ଖ୍ରୀଷ୍ଟଙ୍କ ପ୍ରତି ପଦକ୍ଷେପ

14/14

ପ୍ରଭୁରେ ଆନନ୍ଦିତ ହେବା

ଈଶ୍ଵରଙ୍କ ସନ୍ତାନଗଣ ଖ୍ରୀଷ୍ଟଙ୍କ ପ୍ରତିନିଧ ସ୍ୱରୂପେ ପ୍ରଭୁଙ୍କର ଦୟା ଓ ଉତ୍ତମତ୍ତା ପ୍ରଦର୍ଶନ କରିବାକୁ ଆହ୍ବାନପ୍ରାପ୍ତ ହୋଇଅଛନ୍ତି । ଯୀଶୁଖ୍ରୀଷ୍ଟ ଯେପରି ପିତାଙ୍କର ସତଚରିତ୍ର ପ୍ରକାଶ କରିଅଛନ୍ତି, ତଦ୍ରୁପ ଆମ୍ଭେମାନେ ସୁଦ୍ଧା ଜଗତକୁ, ଯେଉଁମାନେ ତାହାଙ୍କ ଦୟା ଓ ଅନୁଗ୍ରହ ବୁଝି ନାହାନ୍ତି, ସେମାନଙ୍କ ନିକଟରେ ଖ୍ରୀଷ୍ଟଙ୍କୁ ଦେଖାଇବା । ଯୀଶୁ କହିଲେ, “ତୁମ୍ଭେ ମୋତେ ଜଗତକୁ ଯେପରି ପ୍ରେରଣ କରିଅଛି, ମୁଁ ମଧ୍ୟ ସେମାନଙ୍କୁ ସେପରି ଜଗତକୁ ପ୍ରେରଣ କରିଅଛି ।” “ମୁଁ ସେମାନଙ୍କଠାରେ ଆଉ ତୁମ୍ଭେ ମୋଠାରେ, ଯେପରି ଜଗତ ବୁଝିବ ଯେ, ତୁମେ ମୋତେ ପ୍ରେରଣ କଲ,” (ଯୋହନ ୧୭:୧୮, ୨୩) ପ୍ରେରିତ ପାଉଲ ଯୀଶୁଙ୍କର ଅନୁଗମନକାରୀଙ୍କୁ କହନ୍ତି, “ପୁଣି ତୁମ୍ଭେମାନେ ଯେ ଆମ୍ଭମାନଙ୍କ ସେବାରେ ଲିଖିତ ଖ୍ରୀଷ୍ଟଙ୍କ ପତ୍ର ସ୍ୱରୂପ ।” “ସମସ୍ତ ଲୋକଙ୍କ ଜ୍ଞାତ ଓ ପଠିତ ଆମ୍ଭମାନଙ୍କ ପତ୍ର ସ୍ୱରୂପ ।” (୧ କରନ୍ଥୀ ୩:୩, ୨) ଯଦି ତୁମ୍ଭେ ଖ୍ରୀଷ୍ଟଙ୍କର ଅନୁଗାମୀ ଅଟ, ସେ ତୁମ୍ଭ ଦେଇ ଜଗତର ସବୁ ଲୋକଙ୍କୁ ଏକ ପତ୍ର ପ୍ରେରଣ କରନ୍ତି। ଯଦି ତୁମ୍ଭେ ଖ୍ରୀଷ୍ଟଙ୍କର ଅନୁଗାମୀ ଅଟ ସେ ତୁମ୍ଭଦ୍ଵାରା ଗୋଟିଏ ପତ୍ର, ଯେଉଁଠାରେ ତୁମେ ବାସକର ସେଠାରେ ପରିବାର, ଗ୍ରାମ, ଗଳିର ଲୋକମାନଙ୍କ ନିକଟକୁ ପ୍ରେରଣ କରନ୍ତି । ଯୀଶୁ ତୁମ ହୃଦୟରେ ବାସକରି, ଯେଉଁମାନେ ତାହାଙ୍କୁ ଜାଣି ନାହାନ୍ତି ସେମାନଙ୍କ ସହିତ ପରିଚିତ ହୋଇ ସେମାନଙ୍କ ହୃଦୟରେ କଥା କହିବାକୁ ଇଚ୍ଛା କରନ୍ତି । ସମ୍ଭବତଃ ସେମାନେ ବାଇବଲ ପଢ଼ନ୍ତି ନାହିଁ କିମ୍ବା ସେହି ପୃଷ୍ଠା ଗୁଡ଼ିକରେ ସ୍ବର ଶୁଣି ପାରନ୍ତି ନାହିଁ; ତାହାଙ୍କ କାର୍ଯ୍ୟ ଦେଇ ସେମାନେ ଈଶ୍ଵରଙ୍କ ପ୍ରେମ ଦେଖି ପାରନ୍ତି ନାହିଁ । କିନ୍ତୁ ତୁମ୍ଭେ ଯଦି ଖ୍ରୀଷ୍ଟଙ୍କର ପ୍ରକୃତ ପ୍ରତିନିଧି ଅଟ, ହୋଇପାରେ ତୁମ୍ଭ ଦେଇ ସେମାନେ ତାହାଙ୍କ ଉତ୍ତମତା ବିଷୟରେ କିଛି ବୁଝି ପାରିବେ ଓ ତାହାଙ୍କୁ ପ୍ରେମ ଓ ସେବା କରିବାକୁ ଶିକ୍ଷା କରିବେ । ଖ୍ରୀଷ୍ଟିୟାନମାନେ ସ୍ବର୍ଗକୁ ପଥ କଢ଼ାଇବା ନିମନ୍ତେ ଆଲୋକ ବାହକ ସଦୃଶ୍ୟ ଅଟନ୍ତି । ଯେଉଁ ଆଲୋକ ଖ୍ରୀଷ୍ଟଙ୍କଠାରୁ ପ୍ରାପ୍ତ, ସେମାନଙ୍କୁ ସେଗୁଡ଼ିକୁ ପୃଥିବୀରେ ପ୍ରତିବିମ୍ବିତ କରିବାକୁ ହେବ । ସେମାନଙ୍କ ଜୀବନ ଓ ଚରିତ୍ର ଏପରି ହେବା ଦରକାର ଯେ, ସେମାନଙ୍କ ଦେଇ ଅନ୍ୟମାନେ ଖ୍ରୀଷ୍ଟ ଓ ତାହାଙ୍କୁ ସେବା କାର୍ଯ୍ୟରେ ସଠିକ ପ୍ରେରଣା ପାଇ ପାରିବେ । ଖ୍ରୀପ 79.1

ଯଦି ଆମ୍ଭେମାନେ ଖ୍ରୀଷ୍ଟଙ୍କ ପ୍ରତିନିଧି, ତେବେ ତାହାଙ୍କ ସେବା ଆରାଧନାକୁ ଆକର୍ଷଣୀୟ କରିବା ଯେପରି ଏହା ପ୍ରକୃତ ବୋଲି ଦେଖାଯିବ । ଯେଉଁ ଖ୍ରୀଷ୍ଟିୟାନମାନେ ନିଜର ଜୀବନ ନିରୁତ୍ସାହ ଓ ବିଷର୍ଣ୍ଣତାରେ କଟାନ୍ତି ଓ ଅସନ୍ତୋଷଭାବ ଦେଖାନ୍ତି ଓ ଅଭିଯୋଗ କରନ୍ତି ସେମାନେ ଖ୍ରୀଷ୍ଟିୟଜୀବନ ଓ ଈଶ୍ଵରଙ୍କ ମିଥ୍ୟା ପ୍ରତିନିଧିତ୍ୱ କରନ୍ତି । ସେମାନେ ଦର୍ଶାନ୍ତି ଯେ, ଈଶ୍ବର ତାହାଙ୍କ ସନ୍ତାନମାନଙ୍କୁ ସୁଖୀ କରିବାକୁ ପସନ୍ଦ କରନ୍ତି ନାହିଁ ଓ ଏହିପରି ଭାବରେ ସେମାନଙ୍କ ସ୍ବର୍ଗସ୍ଥ ପିତାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ପ୍ରଦାନ କରନ୍ତି । ଖ୍ରୀପ 79.2

ଶୟତାନ ପରମେଶ୍ଵରଙ୍କ ସନ୍ତାନମାନଙ୍କୁ ଅବିଶ୍ୱାସ ଓ ନିରାଶାରେ କଢ଼ାଇ ନେଲେ ସେ ସେଥିରେ ଆନନ୍ଦ ପାଏ । ଈଶ୍ବରଙ୍କ ଉପରେ ନିର୍ଭର ନ କରିବାକୁ ଓ ତାହାଙ୍କୁ ରକ୍ଷାକାରୀ ଶକ୍ତିକୁ ସନ୍ଦେହ କରିବାକୁ ସେ ପ୍ରବର୍ତ୍ତାଏ ଓ ସେଥିରେ ଆନନ୍ଦ ଅନୁଭବ କରେ । ପରମେଶ୍ଵରଙ୍କ ପରିଚାଳନାର ଆମ୍ଭମାନଙ୍କର କ୍ଷତି ହୁଏ ବୋଲି ଆମ୍ଭେମାନେ ଯେପରି ଅନୁଭବ କରିବୁ, ତାହା ସେ ପସନ୍ଦ କରେ । ପରମେଶ୍ବର ନିର୍ଦ୍ଦୟ ଓ କରୁଣାହୀନ ବୋଲି ଦେଖାଇବା ଶୟତାନର କାର୍ଯ୍ୟ । ତାହାଙ୍କ ସମ୍ବନ୍ଧରେ ସତ୍ୟତାକୁ ସେ ଭୁଲଭାବେ ଦେଖାଏ । ଆମ୍ଭମାନଙ୍କ ସ୍ବର୍ଗସ୍ଥ ପିତାଙ୍କୁ ସମ୍ମାନ ଦେଖାଇ ତାହାଙ୍କ ସତ୍ୟ ଉପରେ ନିର୍ଭର କରିବା ପରିବର୍ତ୍ତେ ଆମ୍ଭେମାନେ ଶୟତାନର ଭୁଲ ପରାମର୍ଶ ଉପରେ ମନ ନିବେଶ କରୁ । ତାହାଙ୍କ ପ୍ରତି ଅସମ୍ମାନ ପ୍ରକାଶ କଇଁ । ଧର୍ମ ସଂକ୍ରାନ୍ତ ବିଷୟକୁ ଶୟତାନ ସର୍ବଦା ନିରୁତ୍ସାହିତ କରିବାକୁ ପ୍ରଯତ୍ନ କରିଥାଏ । ସେ ଧର୍ମ ଜୀବନକୁ କଠୋର ଓ ପରିଶ୍ରମଯୁକ୍ତ ବୋଲି କହେ । ଏଣୁ ଖ୍ରୀଷ୍ଟିୟାନ ଏହି ଶିକ୍ଷାକୁ ଜୀବନରେ ସ୍ଥାନ ଦେଲେ, ଶୟତାନର ମିଥ୍ୟ ଚିନ୍ତାଧାରକୁ ସେ ଅନୁମୋଦନ କରେ । ଖ୍ରୀପ 80.1

ଅନେକେ ଜୀବନ ପଥରେ ଗମନ କରିବା ସମୟରେ ଆପଣା ଭ୍ରମ ଓ ପରାଜୟ ଓ ନିରୁତ୍ସାହର ସମୁଖୀନ ହୁଅନ୍ତି ଓ ସେମାନଙ୍କର ହୃଦୟ ଦୁଃଖ ନୈରାଶ୍ୟରେ ପରିପୂର୍ଣ୍ଣ ହୁଏ । ମୁଁ ଯେତେବେଳେ ଇଉରୋପରେ ଥିଲି, ଜଣେ ଭଉଣୀ ଯେ କି ଏହିପରି ଭାବରେ ଥିଲେ ଓ ଯେ ଗଭୀର ଦୁର୍ଦ୍ଦଶା ଭୋଗ କରୁଥିଲେ ,ମୋ ପାଖକୁ ଲେଖି କିଛି ସାନ୍ତ୍ୱନାର ବାକ୍ୟ ଶୁଣିବାକୁ ଇଚ୍ଛା କରିଥିଲେ । ତାହାଙ୍କ ଚିଠି ପଢ଼ିବାର ଏକ ରାତ୍ର ପରେ, ମୁଁ ଗୋଟିଏ ସ୍ବପ୍ନ ଦେଖିଲି ଯେ, ମୁଁ ଗୋଟିଏ ବଗିଚା ମଧ୍ୟରେ ଥିଲି । ଯାହାକୁ ମୁଁ ବଗିଚାର ମାଲିବ ବୋଲି ମନେ କରୁଥିଲି ସେ ମୋତେ ପଥ କଢ଼ାଇ ନେଉଥିଲେ । ମୁଁ ପୁଷ୍ପଗୁଡ଼ିକୁ ସଂଗ୍ରହ କରୁଥିଲି ଓ ସେଗୁଡ଼ିକର ସୁଗନ୍ଧ ଆଘ୍ରାଣ କରୁଥିଲି । ଯେତେବେଳେ ସେହି ଭଉଣୀ, ଯେ କି ମୋ ପାଖେ ପାଖେ ଚାଲୁଥିଲେ ସେ ମୋତେ ତାହାଙ୍କ ରାସ୍ତାରେ ଥିବା ଗୋଟିଏ କଣ୍ଟ। ଗଛ ଦେଖାଇଲେ, ଯାହା ତାହାଙ୍କର ପଥ ରୁଦ୍ଧକରିଥିଲା । ସେଠାରେ ଦୁଃଖ ଓ କ୍ରନ୍ଦନ କରୁଥିଲେ। ସେ ପଥ ପ୍ରଦର୍ଶନକୁ ଅନୁସରଣ କରୁନଥିଲେ କିନ୍ତୁ କଣ୍ଟ। ଓ କଣ୍ଟ।ବୁଦା ମଧ୍ୟରେ ଚାଲୁଥିଲେ । “ଓଃ” ସେ ଦୁଃଖକଲେ, ” ଏହି ସୁନ୍ଦର ବଗିଚା କଣ୍ଟ। ଦ୍ବାରା ନଷ୍ଟ ହୋଇ ଯାଉଛି ଏହା ଦୁଃଖର ବିଷୟ ନୁହେଁ କି ? ତତ୍ପରେ ପଥପ୍ରଦର୍ଶକ କହିଲେ, “ହେ କଣ୍ଟ।ଗୁଡ଼ାକୁ ଏକୁଟିଆ ଛାଡ଼ିଦିଅ କାରଣ ସେଗୁଡ଼ିକ କେବଳ ତୁମ୍ଭର କ୍ଷତି କରିବେ, ଗୋଲାପ, ଲିଲି ଓ ସୁନ୍ଦର ପାଟଳ ବର୍ଣ୍ଣର ଫୁଲଗୁଡ଼ିକୁ ତୁମ୍ଭେ ସଂଗ୍ରହ କର । ଖ୍ରୀପ 80.2

ତୁମ୍ଭ ଜୀବନରେ କ’ଣ କିଛି ଆନନ୍ଦ ଓ ଉତ୍ସାହର ଉଜ୍ଜଳ ଅଭିଜ୍ଞତା ନାହିଁ ? ପରମେଶ୍ବରଙ୍କ ଆତ୍ମାରେ ଚାଳିତ ହୋଇ ତୁମେ କି କିଛି ଆନନ୍ଦ ଅନୁଭବ କରିନାହିଁ ? ଜୀବନର ଅତୀତ ପୃଷ୍ଠାଗୁଡ଼ିକୁ ଓଲଟାଇଲେ, ତୁମ୍ଭେ କ’ଣ କିଛି ଆନନ୍ଦର ପୃଷ୍ଠା ଦେଖିପାର ନାହିଁ ? ଈଶ୍ବରଙ୍କ ପ୍ରତିଜ୍ଞା ସକଳ, ସୁବାସିତ ପୁଷ୍ପ ସଦୃଶ, ତୁମ୍ଭ ପଥ ପାର୍ଶ୍ବରେ ବଢୁ ନାହାନ୍ତି କି ? ସେମାନଙ୍କ ସୌନ୍ଦର୍ଯ୍ୟ ଓ ମିଷ୍ଟତା ଆନନ୍ଦରେ ତୁମ୍ଭର ହୃଦୟ ପୂର୍ଣ୍ଣ କରିବାକୁ ତୁମ୍ଭେ ଦେବ ନାହିଁ କି ? | ଖ୍ରୀପ 80.3

କଣ୍ଟ। ବଣସବୁ ତୁମ୍ଭକୁ କେବଳ କ୍ଷତି ଓ ଦୁଃଖ ଦେଇଥାଏ । ତୁମେ ଯଦି କେବଳ ଏହାକୁ ସଂଗ୍ରହ କରିବା ଓ ଅନ୍ୟମାନଙ୍କୁ ଦେବ ତୁମ୍ଭେ କ’ଣ ଈଶ୍ବରଙ୍କ ଉତ୍ତମତା ତୁମ ନିମନ୍ତେ ଓ ଯେଉଁମାନେ ତୁମ ଚତୁଃପାର୍ଶ୍ଵରେ ବାସ କରୁଛନ୍ତି ସେମାନଙ୍କ ଜୀବନ ପଥର ରାସ୍ତା ବନ୍ଦ କରୁ ନାହିଁକି ? ଖ୍ରୀପ 80.4

ଅତୀତ ଜୀବନର ସମସ୍ତ ଅସୁଖୀ ଘଟଣାଗୁଡ଼ିକୁ ସଂଗ୍ରହ କରିବା ଜ୍ଞାନୀର କାର୍ଯ୍ୟ ନୁହେଁ । ଅତୀତର ଭୁଲ ଓ ନିରୁତ୍ସାହିତ ଅବସ୍ଥାକୁ ପୁନଃ ପୁନଃ ଦୋହରାଇ ଆମ୍ଭେମାନେ ନିରୁତ୍ସାହିତ ହେବା ଉଚିତ୍ ନୁହେଁ । ନିରୁତ୍ସାହିତ ଆତ୍ମା ଅନ୍ଧକାରାଚ୍ଛନ୍ନ ହୋଇ ତାହା ନିମନ୍ତେ ପରମେଶ୍ବରଙ୍କ ଆଲୋକ ବନ୍ଦ କରେ ଓ ଅନ୍ୟମାନଙ୍କ ଉପରେ ମଧ୍ୟ ତାହାର ଛାୟା ପକାଇଥାଏ । ଖ୍ରୀପ 81.1

ଯେଉଁ ଉଜ୍ଜଳ ଛବି ଯାହା ସେ ଆମ୍ଭମାନଙ୍କୁ ପ୍ରଦା କରିଅଛନ୍ତି, ସେଥି ନିମନ୍ତେ ପରମେଶ୍ବର ଧନ୍ୟବାଦ ହେଉ । ତାହାଙ୍କଠାରୁ ପ୍ରାପ୍ତ ଆଶୀର୍ବାଦ ଓ ପ୍ରେମର ଘଟଣାବଳୀ ସ୍ମରଣ କର ଓ ତାହାସବୁ ସମୟରେ ଦେଖ । ପରମେଶ୍ଵରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ତାହାଙ୍କ ପିତାଙ୍କ ସିଂହାସନ ତ୍ୟାଗକରି, ଐଶ୍ୱରୀକ ପ୍ରକୃତି ଛାଡ଼ି ମାନବ ଗ୍ରହଣ କଲେ ଯେପରି ଶୟତାନର ଶକ୍ତିରୁ ମନୁଷ୍ୟକୁ ଉଦ୍ଧାର କରି ପାରିବେ । ସେ ଆମ୍ଭମାନଙ୍କ ବଦଳରେ ବିଜୟ ହାସଲ କରି ମନୁଷ୍ୟ ନିମନ୍ତେ ସ୍ବର୍ଗ ରାଜ୍ୟର ରାସ୍ତା ଖୋଲି ଦେଇ ଅଛନ୍ତି ଓ ତାହାଙ୍କ ଉପସ୍ଥିତ ଦ୍ଵାରା ଈଶ୍ବର ତାହାଙ୍କ ଗୌରବ ପ୍ରକାଶ କରନ୍ତି । ପତିତ ମାନବ ପାପର ପତନ ଓ ବିନାଶ ମୂଳକ ଗହ୍ୱରଠାରୁ ଅସୀମ ପରମେଶ୍ଵରଙ୍କ ନିକଟବର୍ତ୍ତି ହେବାକୁ ପାର । ଆଉ ସେ ମୁକ୍ତିଦାତାଙ୍କ ଉପରେ ବିଶ୍ବାସ ସ୍ଥାପନ କରିବା ଦ୍ଵାରା ନାନା ପରୀକ୍ଷା ଅତିକ୍ରମ କରି ଖ୍ରୀଷ୍ଟଙ୍କ ଧାର୍ମିକତାରେ ବିଭୂଷିତ ହୁଏ ଓ ତାହାଙ୍କ ସିଂହାସନ ନିକଟରେ ଉଚ୍ଚାକୃତ ହୁଏ । ଏହିସବୁ ବିଷୟ ଚିନ୍ତା ଓ ଅନୁଧ୍ୟାନ କରିବା ଆମ୍ଭମାନଙ୍କ ପ୍ରୟୋଜନ ଅଟେ । ଖ୍ରୀପ 81.2

ପରମେଶ୍ଵରଙ୍କ ପ୍ରେମକୁ ସନ୍ଦେହ କଲେ ଓ ତାହାଙ୍କ ପ୍ରତିଜ୍ଞା ଉପରେ ନିର୍ଭର ନ କଲେ, ଆମ୍ଭେମାନେ ତାହାଙ୍କୁ ଅସମ୍ମାନ ପ୍ରଦର୍ଶନ କରୁ ଓ ପବିତ୍ର ଆତ୍ମାଙ୍କୁ ଦୁଃଖ ଦେଉଁ । ଯେଉଁ ମାତା ସନ୍ତାନମାନଙ୍କ ସୁଖ ସୁବିଧା ନିମନ୍ତେ ଏତେ ଯତ୍ନ କରନ୍ତି, ଯଦି ସନ୍ତାନମାନେ କହନ୍ତି ଯେ, ମା’ ସେମାନଙ୍କର ଯତ୍ନ ଭଲ ଭାବରେ ନେଉନାହାନ୍ତି ଓ ସବୁବେଳେ ମାତାଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତି ତେବେ ସେ ମାତା କିପରି ଅନୁଭବ କରିବେ ? ଯଦି ପିଲାମାନେ ମାତାଙ୍କ ପ୍ରେମକୁ ସନ୍ଦେହ କରନ୍ତି, ତେବେ ଏହା ମାତାଙ୍କ ହୃଦୟକୁ ଭଗ୍ନ କରିଦେବ । ଏହିପରି ପିଲାମାନେ ବ୍ୟବହାର କଲେ ପିତାମାତାମାନେ କିପରି ଅନୁଭବ କରିବେ ? ତେବେ ଆମ୍ଭମାନଙ୍କ ସ୍ୱର୍ଗସ୍ଥପିତା କିପରି ଅନୁଭବ କରିବେ ଯେତେବେଳେ ଆମେ ତାହାଙ୍କ ଉପରେ ନିର୍ଭର ନ କରୁଁ, ଯେ କି ଆମ୍ଭେମାନେ ଯେପରି ଜୀବନ ପାଇବୁ, ସେଥ ନିମନ୍ତେ ତାହାଙ୍କ ଅଦ୍ବିତୀୟ ପୁତ୍ରଙ୍କୁ ଦାନ କଲେ ? ପ୍ରେରିତ ପାଉଲ ଲେଖନ୍ତି, ଯେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ ।” (ରୋମୀ ୮:୩୨) ତଥାପି କଥାରେ ନୁହେଁ କିନ୍ତୁ କାର୍ଯ୍ୟରେ କହୁଅଛନ୍ତି, ” ଈଶ୍ଵର ମୋ ନିମନ୍ତେ ଏପରି ଅର୍ଥ କରନ୍ତି ନାହିଁ । ସମ୍ଭବତଃ ସେ ଅନ୍ୟମାନଙ୍କୁ ପ୍ରେମ କରନ୍ତି, ମୋତେ ନୁହେଁ ।” ଖ୍ରୀପ 81.3

ଏ ସମସ୍ତ ତୁମ୍ଭ ନିଜ ଆତ୍ମାର କ୍ଷତି କରୁଛି, ଯେଣୁ ପ୍ରତ୍ୟେତ ସନ୍ଦେହଜନକ ବାକ୍ୟ ଦେଇ ଆମ୍ଭେମାନେ ଶୟତାନର ପରୀକ୍ଷାକୁ ନିମନ୍ତ୍ରଣ କରୁଛୁଁ । ଅନ୍ୟ ପକ୍ଷରେ ତାହା ସନ୍ଦିଗ୍ଧ ଚି କୁ ଆହୁରି ସବଳ କରୁଅଛୁ ଓ ସେବାକାରୀ ଦୂତମାନଙ୍କୁ ଦୁଃଖ ଦେଉଅଛୁ । ଶୟତାନ ତୁମ୍ଭଙ୍କୁ ପରୀକ୍ଷା କଲେ ସନ୍ଦେହ କିମ୍ବା ଅନ୍ଧାରିଆ ବାକ୍ୟ ଉଚ୍ଚାରଣ କର ନାହିଁ । ଯଦି ଶୟତାନର ପରାମର୍ଶ ନିମନ୍ତେ ଦ୍ଵାର ଉନ୍ମୁକ୍ତ କରିବାକୁ ପସନ୍ଦ କର, ତେବେ ତୁମ୍ଭର ମନ ସନ୍ଦେହ ଓ ବିଦ୍ରୋହୀ ପ୍ରଶ୍ନ ଦ୍ବାରା ପରିପୂର୍ଣ୍ଣ ହେବ । ତୁମ୍ଭେ ଯଦି ତୁମ୍ଭ ଅନୁଭବ କଥା କହ, ପ୍ରତ୍ୟେକ ସନ୍ଦେହ କେବଳ ଯେ ତୁମ୍ଭଉପରେ ପ୍ରତିକ୍ରିୟା ସୃଷ୍ଟି କରିବ ତାହା ନୁହେଁ, କିନ୍ତୁ ଏହି ବିହନ ଗଜା ହୋଇ ଅନ୍ୟମାନଙ୍କ ଜୀବନରେ ଫଳପକାଇବ ଓ ତୁମ୍ଭ ବାକ୍ୟଦ୍ୱାରା ସେମାନଙ୍କୁ ପରାଜିତ କରିବା ଅସମ୍ଭବ ହୋଇପଡ଼ିବ । ତୁମ୍ଭେ ସେଥିରୁ ଓ ଶୟତାନର ପରୀକ୍ଷାରୁ ଉଦ୍ଧାର ପାଇପାର କିନ୍ତୁ ଅନ୍ୟମାନେ, ଯେଉଁମାନେ ପ୍ରଭାବିତ ହୋଇ ଅଛନ୍ତି ସେମାନେ ତୁମ୍ଭ ପ୍ରସ୍ତାବିତ ଅବିଶ୍ଵାସରୁ ମୁକ୍ତ ହୋଇପାରିବେ ନାହିଁ । ତେଣୁ ଆତ୍ମିକ ବଳ ଓ ଜୀବନ ନିମନ୍ତେ ଉତ୍ତମ ବାକ୍ୟ ଉଚ୍ଚାରଣ କରିବା ଆମ୍ଭମାନଙ୍କ ପକ୍ଷେ କେତେ ମୁଖ୍ୟ ବିଷୟ ଅଟେ । ଖ୍ରୀପ 81.4

ସ୍ବର୍ଗୀୟ ପ୍ରଭୁଙ୍କ ସମ୍ବନ୍ଧରେ ଆମ୍ଭେମାନେ କିପରି ବାକ୍ୟ ଉଚ୍ଚାରଣ କରୁଛୁଁ ତାହା ସୂର୍ଗୀୟ ଦୂତଗଣ ଶ୍ରବଣ କରିବାକୁ ଇଚ୍ଛୁକ । ଯେଉଁ ପ୍ରଭୁ ତୁମ୍ଭ ସପକ୍ଷରେ ପିତାଙ୍କ ନିକଟରେ ନିବେଦନ କରନ୍ତି ତାହାଙ୍କ ବିଷୟରେ କଥାବାର୍ତ୍ତା କର । ଜଣେ ବନ୍ଧୁଙ୍କ ସଙ୍ଗରେ ହାତ ମିଳାଇବା ସମୟରେ ମୁଖରେ ଈଶ୍ବରଙ୍କ ପ୍ରଶଂସା କର ଓ ହୃଦୟରେ କୃତଜ୍ଞତା ସ୍ବୀକାର କର । ଏହା ତାହାର ଚିନ୍ତାଧାରାକୁ ଯୀଶୁଙ୍କ ନିକଟକୁ ଆକର୍ଷଣ କରିବ । ଖ୍ରୀପ 82.1

ସମସ୍ତଙ୍କର ପ୍ରଲୋଭନ ରହିଛି, ଦୁଃଖ କଷ୍ଟକୁ ଓ ପରୀକ୍ଷାକୁ ସହ୍ୟ କରିବା କଷ୍ଟକର ହୁଏ । ତୁମ୍ଭର ସଂକଟ ସବୁ ସସୀମ ମନୁଷ୍ୟମାନଙ୍କ ନିକଟରେ କହ ନାହିଁ, କିନ୍ତୁ ସମସ୍ତ ବିଷୟପ୍ରା ର୍ଥନାରେ ପରମେଶ୍ୱରଙ୍କୁ ଜଣାଅ । ଏହିପରି ଏକ ଦୃଢ଼ ପ୍ରତିଜ୍ଞାକର ଯେପରି ଜୀବନରେ ପଦେସୁଦ୍ଧା ସନ୍ଦେହଯୁକ୍ତ କିମ୍ବା ନିରୁତ୍ସାହ ବାକ୍ୟ ଉଚ୍ଚାରଣ କରିବ ନାହିଁ । ଅନ୍ୟାନ୍ୟମାନଙ୍କୁ ଆଶାଜନକ ଓ ଉତ୍ସାହଜନକ ବାକ୍ୟ କହିବାଦ୍ଵାରା, ଅନ୍ୟମାନଙ୍କ ଜୀବନକୁ ଆଲୋକମୟ କରିପାରିବା । ଖ୍ରୀପ 82.2

ଅନେକ ସାହସୀ ଭକ୍ତମାନେ ଅଛନ୍ତି କିନ୍ତୁ ସେମାନେ ନାନା ମନ୍ଦ ପରୀକ୍ଷାରେ କଷ୍ଟକର କରୁଅଛନ୍ତି, ଏବଂ ଆପଣା ସ୍ୱାର୍ଥ ଓ ନାନା ମନ୍ଦ ଶକ୍ତିର ସଂଘର୍ଷ ମଧ୍ୟରେ ମ୍ରିୟମାଣ ହେଉଅଛନ୍ତି । ଏପରି ବ୍ୟକ୍ତିଙ୍କୁ ତାହାଙ୍କ ପରୀକ୍ଷା କାଳରେ ନିରୁତ୍ସାହ କରିନାହିଁ । ସେମାନଙ୍କୁ ଆଶାଜନକ ଓ ଉତ୍ସାହପୁର୍ଣ୍ଣ ବାକ୍ୟଦ୍ବାରା ଆନନ୍ଦିତ କରାଅ । ଫଳରେ ସେମାନେ କଷ୍ଟ ସମୟରେ ଆଗ ବଢ଼ିବାକୁ ସାହସ ପାଇବେ । ଏହି ପ୍ରକାରେ ତୁମ୍ଭଠାରୁ ଖ୍ରୀଷ୍ଟଙ୍କ ଆଲୋକ ପ୍ରକାଶିତ ହେବ । “କେହି ଆପଣା ନିମନ୍ତେ ବ ନାହିଁ” (ରୋମୀ ୧୪:୭) ଆମ୍ଭମାନଙ୍କ ଅଜ୍ଞାତ ପ୍ରଭାବରେ ଅନ୍ୟମାନେ ଉତ୍ସାହିତ ଓ ସାହସ ପ୍ରାପ୍ତ ହେବେ: ନଚେତ୍ ସେମାନେ ଖ୍ରୀଷ୍ଟ ଓ ସତ୍ୟତାଠାରୁ ଦୂରକୁ ଚାଲିଯିବେ । ଖ୍ରୀପ 82.3

ଅନେକେ ଖ୍ରୀଷ୍ଟଙ୍କ ଚରିତ୍ର ସଂପର୍କରେ ନାନା ପ୍ରକାର ମତ ପ୍ରକାଶ କରନ୍ତି, ସେମାନେ ଭାବନ୍ତି ତାହାଙ୍କଠାରେ ଉତ୍ସାହ ଓ ପ୍ରସନ୍ନତାର ଅଭାବ ରହିଛି । ଅନେକ କ୍ଷେତ୍ରରେ ସମଗ୍ର ଧର୍ମୀୟ ଜୀବନକୁ ଏହି ନିରୁତ୍ସାହିତ ଦୃଷ୍ଟିରେ ଚିତ୍ରଣ କରନ୍ତି । ଅଧିକାଂଶ ସମୟରେ କୁହାଯାଇଛି, ଯୀଶୁ କାନ୍ଦୁଥିଲେ ଓ ତାହାଙ୍କଠାରେ ହାସ୍ୟବଦନ ନଥିଲା । ଆମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରକୃତରେ ଦୁଃଖର ମାନବ ଥିଲେ ଓ ଦୁଃଖ କ୍ଳେଶରେ ଅନେକଙ୍କ ସାଥି ଥିଲେ । ସେ ଦୁଃଖ କ୍ଲେଶରେ ଥିବା ଲୋକମାନଙ୍କ ସହିତ ସମବେଦନା ପ୍ରକାଶ କରୁଥିଲେ । ଯଦିଓ ତାହାଙ୍କ ଜୀବନ ସ୍ୱାର୍ଥତ୍ଯାଗ ଯନ୍ତ୍ରଣା ଓ ପୀଡ଼ାରେ ଜଡ଼ିତ ଥିଲା ତଥାପି ତାହାଙ୍କ ଆତ୍ମ ସେଗୁଡ଼ିକରେ ପେଷିତ ହୋଇ ନଥିଲା । ତାହାଙ୍କ ମୁଖ ମଣ୍ଡଳରେ ଦୁଃଖ କିମ୍ବା ଅସନ୍ତୋଷର ଛାୟା ନଥିଲା । ସେ ପ୍ରଶାନ୍ତ ଚି ର ଏକ ପ୍ରତୀକ । ତାହାଙ୍କ ହୃଦୟ ଜୀବନର ଏକ ଉତ୍ସ; ଏବଂ ସେ ଯେ କୌଣସି ସ୍ଥାନକୁ ଯାଉଥିଲେ ସେ ବିଶ୍ରାମ, ଶାନ୍ତି ଓ ଆନନ୍ଦ ନେଇ ଯାଉଥିଲେ । ଖ୍ରୀପ 82.4

ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଗମ୍ଭୀର ଚିନ୍ତାଶୀଳ ଅତ୍ୟଧିକ ଉତ୍ସୁକ ଥିଲେ କିନ୍ତୁ ସେ କଦାପି ନିରୁତ୍ସାହିତ କିମ୍ବା ରୁକ୍ଷ ସ୍ଵଭାବବିଶିଷ୍ଟ ନ ଥିଲେ । ଯେଉଁମାନେ ଯୀଶୁଙ୍କ ଜୀବନ ଅନୁକରଣ କରନ୍ତି, ସେମାନେ ଆପଣା ଲକ୍ଷ୍ୟ ହାସଲ କରିବାକୁ ନିତାନ୍ତ ଉତ୍ସୁକ ହେବେ, ଆଉ ଆପଣା ବ୍ୟକ୍ତିଗତ କର୍ତ୍ତବ୍ୟରେ ଦାୟିତ୍ଵପୂର୍ଣ୍ଣ ବ୍ରକ୍ତି ହେବେ । ଚାପଲ୍ୟ ହ୍ରାସ ହେବ, କୋଳାହଳମୟ ଆମୋଦ ପ୍ରମୋଦର ସ୍ଥାନ ନଥିବ, ଅମାର୍ଜିତ ହାସ୍ୟ ରହିବ ନାହିଁ । ଯୀଶୁଙ୍କ ଧର୍ମ ଜଳସ୍ରୋତ ନ୍ୟାୟ ଶାନ୍ତି ପ୍ରଦାନ କରିବ । ତାହା ଆନନ୍ଦର ଆଲୋକ ନିବାରିତ କରି ନଥାଏ, କିମ୍ବ! ଜୀବନର ଉତ୍ସୁକତାକୁ ବିରୋଧ କରେନାହିଁ କିମ୍ବା ମନରେ ମୁଖରେ ପ୍ରସନ୍ନ ହାସ୍ୟ ଆଲୋକକୁ ମେଘାଚ୍ଛନ୍ନ କରେ ନାହିଁ । ଖ୍ରୀଷ୍ଟ ସେବା ପାଇବାକୁ ନୁହେଁ କିନ୍ତୁ ସେବା କରିବାକୁ ଆସିଥିଲେ । ଏଣୁ ଯଦି ତାହାଙ୍କପ୍ରେମ ହୃଦୟ ଅଧିକାର କରେ ତେବେ ଆମ୍ଭେମାନେ ଖ୍ରୀଷ୍ଟଙ୍କର ଆଦର୍ଶ ଅନୁକରଣ କରିବା । ଖ୍ରୀପ 83.1

ଆମ୍ଭେମାନେ ଅନ୍ୟମାନଙ୍କ ଅନ୍ୟାୟ ଓ ନିର୍ଦ୍ଦୟ କାର୍ଯ୍ୟକୁ ମନରେ ସର୍ବୋଚ୍ଚ ସ୍ଥାନଦେଲେ, ଖ୍ରୀଷ୍ଟ ଆମ୍ଭମାନଙ୍କୁ ପ୍ରେମ କରିବା ସଦୃଶ ସେମାନଙ୍କୁ ପ୍ରେମ କରିପାରିବା ନାହିଁ । କିନ୍ତୁ ଯଦି ଆମ୍ଭମାନଙ୍କ ଚିନ୍ତା, ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କ ସହାନୁଭୂତି ଓ ପ୍ରେମ ଉପରେ ସ୍ଥିର ରହେ ସେହିପରି ଆମ୍ଭମାନଙ୍କ ହୃଦୟରୁ ଅନ୍ୟମାନଙ୍କ ନିମନ୍ତେ ତଦ୍ରୁପ ପ୍ରେମ ଓ ସହାନୁଭୂତି ପ୍ରବାହିତ ହେବ । ଅନ୍ୟମାନଙ୍କ ଭୁଲ୍ ଭ୍ରାନ୍ତି ପ୍ରତି ଲକ୍ଷ୍ୟ ନ କରି ସେମାନଙ୍କୁ ପ୍ରେମ ଓ ସମାଦର କରିବା ଉଚିତ । ନମ୍ରତା ଓ ଆତ୍ମ ଅସ୍ବୀକାର ଅଭ୍ୟାସ କରିବା ଓ ଅନ୍ୟମାନଙ୍କ ଭ୍ରମ ଭ୍ରାନ୍ତି ପ୍ରତି ସହିଷ୍ଣୁ ଓ କୋମଳ ଭାବ ବହନ କରିବା ଉଚିତ୍ । ଏପରି ଅଭ୍ୟାସ ସ୍ୱାର୍ଥପର ସଂକୀର୍ଣ୍ଣତାକୁ ଦଳନ କରି ଉଦାର ଓ ବଦାନ୍ୟ ହୃଦୟ ସୃଷ୍ଟି କରିଥାଏ । ଖ୍ରୀପ 83.2

ଗୀତସଂହିତା ରଚକ କହନ୍ତି, ” ସଦା ପ୍ରଭୁଙ୍କଠାରେ ନିର୍ଭର ରଖି ସୁକର୍ମ କର, ଦେଶରେ ବାସକରି ବିଶ୍ବସ୍ତତାର ଅନୁଗାମୀ ହୁଅ । (ଗୀତ ସଂହିତା ୩୭:୩) “ଈଶ୍ୱରଙ୍କଠାରେ ନିର୍ଭର କର ପ୍ରତିଦିନ ତାହାର ଭାର, ଚିନ୍ତା ଏବଂ ସମସ୍ୟା ସହ ଆସିଥାଏ । ଆମ୍ଭେମାନେ ପ୍ରସ୍ତୁତ ନ ଥିଲେ ଆମ୍ଭମାନଙ୍କ ସମସ୍ୟା ଓ ପରୀକ୍ଷାର ସମ୍ମୁଖୀନ ହୋଇ ପାରିବା ନାହିଁ । ଫଳର ନାନା ପ୍ରକାର ଆପଣା ନିମନ୍ତ୍ରିତ କଷ୍ଟ ଓ ଭୟ ଜୀବନରେ ପ୍ରବେଶ କରିଥାଏ ଓ ଆମ୍ଭେମାନେ କହିଥାଉଁ ଯେ, ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଅପ୍ରେମୀ, ନିର୍ଦ୍ଦୟ ଅଟନ୍ତି । ସେ ଆମ୍ଭମାନଙ୍କ ନିବଦେନ ଶ୍ରବଣ କରି ଉଚିତ୍ ସମୟରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ନୁହନ୍ତି ବୋଲି କହିଥାଉଁ । ଖ୍ରୀପ 83.3

ଅନେକେ ସର୍ବଦା ଭୟାଳୁ ହୋଇ କଷ୍ଟ ଓ ଦୁଃଖକୁ ଆମନ୍ତ୍ରଣ କରିଥାନ୍ତି । ପ୍ରତିଦିନ ସେମାନେ ପରମେଶ୍ଵରଙ୍କ ପ୍ରେମରେ ବେଷ୍ଟିତ ରହନ୍ତି, ପ୍ରତିଦିନ ତାହାଙ୍କ ଅନୁଗ୍ରହର ପ୍ରଚୁରତା ଉପଭୋଗ କରନ୍ତି, କିନ୍ତୁ ଏହି ଆଶିଷ ଗୁଡ଼ିକ ସେମାନେ ଅବହେଳା କରନ୍ତି । ସେମାନଙ୍କ ମନ ସବୁବେଳେ ଅସମ୍ମତ ଭାବ ପୋଷଣ କରେ, ଯାହା ଆସିପାରେ ବୋଲି ସେମାନେ ଭାବନ୍ତି କିମ୍ବା କୌଣସି କଷ୍ଟ ଆସିପାରେ ଏହିପରି ଅସୁବିଧାରେ ବ୍ୟସ୍ତ ଥାଇ ଈଶ୍ବରଙ୍କ ମହାନ୍ ଦାନ ହେତୁଁ କୃତଜ୍ଞତା ସ୍ୱୀକାର କରିବାକୁ ଇଚ୍ଛୁକ ନୁହନ୍ତି । କଷ୍ଟର ସୁବିଧା ହେତୁ ସେମାନେ ଈଶ୍ବରଙ୍କ ନିକଟକୁ ସାହାଯ୍ୟ ପାଇଁ ଯିବା ବଦଳରେ, ତାହାଙ୍କଠାରୁ ପୃଥକ ହୋଇ ଅବିଶ୍ରାମ ଓ ଅସନ୍ତୋଷ ବୃଦ୍ଧି କରିଥାନ୍ତି । ଖ୍ରୀପ 84.1

ଏହିପରି ଅବିଶ୍ୱାସୀ ହୋଇ ଆମ୍ଭେମାନେ ଉତ୍ତମ ହୋଇ ପାରିବା କି ? ତେବେ କାହିଁକି ଆମେ ଅବିଶ୍ବସ୍ତ ଓ ସନ୍ଦେହୀ ହେଉଁ ? ଯୀଶୁ ଆମ୍ଭମାନଙ୍କର ବନ୍ଧୁ ଅଟନ୍ତି, ସମସ୍ତ ସ୍ବର୍ଗ ଆମ୍ଭମାନଙ୍କ ମଙ୍ଗଳ ନିମନ୍ତେ ଅନୁରାଗ ପ୍ରକାଶ କରନ୍ତି । ଆମ୍ଭେମାନେ ଜୀବନର ସମସ୍ୟା ଓ ଚିନ୍ତା ସବୁକୁ ନେଇ ମନ ଭାରାକ୍ରାନ୍ତ ଓ ଭୃକୁ ତ କରିବା ଉଚିତ୍ ନୁହେଁ । ଏପରିକଲେ ଆମ୍ଭେମାନେ ହଇରାଣ ଓ ବିରକ୍ତ ହେବା । ଆମ୍ଭେମାନେ ଦୁଶ୍ଚିନ୍ତାକୁ ମନରେ ସ୍ଥାନ ଦେବା ଅନୁଚିତ୍ । ଏ ସବୁ ଆମ୍ଭମାନଙ୍କ ନିମନ୍ତେ କ୍ଳେଶ ସହ୍ୟ କରିବାକୁ ସାହାଯ୍ୟ କରିନଥାନ୍ତି । ଖ୍ରୀପ 84.2

ମନେକର ତୁମେ ବ୍ୟବସାୟରେ ହତବୁଦ୍ଧି ହୋଇଅଛ ଓ ତୁମ୍ଭର ପ୍ରତ୍ୟାଶା ଅନ୍ଧାରିଆ ହୋଇ ଉଠୁଛି ଓ ତୁମ୍ଭେ କ୍ଷତିଗ୍ରସ୍ତ ହେବ ବୋଲି ଭୟ କରୁଅଛ, ତଥାପି ନିରୁତ୍ସାହିତ ହୁଅନାହିଁ, ଈଶ୍ବରଙ୍କ ଉପରେ ସମସ୍ତ ଭାର ପକାଅ ଓ ଶାନ୍ତ ଆନନ୍ଦିତ ରୁହ । ତୁମ୍ଭର ବ୍ୟବସାୟକୁ ସୁବିଚାର ପୂର୍ବକ ପରିଚାଳନା କରିବାକୁ ଈଶ୍ୱରଙ୍କଠାରେ ପ୍ରାର୍ଥନା କର ଓ କ୍ଷତି ବିନାଶରୁ ଉଦ୍ଧାର ପାଅ । ତୁମ୍ଭେ ଯାହା କିଛି ଉନ୍ନତି କରିପାର ତାହା ଚେଷ୍ଟା କର । ଯୀଶୁ ସାହାଯ୍ୟ କରିବାକୁ ପ୍ରତିଜ୍ଞା ଦାନକରିଅଛନ୍ତି ତଥାପି ଆମ୍ଭମାନଙ୍କ ଯତ୍ନ ଆବଶ୍ୟକ । ତୁମ୍ଭ ହସ୍ତରେ ଯାହାକିଛି ସାଧ୍ୟ ତାହା ତୁମ୍ଭେ ଚିନ୍ତା କରିବା ପରେ ସାହାଯ୍ୟକାରୀଙ୍କୁ ଅପେକ୍ଷା କରି ହୃଷ୍ଟ ଚି ରେ ଥାଅ । ଖ୍ରୀପ 84.3

ଏହା ନିତାନ୍ତ ସତ୍ୟ ଯେ, ପରମେଶ୍ଵରଙ୍କ ସନ୍ତାନଗଣ ଚିନ୍ତାରେ ଭାରାକ୍ରାନ୍ତ ହୋଇ ନତ ହେବେ; କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ଆମ୍ଭମାନଙ୍କୁ ପ୍ରବର୍ତ୍ତନା କରନ୍ତି ନାହିଁ । ସେ କହନ୍ତି ନାହିଁ, “ଭୟକର ନାହିଁ, ତୁମ୍ଭ ପଥରେ ବିପଦ ନାହିଁ ।” ସେ ଜାଣନ୍ତି କ୍ଳେଶ ଓ ବିପଦ ଆମ ପଥରେ ରହିଛି ଓ ସେ ଆମ୍ଭମାନଙ୍କ ସହିତ ଅକପଟ ଭାବେ ବ୍ୟବହାର କରନ୍ତି । ସେ ଆପଣା ଲୋକମାନଙ୍କୁ ଏହି ପାପୀଷ୍ଠ ଜଗତରୁ ବାହାରକୁ ନେବାକୁ ଇଚ୍ଛା କରନ୍ତି ନାହିଁ କିନ୍ତୁ ସେ ଉପକାରୀ ଆଶ୍ରୟ ସ୍ଥଳକୁ ଦେଖାଇ ଦିଅନ୍ତି । ତାହାଙ୍କର ଶିଷ୍ୟମାନଙ୍କ ନିମନ୍ତେ ସେ ପ୍ରାର୍ଥନା କରିଥିଲେ, “ତୁମ୍ଭେ ସେମାନଙ୍କୁ ଜଗତରୁ ଘେନିଯାଅ ବୋଲି ପ୍ରାର୍ଥନା କରୁନାହିଁ, କିନ୍ତୁ ସେମାନଙ୍କୁ ମନ୍ଦରୁ ରକ୍ଷାକର ବୋଲି ପ୍ରାର୍ଥନା କରୁଅଛି । ତୁମ୍ଭେମାନେ ଯେପରି ମୋଠାରେ ଶାନ୍ତିପ୍ରିୟ ହୁଅ ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହିସବୁ ବିଷୟ କହିଅଛି । ଜଗତରେ ତୁମ୍ଭମାନଙ୍କର କ୍ଳେଶ ଅଛି, କିନ୍ତୁ ସାହସ ଧର, ମୁଁ ଜଗତକୁ ଜୟ କରିଅଛି, ” (ଯୋହନ ୧୭: ୧୫; ୧୬: ୩୩) ଖ୍ରୀପ 84.4

ତାହାଙ୍କ ପାର୍ବତୀୟ ଉପଦେଶରେ ଖ୍ରୀଷ୍ଟ ତାହାଙ୍କ ଶିଷ୍ୟମାନଙ୍କୁ ଏକ ମହା ମୂଲ୍ୟବାନ ଶିକ୍ଷାଦେଲେ, ତାହା ଈଶ୍ବରଙ୍କ ଉପରେ ନିର୍ଭର କରିବା ସମ୍ବନ୍ଧରେ । ଏହି ଶିକ୍ଷା ଯୁଗେ ଯୁଗେ ଆପଣା ସନ୍ତାନମାନଙ୍କ ନିମନ୍ତେ ଉତ୍ସାହର କାରଣ ଅଟେ ଓ ବର୍ତ୍ତମାନ ତାହା ଆମ୍ଭମାନଙ୍କୁ ଶିକ୍ଷା ଓ ସାନ୍ତ୍ୱନା ଦିଏ । ତ୍ରାଣକର୍ତ୍ତା ତାହାଙ୍କ ଶିଷ୍ୟମାନଙ୍କୁ ଆକାଶରୁ ପକ୍ଷୀମାନଙ୍କୁ ଲକ୍ଷ୍ୟ କରିବାକୁ କହିଲେ । ସେମାନେ ଚିନ୍ତାରେ ମଗ୍ନ ନ ହୋଇ ସୃଷ୍ଟିକର୍ତ୍ତାଙ୍କ ପ୍ରଶଂସା ଗଳା ଥରାଇଗାନ କରନ୍ତି କାରଣ, “ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କି ଅବା ଅମାରରେ ସ ୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କର ସ୍ଵର୍ଗସ୍ଥ ପିତା ସେମାନଙ୍କୁ ଆହାର ଦିଅନ୍ତି । ତ୍ରାଣକର୍ତ୍ତା ପ୍ରଶ୍ନ କରନ୍ତି, “ତୁମ୍ଭେମାନେ କ’ଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ ? ” (ମାଥିଉ ୬: ୨ ୬) ମହାନ ପାଳନକର୍ତ୍ତା ମାନବ ଓ ପଶୁପାଇଁ ଆପଣାମୁକ୍ତ ହସ୍ତରେ ତାହାଙ୍କର ସୃଷ୍ଟି ପ୍ରାଣିଙ୍କର ସମସ୍ତ ଅଭାବ ପୂରଣ କରିବାକୁ ଆବଶ୍ୟକୀୟ ବସ୍ତୁ ଯୋଗାନ୍ତି । ଆକାଶ ପକ୍ଷୀମାନେ ମଧ୍ୟ ତାହାଙ୍କ ଚିନ୍ତାର ଅଧିନ ଅଟନ୍ତି ଓ ସେ ସକଳ ଅଭାବ ପୂରଣ କରନ୍ତି । ସେମାନଙ୍କ ନିମନ୍ତେ ସେ ଯେଉଁ ଦାନା ବିଛାଇ ଅଛନ୍ତି ସେ ସବୁକୁ ସେମାନେ ସଂଗ୍ରହ କରିବା ନିତାନ୍ତ ପ୍ରୟୋଜନ । ସେମାନେ ଛୋଟ ବସା ମଧ୍ୟ ପ୍ରସ୍ତୁତ କରିବା ଦରକାର । ସେମାନେ ସେମାନଙ୍କର ଛୁଆମାନଙ୍କୁ ଅବଶ୍ୟ ଖୁଆଇବେ । ସେମାନେ ପରିଶ୍ରମ କଲାବେଳେ ଗାନ କରନ୍ତି, “ତୁମ୍ଭମାନଙ୍କର ସ୍ଵର୍ଗସ୍ଥପିତା ସେମାନଙ୍କୁ ଖାଦ୍ୟ ଯୋଗାଇ ଥାନ୍ତି” ଏବଂ ସେମାନଙ୍କଠାରୁ ତୁମେ ଅଧିକ ଉତ୍କୃଷ୍ଟତର ନୁହଁକି ? ” ତୁମ୍ଭେମାନେ କ’ଣ ପକ୍ଷୀମାନଙ୍କ ଅପେକ୍ଷା ଅଧିକ ବିଜ୍ଞ ଓ ଆତ୍ମିକ ଆରାଧନାକାରୀ ନୁହେଁ କି ? ତୁମେମାନେ କ’ଣ ପକ୍ଷୀମାନଙ୍କ ଅପେକ୍ଷା ଅଧିକ ବିଜ୍ଞ ଓ ଆତ୍ମିକ ଆରାଧନାକାରୀ ନୁହଁ କି ? ଯେଉଁ ପରମେଶ୍ବର ଆମ୍ଭମାନଙ୍କ ଜୀବନର ସ୍ରଷ୍ଟା, ଜୀବନର ରକ୍ଷାକର୍ତ୍ତା , ଯେ ଆପଣ ପ୍ରତିମୂର୍ତ୍ତିରେ ଆମ୍ଭମାନଙ୍କୁ ସୃଷ୍ଟି କଲେ,ତାହାଙ୍କ ଉପରେ ନିର୍ଭର କଲେ ସେ ଆମ୍ଭମାନଙ୍କ ପ୍ରୟୋଜନୀୟ ପଦାର୍ଥ ଯୋଗାଇ ପାରିବେନାହିଁ କି ? ଖ୍ରୀପ 85.1

ଖ୍ରୀଷ୍ଟ ତାହାଙ୍କ ଶିଷ୍ୟମାନଙ୍କୁ କ୍ଷେତର ଫୁଲ, ଯେଉଁମାନେ ଅତିଉଦାର ଭାବେ ବଢ଼ନ୍ତି ଓ ସ୍ବର୍ଗସ୍ଥ ପିତାଙ୍କ ଦାନ ଅନୁସାରେ ସରଳ ସୌନ୍ଦର୍ଯ୍ୟରେ ବୃଦ୍ଧି ପାଆନ୍ତି, ଯାହା ମନୁଷ୍ୟ ପ୍ରତି ଈଶ୍ବରଙ୍କ ପ୍ରେମର ଭାବ ଦେଖାଏ, ସେଗୁଡ଼ିକୁ ସେ ଦେଲେ । ସେ କହିଲେ, “କ୍ଷେତ୍ରର ପୁଷ୍ପଗୁଡ଼ିକ ବିଷୟ ବିବେଚନା କରି ଶିକ୍ଷା ଗ୍ରହଣ କର,” ଏହି ନୈସର୍ଗୀକୁ ପୁଷ୍ପଗୁଡ଼ିକର ସରଳତା ଓ ସୌନ୍ଦର୍ଯ୍ୟ, ଅତୀତରେ ଶଲେମନଙ୍କ ଗୌରବଠାରୁ ମଧ୍ୟ ଉକୃଷ୍ଟତର ଅଟେ । ମନୁଷ୍ୟମାନଙ୍କ ଦକ୍ଷତାରେ ତିଆରି ପ୍ରଚୁର ରଙ୍ଗ ବେରଙ୍ଗ ବସ୍ତୁଗୁଡ଼ିକ ପରମେଶ୍ବରଙ୍କ ସୃଷ୍ଟିର ପ୍ରାକୃତିକ ଲାବଣ୍ୟ ଓ ସୌନ୍ଦର୍ଯ୍ୟ ସଙ୍ଗେ ସମତୁଲ ହେବାକୁ ପାରନ୍ତି ନାହିଁ । ଯୀଶୁ କହନ୍ତି, “ଯେଉଁ ଘାସ ଆଜି ଅଛି କାଲି ଚୁଲିରେ ପକାଯାଏ ତାକୁ ଯେବେ ଈଶ୍ବର ଏପ୍ରକାର ବେଶ ଦିଅନ୍ତି, ତେବେ ହେ ଅଳ୍ପ ବିଶ୍ଵାସୀମାନେ ତୁମ୍ଭମାନଙ୍କୁ ଅଧିକ ନିଶ୍ଚିତ ରୂପେ କି ସେ ବସ୍ତ୍ର ନ ଦେବେ ?” (ମଥିଉ ୬:୨୮, ୩୦) ଯେବେ ଦିବ୍ୟ କଳାକାର ପରମେଶ୍ବର ଏକଦିନ ମଧ୍ୟରେ ନଷ୍ଟହେବା ପୁଷ୍ପଗୁଡ଼ିକୁ ଏପରି ସୁନ୍ଦର ବିଭିନ୍ନ ରଙ୍ଗ ପ୍ରଦାନ କରନ୍ତି, ଆଉ ଯେଉଁମାନେ ତାହାଙ୍କୁ ପ୍ରତିମୂର୍ତ୍ତିରେ ସୃଷ୍ଟ ଅଟନ୍ତି, ସେମାନଙ୍କ ବିଷୟରେ ଖ୍ରୀପ 85.2

କି ସେ ଅତି ପ୍ରଚୁର ପରିମାଣରେ ଚିନ୍ତା କରିବେ ନାହିଁ ? ଖ୍ରୀଷ୍ଟଙ୍କର ଏହି ଶିକ୍ଷା ଉତ୍କଣ୍ଠିତ ଚିନ୍ତା, ହତବୁଦ୍ଧି ଓ ସନ୍ଦେହ ଓ ବିଶ୍ଵାସ ବିହୀନ ହୃଦୟକୁ ଭର୍ତ୍ସନା କରେ । ଖ୍ରୀପ 85.3

ପରମେଶ୍ବର ତାହାଙ୍କ ସକଳ ପୁତ୍ର କନ୍ୟାମାନଙ୍କୁ ସୁଖୀ, ଶାନ୍ତିପୂର୍ଣ୍ଣ ଓ ଆଜ୍ଞାବହ ହେବା ନିମନ୍ତେ କହନ୍ତି । ଯୀଶୁ କହନ୍ତି, “ମୋର ଶାନ୍ତି ମୁଁ ତୁମ୍ଭମାନଙ୍କୁ ଦାନକରେ, ଜଗତ ଯେପରି ଦାନକରେ ମୁଁ ତୁମ୍ଭମାନଙ୍କୁ ସେହିପରି ଦାନ କରୁନାହିଁ, ତୁମ୍ଭମାନଙ୍କ ହୃଦୟ ଉଦ୍‌ବିଗ୍ନ କି ଭୟଗ୍ରସ୍ତ ନ ହେଉ, ” ମୋହର ଆନନ୍ଦ ଯେପରି ତୁମ୍ଭଠାରେ ଥାଏ, ଆଉ ତୁମ୍ଭମାନଙ୍କ ଆନନ୍ଦ ଯେମନ୍ତ ପୂର୍ଣ୍ଣ ହୁଏ, ଏଥି ନିମନ୍ତେ ମୁଁ ଏ ସମସ୍ତ ତୁମ୍ଭମାନଙ୍କୁ କହିଲି ।” (ଯୋହନ ୧୪: ୨୭; ୧୫:୧ ୧) ଖ୍ରୀପ 86.1

କର୍ତ୍ତବ୍ୟ ବିନୁ ସୁଖୀଜୀବନ ଅନୁସନ୍ଧାନ କଲେ ତାହା ସ୍ୱାର୍ଥରୁ ନିଃସୃତ ଅଟେ ଆଉ ତାହା ବିଷମ ଅସଙ୍ଗତ ଓ ପରିବର୍ତ୍ତନଶୀଳ; ତାହା ଶୀଘ୍ର ଚାଲିଯାଏ । ଆଉ ଆତ୍ମା ଏକାକୀ ବୋଧକରି ଦୁଃଖରେ ପରିପୂର୍ଣ୍ଣ ହୁଏ । କିନ୍ତୁ ପରମେଶ୍ୱରଙ୍କ ସେବାରେ ତୃପ୍ତି ଓ ଆନନ୍ଦ ଥାଏ । ଖ୍ରୀଷ୍ଟିୟାନ ଅନିର୍ଦ୍ଦିଷ୍ଟ ମାର୍ଗରେ ଚାଲିବା ଉଚିତ୍ ନୁହେଁ, ସେ ଅଯଥା ଦୁଃଖ ପ୍ରକାଶ କରେନାହିଁ କିମ୍ବ। ନିଷ୍ଫଲତା ଭୋଗକରେ ନାହିଁ । ଯେବେ ଆମ୍ଭେମାନେ ଇହଜୀବନରେ ଆନନ୍ଦ ଭୋଗ ନ କରୁ, ତଥାପି ଆମ୍ଭେମାନେ ଆଗାମୀ ଜଗତର ଆନନ୍ଦ ଅପେକ୍ଷାରେ ଦିନ କଟାଇ ପାରିବା । ଖ୍ରୀପ 86.2

ଏପରିକି ଖ୍ରୀଷ୍ଟିୟାନମାନେ ଏଠାରେ ଖ୍ରୀଷ୍ଟଙ୍କଠାରେ ଯୋଗଯୋଗ ରକ୍ଷାକରି ଆନନ୍ଦ ଉପଭୋଗ କରି ପାରନ୍ତି, ସେମାନେ ତାହାଙ୍କ ପ୍ରେମରେ ଆଲୋକପ୍ରାପ୍ତ ହୋଇ ତାହାଙ୍କ ସମ୍ମୁଖରେ ସ୍ଥାୟୀ ସାନ୍ତ୍ୱନା ଲାଭ କରି ପାରିବେ । ପ୍ରତ୍ୟେକ ପଦକ୍ଷେପ ଯୀଶୁଙ୍କ ନିକଟକୁ ଆମ୍ଭମାନଙ୍କୁ ନେଇଯାଏ ଓ ଆମ୍ଭମାନଙ୍କୁ ତାହାଙ୍କ ପ୍ରେମର ଗଭୀର ଅନୁଭବ ପ୍ରଦାନ କରିଥାଏ ଏବଂ ଶାନ୍ତି ଅନ୍ୟ ଆବାସ ନିକଟକୁ ଏକ ପଦ କଢ଼ାଇ ନିଏ । ଆମ୍ଭେମାନେ ତାହାଙ୍କ ଉପରେ ଦୃଢ଼ ଭରସାକୁ ତ୍ୟାଗ ନକରି କ୍ରମଶଃ ବୃଦ୍ଧି ପାଉଁ । “ଏ ପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କର ଉପକାର କରିଅଛନ୍ତି ।” (୧ ଶାମୁଏଲ ୭: ୧ ୨ ) ଆଉ ସେ ଶେଷ ପର୍ଯ୍ୟନ୍ତ ଉପକାର କରିପାରନ୍ତି । ଏଣୁ ଏହି ସ୍ମରଣାର୍ଥ ପ୍ରସ୍ତର ସ୍ତମ୍ଭକୁ ଦୃଷ୍ଟିପାତ କରୁଁ-ଯେ ହେତୁ ତାହା ଆମ୍ଭମାନଙ୍କୁ ଶୟତାନ ହସ୍ତରୁ ଉଦ୍ଧାର କରିବାକୁ ଓ ସାନ୍ତନା ପ୍ରଦାନ କରିବା ପାଇଁ ସ୍ମରଣାର୍ଥକ ଅଟେ । ଈଶ୍ବରଙ୍କ ଦୟାଳୁ ଓ ପ୍ରେମିକ ସୃତି ଆମ୍ଭମାନଙ୍କ ସମ୍ମୁଖରେ ସଦା ସର୍ବଦା ରଖୁଁ । ସେ ଅତୀତରେ ଆମ୍ଭମାନଙ୍କ ଲୋତକ ପୋଛି ଅଛନ୍ତି, ପୀଡ଼ା ଲାଘବ କରି ଅଛନ୍ତି, ଚିନ୍ତା ଘୁ ଇ ଅଛନ୍ତି, ଭୟ ଦୂର କରି ଅଛନ୍ତି, ଅଭାବ ମୋଚନ କରି ଅଛନ୍ତି ଓ ଆଶୀର୍ବାଦ ପ୍ରଦାନ କରିଅଛନ୍ତି-ଆଉ ବଳକା ଆଗାମୀ ତୀର୍ଥଯାତ୍ରା କାଳରେ ସେ ଆମ୍ଭମାନଙ୍କୁ ସବଳ କରିବାକୁ ପାରନ୍ତି । ଖ୍ରୀପ 86.3

ଆମ୍ଭେମାନେ ଜୀବନରେ ନୂତନ ବିଶୃଙ୍ଖଳା ଓ ଅସୁବିଧା ଅନୁଭବ କରିଥାଉଁ, କିନ୍ତୁ ଆମ୍ଭେମାନେ ଅତୀତକୁ ସ୍ମରଣ କରି କହି ପାରିବା, ଏ ପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କ ଉପକାର କରି ଅଛନ୍ତି । “ତୁମ୍ଭମାନଙ୍କ ଦିନ ଯେମନ୍ତ ବୃଦ୍ଧି ପାଇବ, ତେମନ୍ତ ତୁମ୍ଭର ବଳବୃଦ୍ଧି ପାଇବ ।” ( ଦ୍ବି: ବି: ୩୩: ୨୫ ) ଆମ୍ଭମାନଙ୍କର ଶକ୍ତିକୁ ଅତିକ୍ରମ କରିବା କ୍ଳେଶକୁ ଆମ୍ଭମାନଙ୍କ ଉପରେ ପରମେଶ୍ବର ଅନୁମତି ଦେବେ ନାହିଁ, ଏଣୁ ଆମ୍ଭମାନଙ୍କ କର୍ତବ୍ୟ ଆନନ୍ଦରେ ଗ୍ରହଣ କରିବା ଓ ବିଶ୍ବାସ କରୁଁ ଯେ, ଯାହାକିଛି କଷ୍ଟ ଦୁଃଖ ଆମ୍ଭମାନଙ୍କ ଉପରେ ଆସିଥାଏ ସେହି ଅନୁପାତରେ ବଳମଧ୍ୟ ପ୍ରଭୁ ଯୋଗାଇବାକୁ ସମର୍ଥ ଅଟନ୍ତି । ଖ୍ରୀପ 86.4

ଏହାପରେ ସ୍ୱର୍ଗଦ୍ୱାର ଉନ୍ମୁକ୍ତ ହେବ ଓ ଈଶ୍ବରଙ୍କ ସନ୍ତାନମାନେ ଭିତରେ ପ୍ରବେଶ କରିବେ । ଗୌରବର ରାଜାଙ୍କ ଓଷ୍ଠଧରରୁ ଏହି ଆଶୀର୍ବାଦର ବାଣୀ ଶ୍ରେଷ୍ଠ ବାଦ୍ୟଯନ୍ତ୍ର ସଦୃଶ ଈଶ୍ଵରଙ୍କ ସନ୍ତାନମାନଙ୍କ କର୍ଣ୍ଣରେ ପଡ଼ିବ, “ଆସ, ମୋହର ପିତାଙ୍କ ଆଶୀର୍ବାଦ ପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତନାବଧି ଯେଉଁ ରାଜ୍ୟ ପ୍ରସ୍ତୁ କରାଯାଇଅଛି, ସେଥିରେ ଅଧିକାରୀ ହୁଅ ।” (ମାଥିଉ ୨୫: ୩୪) । ଖ୍ରୀପ 87.1

ଯେଉଁ ଗୃହଖ୍ରୀଷ୍ଟ ମୁକ୍ତିପ୍ରାପ୍ତ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରୁଅଛନ୍ତି ସେମାନଙ୍କୁ ତତ୍ପରେ ସେହି ଗୃହକୁ ସ୍ଵାଗତ କରାଯିବ । ସେଠାରେ ସେମାନଙ୍କ ସହଚର ବୃନ୍ଦ ପୃଥିବୀର ଅଧମ, ମିଥ୍ୟବାଦୀ, ଦେବପୂଜକ, ଅନିର୍ମଳ ଓ ଅବିଶ୍ଵାସୀ ମାନେ ହେବେ ନାହିଁ, କିନ୍ତୁ ଯେଉଁମାନେ ଶୟତାନ ଉପରେ ଜୟଲାଭ କରିଅଛନ୍ତି ଓ ସୂର୍ଗୀୟ ଅନୁଗ୍ରହ ଦେଇ ଯେଉଁମାନେ ସିଦ୍ଧ ଚରିତ୍ର ଗଠନ କରି ଅଛନ୍ତି ସେମାନେ ସଙ୍ଗୀ ହେବେ । ପ୍ରତ୍ୟେକ ପାପୀଷ୍ଠ ଅଭିଳାଷ, ପ୍ରତ୍ୟେକ ଅସଂପୂର୍ଣ୍ଣ କାମନା ଯାହା ଇହ ଜଗତରେ ସେମାନଙ୍କୁ କଷ୍ଟଦିଏ, ସେ ସମସ୍ତ ଖ୍ରୀଷ୍ଟଙ୍କ ରକ୍ତ ଦ୍ଵାରା ଦୂରୀଭୂତ ହୋଇଅଛି ଓ ସେମାନଙ୍କୁ ଅତି ଉଜ୍ଜଳ ଉତ୍କୃଷ୍ଟ ଆଲୋକର ଗୌରବ ଯାହା ସୂର୍ଯ୍ୟାଲୋକ ତୁଲ୍ୟ ତାହା ହିଁ ହେବ । ଆଉ ଖ୍ରୀଷ୍ଟଙ୍କର ଚରିତ୍ର ସୌନ୍ଦର୍ଯ୍ୟ ଓ ପୂର୍ଣ୍ଣତା ଯାହାକି ମରଣଶୀଳ ମାନବର ସୌନ୍ଦର୍ଯ୍ୟ ଅପେକ୍ଷା ଉତ୍କୃଷ୍ଟତର, ସେମାନଙ୍କୁ ଆଲୋକିତ କରିବ । ସେମାନେ ଶୁକ୍ଳବର୍ଣ୍ଣ ମହାନପବିତ୍ର ସିଂହାସନ ସମ୍ମୁଖରେ ଦୋଷରହିତ ହୋଇ ଉଭା ହେବେ ଓ ଦୂତମାନଙ୍କ ସଦୃଶ୍ୟ ସୁଯୋଗର ଅଂଶୀଦାର ହେବେ । ଖ୍ରୀପ 87.2

ଏହି ମହିମାଯୁକ୍ତ ଅଧିକାର ତାହାର ହେବ, ” ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭକରି ଆପଣା ଜୀବନ ହରାଏ, ତେବେ ତାହାରି କି ଲାଭ ହେବ ? (ମାଥିଉ ୨ ୬:୨ ୬) । ସେ ଦରିଦ୍ର ହୋଇ ପାରେ ତଥାପି ସେ ଏପରି ଧନ ସମ୍ପତ୍ତିର ମାଲିବ ହେବ ଯାହା ଜଗତ ଦେଇପାରେ ନାହିଁ । ଯେଉଁ ଆତ୍ମା ପାପରୁ ମୁକ୍ତିପ୍ରାପ୍ତ ଓ ପାପରୁ ପରିଷ୍କୃତ, ତାହାର ସବୁ ଉନ୍ନତ ଶକ୍ତି ଈଶ୍ବରଙ୍କ ସେବା ଆରାଧନା ନିମନ୍ତେ ସେ ଉତ୍ସର୍ଗ କଲେ ସେ ଅତି ଉତ୍କୃଷ୍ଟ ଲାଭ ପ୍ରାପ୍ତହେବ । ଗୋଟିଏ ଆତ୍ମା ମୁକ୍ତି ପ୍ରାପ୍ତ ହେଲେ ସ୍ୱର୍ଗରେ ଈଶ୍ବରଙ୍କ ଓ ପିବତ୍ର ଦୂତଗଣଙ୍କ ଉପସ୍ଥିତିରେ ଆନନ୍ଦ ହୁଏ । ଏହି ଆନନ୍ଦ ପବିତ୍ର ବିଜୟର କୀ ନ ସଦୃଶ୍ୟ ଅଟେ । ଖ୍ରୀପ 87.3

*****