରେ ଈଶ୍ବରଙ୍କ ଦୂତଗଣ ଯିବା ଆସିବା କରୁଛନ୍ତି । ଆଉ ଏପରି ସମୟରେ ଉର୍ଦ୍ଧ୍ବରୁ ପରମେଶ୍ଵରଙ୍କ ଗୌରବଯୁକ୍ତ ଏକ ସାନ୍ତ୍ୱନା ଓ ଭରସାବାଣୀ ଶୁଣିବାକୁ ପାଇଲେ । ଯାକୁବଙ୍କ ସନ୍ତପ୍ତ ପ୍ରାଣରେ ତାହା ଭରସା ଓ ସାନ୍ତ୍ୱନାର ସମ୍ବାଦ । ଯାକୁବଙ୍କ ଅନ୍ତଃକରଣରେ ଅଭିଳିଷିତ ବାଞ୍ଛା ପୂରଣ ହେଲା । ସେହି ସମ୍ବାଦ ତ୍ରାଣକର୍ତ୍ତାଙ୍କ ସମ୍ବାଦ ଥିଲା । ବଡ଼ ଆନନ୍ଦରେ ଓ କୃତଜ୍ଞତା ଚି ରେ ସେ ଉଠି ଈଶ୍ବରଙ୍କ ପ୍ରକାଶିତ ମାର୍ଗ ବୁଝିଲେ ଓ ପରମେଶ୍ୱରଙ୍କ ସହ ପାପୀର ପୁନଃ ମିଳନର ତଥ୍ୟ ପ୍ରକାଶିତ ହେଲା । ତାହାଙ୍କ ସ୍ବପ୍ନର ଅଲୌକିକ ସୋପାନ ଯୀଶୁଙ୍କୁ ଦର୍ଶାଏ । ସେ କେବଳ ମାନବ ଓ ଈଶ୍ୱରଙ୍କ ସହ ସମ୍ମିଳନ ସ୍ଥାପନ କରିବାକୁ ଏକମାତ୍ର ମାଧ୍ୟମ । ଖ୍ରୀପ 13.1

ଏତାଦୃଶ୍ୟ ଉପମା ସାହାଯ୍ୟରେ ଯୀଶୁ ଆଉ ଜଣେ ଶିଷ୍ୟ ନାଥନିଏଲଙ୍କ ସହ ଆଳାପ କଲାବେଳେ ସେ କହିଲେ, “ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି । ତୁମେମାନେ ସ୍ଵର୍ଗକୁ ଉନ୍ମୁକ୍ତ ଓ ଈଶ୍ବରଙ୍କ ଦୂତମାନଙ୍କୁ ମନୁଷ୍ୟ ପୁତ୍ରଙ୍କ ଉପରେ ଆରୋହଣ ଓ ଅବତରଣ କରିବା ଦେଖୁବ” (ଯୋହନ ୧:୫୧) ଅନାଜ୍ଞାବହ ହୋଇ ମନୁଷ୍ୟ ଧର୍ମଭ୍ରଷ୍ଟ ହେଲା ଏବଂ ଈଶ୍ବରଙ୍କ ନିକଟରୁ ଦୁରକୁ ଚାଲିଗଲା, ଆଉ ସ୍ବର୍ଗଠାରୁ ପୃଥିବୀ ପୃଥକ ହେଲା । ଏ ଦୁଇ ମଧ୍ୟରେ ଏକ ସୁଗଭୀର ସମ୍ପର୍କ ରହିତ ଗହ୍ୱର ସୃଷ୍ଟି ହେଲା । କିନ୍ତୁ ଖ୍ରୀଷ୍ଟଙ୍କ ଦେଇ ପୃଥିବୀ ଆଉଥରେ ସ୍ବର୍ଗସହ ମିଳିତ ହେଲା । କେବଳ ଖ୍ରୀଷ୍ଟଙ୍କ ଯୋଗ୍ୟତା ହେତୁ ଏହା ସମ୍ଭବ ହେଲା । ଯେଉଁ ସୁଗଭୀର ଗହ୍ୱର ପାପ ସୃଷ୍ଟି କଲା, ତାହା ଉପରେ ଖ୍ରୀଷ୍ଟ ଗୋଟିଏ ପୋଲ ବାନ୍ଧିଦେଲେ, ଯେପରି ସେବକ ଦୂତଗଣ ମନୁଷ୍ୟମାନଙ୍କୁ ସାହାଯ୍ୟ କରିବାକୁ ସଂବନ୍ଧ ରଖୁବା ସମ୍ଭବ ହୋଇପାରିବ । ପତିତ ମାନବର ଦୁର୍ବଳତା ଓ ନିଃସହାୟ ଅବସ୍ଥାରେ ଖ୍ରୀଷ୍ଟ ତାହାକୁ ଅସୀମ ସାହାଯ୍ୟ ଯୋଗାଇବାକୁ ଆକାରଅଟନ୍ତି । ଖ୍ରୀପ 13.2

ତାହା ଛଡ଼ା ମାବବର ଉନ୍ନତି ନିମନ୍ତେ ତାହାର ଆଉ ଅନ୍ୟାନ୍ୟ ପ୍ରଗତି ଚେଷ୍ଟା ଅସାରମାତ୍ର । ଯଦି ସେମାନେ ଏହି ସାହାଯ୍ୟ ଓ ଭରସାର ମହାନ ଆଧାରକୁ ଅବହେଳା କରିବେ ତେବେ ସେମାନଙ୍କର ଆଉ ଅନ୍ୟ ସତ୍ୟ ଉପାୟ ରହିବ ନାହିଁ ।” ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧବର ଉର୍ଦ୍ଧ୍ବରୁ ଜୋର୍ତିଗଣର ପିତାଙ୍କଠାରୁ ଆସେ । ଯାହାଙ୍କରେ କୌଣସି ପରିବର୍ତ୍ତନ ବା ଲେଶମାତ୍ର ବିକାର ନାହିଁ ।” (ଯାକୁବ ୧ ; ୧୭) ତାହା ଈଶ୍ବରଙ୍କର ଦାନ । ତାହାଙ୍କ ବ୍ୟତୀତ ଅନ୍ୟଠାରେ ସିଦ୍ଧ ଚରିତ୍ର ସମ୍ଭବ ନୁହେଁ । ଏବଂ ଈଶ୍ବରଙ୍କ ନିକଟକୁ ପନ୍ଥା କେବଳ ଖ୍ରୀଷ୍ଟ ଅଟନ୍ତି । ସେ କହନ୍ତି “ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଏନାହିଁ ।” (ଯୋହନ ୧୪:୬) ଖ୍ରୀପ 14.1

ପୃଥିବୀରେ ସନ୍ତାନ ସନ୍ତତିମାନଙ୍କ ନିମନ୍ତେ ପିତା ପରମେଶ୍ବରଙ୍କ କରୁଣ ହୃଦୟ ଅପେକ୍ଷାରେ ରହିଛି । ଏହି ପ୍ରେମ ମୃତ୍ୟୁ ଅପେକ୍ଷା ଶକ୍ତିଶାଳୀ ଅଟେ । ତାହାଙ୍କ ପୁତ୍ରଙ୍କୁ ଦାନ ଦେବାରେ, ଗୋଟିଏ ମାତ୍ର ଦାନରେ ସେ ସ୍ଵର୍ଗର ସମସ୍ତ ଦାନ ଅର୍ପଣ କରି ଅଛନ୍ତି । ତ୍ରାଣକର୍ତ୍ତାଙ୍କର ଜୀବନ ମରଣ, ପ୍ରାର୍ଥନା ଓ ଦୁତମାନଙ୍କ ସେବା ପବିତ୍ର ଆତ୍ମାଙ୍କ ପ୍ରେରଣା, ଏତଦ୍ ବ୍ୟତୀତ ପିତା ସ୍ଵର୍ଗୀୟ ଅଗଣ୍ୟ ପ୍ରାଣୀମାନଙ୍କ ସଙ୍ଗେ ଅନବରତ କାର୍ଯ୍ୟ କରୁଅଛନ୍ତି । ଏ ସମସ୍ତ ମାନବର ମୁକ୍ତି କରଣାର୍ଥେ ସଂପୃକ୍ତ ଅଟନ୍ତି । ଖ୍ରୀପ 14.2

ଆହେ ! ଆମ୍ଭେମାନେ ତାହାଙ୍କୁ ଆଶ୍ଚର୍ଯ୍ୟଜନକ ବଳିଦାନ, ଯାହା ସେ ଆମ୍ଭମାନଙ୍କ ନିମନ୍ତେ ସାଧନ କରିଅଛନ୍ତି, ତତ୍ ସମ୍ବନ୍ଧରେ ଅନୁଧ୍ୟାନ କରୁ । ପିଡ଼ିତ ମାନବକୁ ଈଶ୍ଵରଙ୍କ ଗୃହକୁ ଫେରାଇ ଆଣିବା ନିମନ୍ତେ ସ୍ଵର୍ଗର ସକଳ ଚେଷ୍ଟା ଓ ଶକ୍ତିର ଗୁଣ ଉପଲବ୍ଧ କରୁ । ବଳବ ର ପ୍ରବୃତ୍ତି ଏବଂ ଅନ୍ୟକିଛି ଶକ୍ତିଶାଳୀ ପ୍ରତିନିଧି ଦଳ, କୌଣସିମତେ ଏହା ସାଫଲ୍ୟମଣ୍ଡିତ କରିବାକୁ ସକ୍ଷମ ନୁହନ୍ତି । ସୃଷ୍ଟିକର୍ତ୍ତା ଏବଂ ତାଣକର୍ତ୍ତାଙ୍କ ହୃଦୟର ପ୍ରେମରସେବା ଦାନ କରିବାକୁ ଏ ସମସ୍ତ ଉତ୍ସାହ ଓ ଉଦ୍ଦୀପନା ଦାନ କରୁନାହାନ୍ତି କି ? ଖ୍ରୀପ 14.3

ଏହା ବ୍ୟତୀତ ପରମେଶ୍ଵରଙ୍କ ପବିତ୍ର ବିଚାର ପାପ ବିରୁଦ୍ଧରେ ସମୁଚିତ ଦଣ୍ଡବିଧାନ ଉଚ୍ଚାରଣ କରି ସାରିଲାଣି । ସୁନିଶ୍ଚିତ ଦଣ୍ଡ, ଆମ୍ଭମାନଙ୍କ ଚରିତ୍ରର ପତିତ ଅବସ୍ଥା, ଅନ୍ତିମ ବିନାଶ ଏବଂ ଶୟତାନର ସେବା ବିରୁଦ୍ଧରେ ଆମ୍ଭମାନଙ୍କୁ ପରମେଶ୍ଵରଙ୍କ ପବିତ୍ର ବାକ୍ୟରେ ସତର୍କବାଣୀ ଦିଆ ହୋଇଅଛି । ଖ୍ରୀପ 14.4

ଈଶ୍ବରଙ୍କ ଅନୁଗ୍ରହକୁ ଆମ୍ଭେମାନେ ସମ୍ମାନ ପ୍ରଦର୍ଶନ କରିବା ନାହିଁ କି ? ଆଉ ସେ ଅଧିକ କ’ଣ କରିଥାନ୍ତେ ? ସେ ମହାନ ଆଶ୍ଚର୍ଯ୍ୟ ପ୍ରେମରେ ଆମ୍ଭମାନଙ୍କୁ ପ୍ରେମ କରି ଅଛନ୍ତି ଏଣୁ ଆମ୍ଭେମାନେ ତାହାଙ୍କ ସହ ଯଥାର୍ଥ ସମ୍ବନ୍ଧ ରଖୁ । ଆମ୍ଭେମାନେ ପରିବର୍ତ୍ତିତ ହୋଇ ତାହାଙ୍କତୁଲ୍ୟ ହେଉ । ତାହାଙ୍କ ଦ ସାହାଯ୍ୟରେ ଏବଂ ପରମେଶ୍ଵର ଓ ଦୂତଗଣଙ୍କ ସହଭାଗିତା ପ୍ରାପ୍ତ ହୋଇ ପିତା ଓ ପୁତ୍ରଙ୍କ ସହ ସତ୍ୟ ମିଳନ ଓ ସମ୍ବନ୍ଧ ଲାଭକରୁ । ଖ୍ରୀପ 14.5

*****