ଖ୍ରୀଷ୍ଟଙ୍କ ପ୍ରତି ପଦକ୍ଷେପ

13/14

ସନ୍ଦେହ ଭଞ୍ଜନର ଉପାୟ

ଅନେକେ, ଯେଉଁମାନେ ଖ୍ରୀଷ୍ଟିୟ ଜୀବନରେ ନୂତନ ସେମାନେ ସମୟେ ସମୟେ ନାସ୍ତିକବାଦ ବା ସନ୍ଦିଗ୍ଧ ପ୍ରସ୍ତାବରେ ପ୍ରପୀଡିତ ହୋଇଥାନ୍ତି । ବାଇବଲର ଅନେକାଂଶ ସେମାନେ ସହଜରେ ବୁଝି ପାରନ୍ତି ନାହିଁ କିମ୍ବା ଅନ୍ୟମାନଙ୍କୁ ବୁଝାଇ ପାରନ୍ତି ନାହିଁ । ଏମାନଙ୍କୁ ଶୟତାନ ଈଶ୍ଵରଙ୍କ ପ୍ରକାଶିତ ବାକ୍ୟ (ବାଇବଲ) ଉପରେ ସନ୍ଦେହ କରିବାକୁ ଭ୍ରାନ୍ତ କରିଥାଏ । ସେମାନେ ପଚାରନ୍ତି, ମୁଁ କିପରି ସଠିକ୍ ପଥ ଜାଣିପାରିବି ? ପ୍ରକୃତରେ ବାଇବଲ ଯଦି ଈଶ୍ବରଙ୍କ ବାକ୍ୟ, ତେବେ ମୁଁ କିପରି ଏହିସବୁ ଭ୍ରମାତ୍ମକ ଭାବରୁ ମୁକ୍ତ ହେବି ?” ଖ୍ରୀପ 73.1

ବିଶ୍ୱାସକୁ ଭିତ୍ତିମୂଳ କରିବା ପାଇଁ, ଯଥେଷ୍ଟ ପ୍ରମାଣ ନ ଦେଇ ଆମ୍ଭମାନଙ୍କୁ ବିଶ୍ବାସ କରିବାକୁ ପରମେଶ୍ବର କହନ୍ତି ନାହିଁ । ତାହାଙ୍କ ଅସ୍ତିତ୍ବ, ଚରିତ୍ର, ତାହାଙ୍କ ବାକ୍ୟର ସତ୍ୟତା, ସାକ୍ଷ୍ୟ ଉପରେ ସ୍ଥାପିତ ଯାହା ଆମ୍ଭମାନଙ୍କୁ ବିଚାର କରିବାକୁ କହେ । ଏହି ସାକ୍ଷ୍ୟ ଯଥେଷ୍ଟ ଅଟେ । ତଥାପି ଈଶ୍ଵର ସନ୍ଦେହର ସମ୍ଭବତାକୁ କେବେହେଁ ଘୁ ଇ ନାହାନ୍ତି । ଆମ୍ଭମାନଙ୍କ ବିଶ୍ବାସ ଅବଶ୍ୟ ପ୍ରମାଣ ଉପରେ ନିର୍ଭର କରିବ, ବ୍ୟାଖ୍ୟା ଉପରେ ନୁହେଁ । ଯେଉଁମାନେ ସନ୍ଦେହ କରିବାକୁ ଇଚ୍ଛାକରନ୍ତି, ସେମାନେ ସନ୍ଦେହରେ ପଡ଼ନ୍ତି; ଆଉ ଯେଉଁମାନେ ପ୍ରକୃତରେ ସତ୍ୟ ଜାଣିବାକୁ ଇଚ୍ଛା କରନ୍ତି, ସେମାନେ ସେମାନଙ୍କ ବିଶ୍ବାସ ଉପରେ ନିର୍ଭର କରିବା ପାଇଁ ପ୍ରଚୁର ପ୍ରମାଣ ପାଇବେ । ଖ୍ରୀପ 73.2

ସମୀମ ମନ ବିଶିଷ୍ଟ ମନୁଷ୍ୟ ପକ୍ଷରେ ପରମେଶ୍ବରଙ୍କ ଚରିତ୍ର ଓ କାର୍ଯ୍ୟକୁ ବୁଝିବା ଅସମ୍ଭବ ଅଟେ । ଏହି ବୁଦ୍ଧିମାନ ବ୍ୟକ୍ତି ଜଗତର ସବୁଠାରୁ ମେଧାବି ଶିକ୍ଷିତ ମନ, ସେମାନଙ୍କ ପକ୍ଷେ ସୁଦ୍ଧା ଏକ ରହସ୍ୟ ରୂପେ ରହିଛି । “ତୁମ୍ଭେ କ’ଣ ଅନୁସନ୍ଧାନ ଦ୍ବାରା ପରମେଶ୍ବରଙ୍କୁ ପାଇପାରି ? ତୁମ୍ଭେ କ’ଣ ସର୍ବଶକ୍ତିମାନଙ୍କର ସଂପୂର୍ଣ୍ଣ ତତ୍ବ ପାଇପାରି ? ତାହା ଆକାଶ ତୁଲ୍ୟ ଉଚ୍ଚ; ତୁମ୍ଭେ କଅଣ କରିପାର ? ପାତାଳଠାରୁ ଗଭୀର; ତୁମ୍ଭେ କ’ଣ ଜାଣିପାର ? (ଆୟୁବ ୧୧:୭୮) ଖ୍ରୀପ 73.3

ପ୍ରେରିତ ପାଉଲ ଉଚ୍ଚ ସ୍ବରରେ କହନ୍ତି, ” ଆହା ! ଈଶ୍ବରଙ୍କ ବୁଦ୍ଧି ଓ ଜ୍ଞାନରୂପନିଧି କେଡ଼େ ଗଭୀରଃ ତାହାଙ୍କ ବିଚାର ସବୁ କିପରି ବୋଧର ଅଗମ୍ୟ ଓ ତାହାଙ୍କ ପଥସବୁ କିପରି ଅନନୁସନ୍ଧେୟ !” (ରୋମୀ ୧୧:୩୩) କିନ୍ତୁ ଯଦିଓ “ମେଘମାଳ ଓ ଅନ୍ଧକାର ତାହାଙ୍କ ଚତୁର୍ଦ୍ଦିଗରେ ଥାଏ; ଧର୍ମ ଓ ବିଚାର ତାହାଙ୍କ ସିଂହାସନର ଭିତ୍ତିମୂଳ ।” (ଗୀତ ସଂହିତା ୯ ୭:୨ ) ଆମ୍ଭେମାନେ ତାହାଙ୍କ ବ୍ୟବହାରରୁ ଏତିକି ମାତ୍ର ବୁଝିପାରୁ ଯେ, ତାହାଙ୍କର ପ୍ରେମ ଓ ଦୟା ମିଳିତ ହୋଇ ଅସୀମ ଶକ୍ତି ପ୍ରଦର୍ଶନ କରିଥାଏ । ଆମ୍ଭମାନଙ୍କ ମଙ୍ଗଳ ନିମନ୍ତେ ଯାହା ସବୁ ଆବଶ୍ୟକ ତାହାହିଁ କେବଳ ବୁଝି ପାରିଥାଉଁ । ଆଉ ଏହା ବ୍ୟତୀତ ଆମ୍ଭେମାନେ ଅବଶ୍ୟ ସର୍ବ ଶକ୍ତିମାନଙ୍କ ହସ୍ତ ଉପରେ ନିର୍ଭର କରିବା, ଯାହାଙ୍କ ହୃଦୟ ପ୍ରେମରେ ପରିପୂର୍ଣ୍ଣ । ଖ୍ରୀପ 73.4

ଈଶ୍ବରଙ୍କ ବାକ୍ୟ ସ୍ବର୍ଗୀୟ କର୍ତ୍ତାଙ୍କର ଚରିତ୍ର ସଦୃଶ ତାହାସବୁ ନିଗୁଢ଼ ରହସ୍ୟପୂର୍ଣ୍ଣ, ସସୀମ ମନୁଷ୍ୟ ତାହା ବୁଝିପାରେ ନାହିଁ । ଜଗତରେ ପାପର ପ୍ରବେଶ, ଖ୍ରୀଷ୍ଟଙ୍କ ମାନବ ଅବତାର,ନୂତନୀକରଣ, ପୁନରୁଥାନ ଓ ବାଇବଲରେ ଭକ୍ତ ଅନେକ ଶିକ୍ଷା ମନୁଷ୍ୟ ପକ୍ଷେ ବ୍ୟାଖ୍ୟା କରିବା ଗୁଢ଼ ରହସ୍ୟପୂର୍ଣ୍ଣ ଓ ଏହାକୁ ସଂପୂର୍ଣ୍ଣ ବୁଝିବା କଷ୍ଟକର । ଈଶ୍ବରଙ୍କ ବାକ୍ୟକୁ ସନ୍ଦେହ କରିବା ଆମ୍ଭମାନଙ୍କର କୌଣସି କାରଣ ନାହିଁ । କାରଣ ଆମ୍ଭେମାନେ ଈଶ୍ବରଙ୍କ ନିଗୁଢ଼ ପରିଚାଳନ ସଂପୂର୍ଣ୍ଣରୂପେ ଜାଣି ପାରିବା ନାହିଁ । ନୈସର୍ଗିକ ଜଗତର ରହସ୍ୟ, ଯାହା ଆମ୍ଭମାନଙ୍କର ଚତୁର୍ଦ୍ଦିଗରେ ରହିଛି ତାହା ଆମ୍ଭମାନଙ୍କ ପକ୍ଷେ ବୁଝିବା ଦୁଃସାଧ୍ୟ । ଜୀବନର ନିତାନ୍ତ ଛୋଟ ସମସ୍ୟା ଅତି ବିଜ୍ଞ ଦାର୍ଶନିକମାନଙ୍କ ପକ୍ଷେ ବୁଝିବା କଷ୍ଟକର ଅଟେ । ପ୍ରତ୍ୟେକ ସ୍ଥଳରେ ବିସ୍ମୟକର ସମସ୍ୟାମାନ ରହିଛି ତାହାସବୁ ବୁଝିବା ଦୁଃସାଧ୍ୟ ଅଟେ । ପ୍ରତ୍ୟେକ ସ୍ଥଳରେ ବିସ୍ମୟକର ସମସ୍ୟାମାନ ରହିଛି ତାହାସବୁ ବୁଝିବା ଦୁଃସାଧ୍ୟ ଅଟେ । ଆତ୍ମିକ ଜଗତରେ ମଧ୍ୟ ଅବୁଝନୀୟ ନିଗୁଢ଼ ରହସ୍ୟମାନ ରହିଛି ତାହା କଷ୍ଟକର ନୁହେଁ କି ? ଏପରି ଦୁର୍ବଳତା ଓ ସଂକୀର୍ଣ୍ଣତା ମନୁଷ୍ୟର ମନରେ ଥାଏ । ପରମେଶ୍ବର ତାହାକୁ ପବିତ୍ର ଶାସ୍ତ୍ରଦ୍ଵାରା ତାହାଙ୍କୁ ସ୍ବର୍ଗୀୟ ଚରିତ୍ରର ଯଥେଷ୍ଟ ପ୍ରମାଣ ଦାନ କରିଅଛନ୍ତି । ଆମ୍ଭମାନଙ୍କୁ ତାହାଙ୍କ ବାକ୍ୟକୁ ସନ୍ଦେହ କରିବାକୁ ହେବନାହିଁ କାରଣ ଆମ୍ଭେମାନେ ତାହାଙ୍କର ସମସ୍ତ ଦୈବୀ ଅନୁଗ୍ରହର ଗୁଢ଼ ରହସ୍ୟ ବୁଝି ନପାରୁଁ । ଖ୍ରୀପ 74.1

ପ୍ରେରିତ ପିତର କହନ୍ତି ଯେ, “ସେ ସବୁରେ ଏପରି କେତେ ବିଷୟ ଅଛି ଯାହାକି ବୁଝିବାକୁ ଜଟିଳ, ପୁଣି ଅଶିକ୍ଷିତ ଚ ଳମତି ଲୋକେ ଆପଣା ଆପଣା ବିନାଶାର୍ଥ... ସେସବୁର ବିକୃତ ଅର୍ଥ କରନ୍ତି ।” ( ୨ ପିତର ୩:୧୬) ଅନେକ ସମୟରେ ଧର୍ମ ନାସ୍ତିକମାନେ ପବିତ୍ର ବାକ୍ୟ (ବାଇବଲ) ବିରୁଦ୍ଧରେ ଏପରି ସନ୍ଦେହକୁ ଏକ ସଠିକ୍ ପ୍ରମାଣ ବୋଲି କହିଥାନ୍ତି କିନ୍ତୁ ତାହା ଈଶ୍ବରୀୟ ପ୍ରତ୍ୟାଦେଶ ବଚନ ଅଟେ । ଯଦି ଏହା ଈଶ୍ବରଙ୍କ ସମ୍ବନ୍ଧରେ କହେ ନାହିଁ ଯାହାକୁ ଆମେ ସହଜରେ ବୁଝି ପାରୁନା; ଯଦି ତାହାଙ୍କ ବିଶାଳତା ଓ ମହତ୍ୱତାକୁ ସସମୀ ମନଦ୍ଵାରା ବୁଝାଯାଏ, ତାହାହେଲେ ବାଇବଲ ସ୍ଵର୍ଗୀୟ ଅଧବକାରର ନିର୍ଭୁଲ ବିଶ୍ବାସଜନକ ବିଷୟ ଧାରଣ କରେ ନାହିଁ । ତେଣୁ ବାଇବଲରେ ଉକ୍ତ ନିଗୁଢ଼ ରହସ୍ୟ ଓ ସିଦ୍ଧାନ୍ତମାନଙ୍କୁ ବିଶ୍ବାସ କରିବାକୁ ପ୍ରେରଣା ଦାନକରେ । ଖ୍ରୀପ 74.2

ବାଇବଲରେ ପରମେଶ୍ୱରଙ୍କ ସତ୍ୟତା ଅତି ସରଳଭାବେ ଓ ସଠିକ୍ ଭାବେ ମାନବ ହୃଦୟର ଆକାଂକ୍ଷା ଓ ଆବଶ୍ୟକତା ପରିମାଣରେ ପ୍ରକାଶିତ ହୋଇଅଛି । ତାହା ଅତ୍ୟନ୍ତ ଉଚ୍ଚଶିକ୍ଷିତ, ନମ୍ର ଓ ଅଶିକ୍ଷିତ ଉଭୟଙ୍କୁ ବିସ୍ମିତ ଓ ମୁଗ୍ଧ କରିଥାଏ ପରିତ୍ରାଣ ଜ୍ଞାନ ବୁଝିବା ନିମନ୍ତେ । ଏପରି ହେଲେ ମଧ୍ୟ, ଏପରି ସରଳ ଭାବେ ପ୍ରକାଶିତ ସତ୍ୟତାକୁ ସଂପୂର୍ଣ୍ଣ ବୁଝିବା ନିମନ୍ତେ ଉଚ୍ଚ ମାନବ ଶକ୍ତିର ଅସାଧ୍ୟ ଅଟେ, ତାହା ଗ୍ରହଣ କରିବା ବିଧେୟ କାରଣ ତାହା ଈଶ୍ବର ପ୍ରକାଶ କରିଅଛନ୍ତି । ଅତଏବ ପରିତ୍ରାଣ ଯୋଜନା ଆମ୍ଭମାନଙ୍କ ନିମନ୍ତେ ମୁକ୍ତ ଅଟେ । ଆଉ ପ୍ରତ୍ୟେକ ପ୍ରାଣୀ ତାହା ଗ୍ରହଣ କରିବାକୁ ଏବଂ ପରମେଶ୍ବରଙ୍କୁ ଅନୁତାପ ପୂର୍ବକ ଲାଭ କରିବାକୁ ପଦକ୍ଷେପ ନେଇ ପାରନ୍ତି ଏବଂ ତ୍ରାଣକର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ବାସରେ, ପରମେଶ୍ବରଙ୍କ ପନ୍ଥାରେ ଗ୍ରହଣ କରି ପାରନ୍ତି । ତଥାପି ଏହି ସତ୍ୟତାର ତଳେ ଏପରି ଗୁଢ଼ ରହସ୍ୟ ରହିଛି ଯାହା ତାହାଙ୍କ ଗୌରବକୁ ଲୁକ୍କାୟତ ଭାବେ ରଖେ । ଏହି ସତ୍ୟତା ମନୁଷ୍ୟର ମନ ଗବେଷଣା କରି, ଅନୁସନ୍ଧାନ କରି ବୁଝିପାରେ ନାହିଁ, ତଥାପି ସରଳାଚାରୀ ବିଶ୍ବାସୀମାନଙ୍କ ପକ୍ଷେ ଭକ୍ତି ଓ ବିଶ୍ୱାସ ସହିତ ସତ୍ୟତା ନିମନ୍ତେ ଅନୁସନ୍ଧାନ କରିବାକୁ ପ୍ରେରଣା ଦାନ କରେ । ଯେତେ ଅଧିକ ଭାବରେ ସେ ବାଇବଲକୁ ଅନୁସନ୍ଧାନ କରିବ, ସେ ସେତେ ଅଧିକ ଭାବେ ଜ୍ଞାନ ପାଇବ ଯେ, ଏହା ଜୀବନ୍ତ ଈଶ୍ବରଙ୍କ ବାକ୍ୟ ଏବଂ ମନୁଷ୍ୟର ବିଚାରଶକ୍ତି ଈଶ୍ବରଙ୍କ ପବିତ୍ର ବାକ୍ୟ ନିକଟରେ ନତମସ୍ତକ ହେବ । ଖ୍ରୀପ 74.3

ଆମ୍ଭେମାନେ ବାଇବଲର ମହାନ ସତ୍ୟତାଗୁଡ଼ିକୁ ପୂର୍ଣ୍ଣଭାବେ ବୁଝିନାରୁ, ଏହାକୁ ସ୍ବୀକାର କରିବା ଅର୍ଥ ସସୀମ ମନ ଅସୀମତାକୁ ବୁଝିବା ଅସମ୍ଭବ ଏହାକୁ ସ୍ବୀକାର କରିବା, ମନୁଷ୍ୟ ତାହାର ସୀମିତ ଜ୍ଞାନ ସହିତ ସର୍ବଜ୍ଞାତାଙ୍କ ଉଦ୍ଦେଶ୍ୟ ବୁଝିପାରେ ନାହିଁ । ଖ୍ରୀପ 75.1

ସମସ୍ତ ଗୁଢ଼ ରହସ୍ୟକୁ ସେମାନେ ବୁଝି ନ ପାରିବାରୁ, ନାସ୍ତିକ ଓ ବିଧର୍ମାମାନେ ଈଶ୍ବରଙ୍କ ବାକ୍ୟକୁ ଅଗ୍ରାହ୍ୟ କରନ୍ତି ଓ ଯେଉଁମାନେ ବାଇବଲ ଉପରେ ବିଶ୍ବାସ କରନ୍ତି ସେମାନେ ଏଥର ବିପଦରୁ ମୁକ୍ତ ନୁହନ୍ତି । ପ୍ରେରିତ କହନ୍ତି, ” ହେ ଭାଇମାନେ, ସାବଧାନ, ଯେପରି ଜୀବନ୍ତ ଈଶ୍ଵରଙ୍କଠାରୁ ବିମୁଖକାରୀ ଦୁଷ୍ଟ, ଅବିଶ୍ୱାସୀ ହୃଦୟ ତୁମ୍ଭମାନଙ୍କର କାହାରିଠାରେ ନ ଥାଏ ।” (ଏବ୍ରୀ ୩:୧ ୨) ବାଇବଲର ଶିକ୍ଷାଗୁଡ଼ିକୁ ଉପଯୁକ୍ତ ଭାବେ ଶିକ୍ଷା କରିବା ଉଚିତ୍ ଓ “ଗଭୀର ଭାବେ ଈଶ୍ବରଙ୍କ ବିଷୟରେ ଅନୁସନ୍ଧାନ କରିବା (୧ କରନ୍ଥୀ ୨:୧୦) ଯାହା ଯାହା ଧର୍ମ ଶାସ୍ତ୍ରରେ ଆମ୍ଭମାନଙ୍କ ନିମନ୍ତେ ପ୍ରକାଶିତ ହୋଇଅଛି । ଯେତେବେଳେ, “ଗୁପ୍ତ ବିଷୟ ସବୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ଅଧିକାର” । “ପ୍ରକାଶିତ ବିଷୟ ସବୁ ଯୁଗାନୁକ୍ରମେ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନଗଣର ଅଧିକାର ।” ( ଦକ୍ୱି:ବି: ୨୯: ୨୯) ମନକୁ ଅନୁସନ୍ଧାନ କରିବାକୁ ବାରଣ କରିବା ଶୟତାନର କାର୍ଯ୍ୟ ଅଟେ । ବାଇବଲ ସତ୍ୟତା ବୁଝିବାରେ କିଛି ଗର୍ବ ମିଶିଥାଏ, ତେଣୁ ମନୁଷ୍ୟ ନିଜ ସନ୍ତୋଷ ଅନୁସାର ବାଇବଲର ପ୍ରତ୍ୟେକ ଅଂଶକୁ ବୁଝାଇବାକୁ ଅସଫଳ ହୁଏ ଓ (ଅଧୈର୍ଯ୍ୟ ହୋଇଯାଏ । ଏହା ସେମାନଙ୍କ ପକ୍ଷରେ ସ୍ୱୀକାର କରିବାକୁ ଅପମାନଜନକ ହୋଇଥାଏ ଯେ ସେମାନେ ଈଶ୍ବର ନିଶ୍ଵସିତ ବାକ୍ୟଗୁଡ଼ିକୁ ବୁଝି ପାରନ୍ତି ନାହିଁ । ପରମେଶ୍ବର ସତ୍ୟତାତୁ ସେମାନଙ୍କ ନିକଟରେ ପ୍ରକାଶ କରିବା ପର୍ଯ୍ୟନ୍ତ ସେମାନେ ଧୈର୍ଯ୍ୟଧରି ଈଶ୍ବରଙ୍କ ନିମନ୍ତେ ଅପେକ୍ଷା କରନ୍ତି ନାହିଁ । ସେମାନେ ଭାବନ୍ତି, ବାଇବଲ ଶାସ୍ତ୍ର ବୁଝିବା ନିମନ୍ତେ ସେମାନଙ୍କ ମାନସିକ ଜ୍ଞାନ ଈଶ୍ଵରଙ୍କ ସାହାଯ୍ୟ ବିନା ଯଥେଷ୍ଟ । ଏହା କରିବାକୁ ଅସଫଳ ହେବାଦ୍ବାରା, କାର୍ଯ୍ୟତଃ ଏହାର ପ୍ରଭୃତ୍ୱକୁ ଅସ୍ବୀକାର କରନ୍ତି । ଏହା ସତ୍ୟ ଯେ ଅନେକ ସିଦ୍ଧାନ୍ତ ଓ ଶିକ୍ଷା ବାଇବଲରୁ ନିସୃତ ବୋଲି ଅନେକେ ଭାବନ୍ତି କିନ୍ତୁ ତାହାସବୁ ଭିତ୍ତିହୀନ ଶିକ୍ଷା ଅଟେ ଓ ପ୍ରକୃତରେ ଈଶ୍ବରାଦେଶର ସଂପୂର୍ଣ୍ଣ ବିପରୀତ ଶିକ୍ଷା ଅଟେ । ଏହି ସବୁ ମନୁଷ୍ୟର ସନ୍ଦିଗ୍ଧ ଚି ଓ ହତବୁଦ୍ଧିକୁ ବୁଝାଏ । ସେଗୁଡ଼ିକ ଈଶ୍ବରଙ୍କ ବାକ୍ୟକୁ ଦୋଷାରୋପ କରେ ନାହିଁ କିନ୍ତୁ ମନୁଷ୍ୟର ଭୁଷ୍ଟତାକୁ ବୁଝାଏ । ଖ୍ରୀପ 75.2

ଯଦି ସୃଷ୍ଟ ପ୍ରାଣୀମାନେ ଈଶ୍ବରଙ୍କ କାର୍ଯ୍ୟ ଓ ଈଶ୍ବରଙ୍କ ସମ୍ବନ୍ଧରେ ବୁଝିବାକୁ ସମ୍ପୂର୍ଣ୍ଣ ବୋଧଜ୍ଞାନ ପାଇବାକୁ ସକ୍ଷମ ହୋଇଥାନ୍ତେ, ତେବେ, ଏହି କ୍ଷେତ୍ରରେ, ସେମାନଙ୍କ ପକ୍ଷେ ସତ୍ୟର ଆବିଷ୍କାର, ଜ୍ଞାନରେ ବୃଦ୍ଧି ପାଇବା, ହୃଦୟ କିମ୍ବା ମନର ଅଧିକ ଉନ୍ନତିର ଦରକାର ପଡ଼ନ୍ତା ନାହିଁ । ପରମେଶ୍ବର ଆଉ ସର୍ବଶକ୍ତିମାନ ହୋଇ ପାରିବେ ନାହିଁ ଏବଂ ମନୁଷ୍ୟ, ତାହାର ଜ୍ଞାନ ଓ ବିଦ୍ୟାର ସୀମାରେ ପହ, ଆଉ ଅଗ୍ରସର ହୋଇପାରନ୍ତା ନାହିଁ । ଈଶ୍ଵରଙ୍କୁ ଧନ୍ୟବାଦ ହେଉ, ଏହା ଏପରି ନୁହେଁ । ଈଶ୍ବର ଅସୀମ ଅଟନ୍ତି; ତାହାଙ୍କଠାର ସେହି ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବୁଦ୍ଧିରୂପ ସମସ୍ତ ଧନ ନିହିତ ଅଛି ।” (କଲସୀ ୨:୧) ଏଣୁ ଅନନ୍ତକାଳ ନିମନ୍ତେ ମାନବର ଗବେଷଣା ଓ ଶିକ୍ଷା ନିମନ୍ତେ ସୁଯୋଗ ରହିଛି ତଥାପି ତାହାଙ୍କ ଜ୍ଞାନ ଭଣ୍ଡାର ତାହାଙ୍କ ଉତ୍ତମତା ଓ ତାହାଙ୍କ ଶକ୍ତିର ଶେଷ ହୁଏ ନାହିଁ । ଖ୍ରୀପ 75.3

ଈଶ୍ବର ଚାହାନ୍ତି ଏପରିକି ଇହ ଜୀବନରେ, ତାହାଙ୍କ ବାକ୍ୟର ସତ୍ୟତା ତାହାଙ୍କ ଲୋକମାନଙ୍କ ନିକଟରେ ସବୁବେଳେ ଉନ୍ମୁକ୍ତ ରହୁ । କେବଳ ଗୋଟିଏ ଉପାୟରେ ଏହି ଜ୍ଞାନପ୍ରାପ୍ତ ହୋଇପାରେ । ଈଶ୍ବରଙ୍କ ବାକ୍ୟକୁ ଆମ୍ଭେମାନେ କେବଳ ପବିତ୍ର ଆତ୍ମାଙ୍କ ଚାଳନା ଦେଇ ବୁଝିପାରିବା, ଯାହାଙ୍କ ଦ୍ବାରା ବାକ୍ୟ ଦ ହେଇଥିଲା । “ଈଶ୍ବରଙ୍କ ବିଷୟ ସବୁ ଈଶ୍ବରଙ୍କ ଆତ୍ମା ବିନା ଆଉ କେହି ଜାଣେ ନାହିଁ ।” “ତେଣୁ ଆତ୍ମା ସମସ୍ତ ବିଷୟ ହିଁ ଈଶ୍ଵରଙ୍କ ଗଭୀର ବିଷୟ ସବୁ ଅନୁସନ୍ଧାନ କରନ୍ତି ।” (୧ କରନ୍ଥୀ ୨:୧୧୧୦) ଆଉ ପରିତ୍ରାଣକର୍ତ୍ତାଙ୍କ ପ୍ରତିଜ୍ଞା ତାହାଙ୍କ ଶିଷ୍ୟମାନଙ୍କ ନିମନ୍ତେ ଥିଲା, “ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ..... ସେ ମୋ’ଠାରୁ ପାଇବେ ଓ ତୁମ୍ଭମାନଙ୍କୁ ଜଣାଇବେ ।” (ଯୋହନ ୧୬:୧୩, ୧୪) ଖ୍ରୀପ 76.1

ପରମେଶ୍ଵର ଚାହାଁନ୍ତି ଯେ ମନୁଷ୍ୟ ତାହାର ବିଚାର ଶକ୍ତିକୁ ବ୍ୟବହାର କରୁ; ଏବଂ ବାଇବଲ ଅଧ୍ୟୟନ ମନକୁ ଏପରି ଭାବେ ଶକ୍ତିଯୁକ୍ତ କରି ଉଚ୍ଚିକୃତ କରିବ ଯେ, ଅନ୍ୟ କୌଣସି ଶିକ୍ଷା ଦ୍ବାରା ଏପରି ହୋଇ ପାରିବ ନାହିଁ । ତଥାପି ବିଚାର ଶକ୍ତି ଏକମାତ୍ର ଆଦର୍ଶ ଏ ସବମ୍ବନ୍ଧରେ ସତର୍କ ହୁଅ ଯାହା ମନୁଷ୍ୟର ଦୁର୍ବଳତା ଓ ଅକ୍ଷମତାର ଅଧିନ ଅଟେ । ପବିତ୍ର ଧର୍ମଶାସ୍ତ୍ର ଶିକ୍ଷା ଏପରି ବିଚାର ଦ୍ଵାରା ମଘାଚ୍ଛନ୍ନ ନ ହେଲେ ସତ୍ୟତା ସରଳଭାବେ ବୁଝି ହୁଅନ୍ତା । ଛୋଟ ଶିଶୁ ତୁଲ୍ୟ ଆମ୍ଭମାନଙ୍କ ବିଚାର ହୁଅନ୍ତା ଫଳରେ ପବିତ୍ର ଆତ୍ମାଙ୍କ ଶକ୍ତିର ସତ୍ୟତା ସରଳ ଭାବେ ବୁଝି ପାରନ୍ତୁ । ପରମେଶ୍ଵରଙ୍କ ଜ୍ଞାନ ଓ ଶକ୍ତି ଏକ ପକ୍ଷରେ ଓ ଆମ୍ଭମାନଙ୍କ ଦୁର୍ବଳତା ଅନ୍ୟ ପକ୍ଷରେ, ଆମ୍ଭମାନଙ୍କୁ ନମ୍ରତାସହ ଉତ୍ସାହିତ କରେ ଯେପରି ଆମ୍ଭେମାନେ ତାହାଙ୍କ ବାକ୍ୟ ପାଠ କରି ତାହାଙ୍କ ସମ୍ମୁଖରେ ପବିତ୍ର ଭକ୍ତି ସହ ଠିଆ ହେଉଁ । ଆମ୍ଭେମାନେ ଯେତେବେଳେ ବାଇବଲ ପାଖକୁ ଆସୁ ଆମ୍ଭର ବିଚାର ଶକ୍ତି ଏହା ମହତ୍ ପ୍ରଭୁତ୍ଵକୁ ଅବଶ୍ୟ ସ୍ବୀକାର କରିବ ଓ ହୃଦୟ ଓ ଧୀଶକ୍ତି ମହାନ ଆମେ ଅଟୁ ନିକଟରେ ନତମସ୍ତକ ହେବା ନିତାନ୍ତ ଆବଶ୍ୟକ । ଖ୍ରୀପ 76.2

ଅନେକ ବିଷୟ ଅସ୍ପଷ୍ଟ ଓ ବୋଧର ଅଗମ୍ୟ ରହିଛି କିନ୍ତୁ ପରମେଶ୍ବର ତାହାସବୁ ବୁଝିବାକୁ ଆସ୍ତେ ୨ ସରଳ କରିବେ । ପରମେଶ୍ୱରଙ୍କ ବିନା ସାହାଯ୍ୟରେ ଆମ୍ଭେମାନେ ସୁସ୍ପଷ୍ଟ ଭାବେ ଧର୍ମ ଶାସ୍ତ୍ର ବୁଝିବାକୁ କିମ୍ବ। ବାଖ୍ୟା କରିପାରିବା ନାହିଁ । ବାଇବଲକୁ ବିସ୍ତୃତ ଭାବେ ପାଠକଲେ ମଧ୍ୟ ବିଶେଷ କିଛି ଫଳ ମିଳେ ନାହିଁ ଓ ଅନେକ କ୍ଷେତ୍ରରେ କ୍ଷତି ହୋଇଥାଏ । ଈଶ୍ବରଙ୍କ ବାକ୍ୟ ଭକ୍ତି ଓ ପ୍ରାର୍ଥନା ବିନା ପାଠ କରାଗଲେ, ଆମ୍ଭମାନଙ୍କ ଚିନ୍ତାଧାରା ଓ ପ୍ରେମ ଈଶ୍ବରଙ୍କ ଉପରେ ନ ରହିଲେ କିମ୍ବା ତାହାଙ୍କ ଇଚ୍ଛା ସହିତ ଆମେ ଏକମତ ନ ହେଲେ, ମନ ସନ୍ଦେହରୁପକ ମେଘରେ ପୂର୍ଣ୍ଣ ହୁଏ ଓ ପ୍ରତ୍ୟେକ ବାଇବଲ ପାଠରେ ନାସ୍ତିକତା ଭାବ ବୃଦ୍ଧିପାଏ । ଶତୁ ଚିନ୍ତାଧାରାକୁ ନିୟନ୍ତ୍ରଣ କରେ ଓ ଭ୍ରମାତ୍ମକ ଭାବିସବୁ ବ୍ୟାଖ୍ୟା କରିଥାଏ । ଯଦି ମନୁଷ୍ୟମାନେ ଆପଣା ବାକ୍ୟ ଓ କର୍ମରେ ଈଶ୍ଵରଙ୍କ ଇଚ୍ଛାନୁସାରେ ଇଚ୍ଛା ମିଳାଇ କାର୍ଯ୍ୟ କରିବାକୁ ଯତ୍ନ ନ କରନ୍ତି, ତେବେ ସେମାନେ ବିଜ୍ଞ ଥିଲେସୁଦ୍ଧା, ବାଇବଲ ଶିକ୍ଷା ବୁଝିବାରେ ଭୁଲ କରିବେ ଓ ସେମାନଙ୍କ ବ୍ୟାଖା ଉପରେ ନିର୍ଭର କରିବା ଉଚିତ୍ ନୁହେଁ । ଯେଉଁମାନେ ବାଇବଲ ଶାସ୍ତ୍ରରେ ଭୁଲ ଅନୁସନ୍ଧାନ କରିବାକୁ ଚାହାନ୍ତି, ସେମାନେ ଆମ୍ଭିକ ଦୂର ଦୃଷ୍ଟି ପାଇନାହାନ୍ତି । ସେମାନେ ଭ୍ରମାତ୍ମକ ଦୃଷ୍ଟି ସନ୍ଦେହର ଓ ଅବିଶ୍ୱାସର ଅନେକ କାରଣ ଦେଖିବାକୁ ପାଇବେ, ଯାହା ପ୍ରକୃତରେ ପରିଷ୍କାର ଓ ସରଳ । ଖ୍ରୀପ 76.3

ଏପରି ଭ୍ରାନ୍ତ ବାଇବଲପାଠ ସନ୍ଦେହ ଓ ନାସ୍ତିକତାର କାରଣ ଓ ତାହା ଅଧକାଂଶ କ୍ଷେତ୍ରର ପାପକୁ ପ୍ରେମ କରିବା ହେତୁ ହୋଇଥାଏ । ଈଶ୍ବରଙ୍କ ବାକ୍ୟର ଶିକ୍ଷା ନିଷେଧାଜ୍ଞା ସକଳ ଦାମ୍ଭୀକ, ପାପୀ ହୃଦୟ ଓ ଯେଉଁମାନ ଈଶ୍ଵରଙ୍କ ପ୍ରଭୃତ୍ୱ ଅସ୍ୱୀକାର କରନ୍ତି, ସେମାନଙ୍କୁ ସ୍ଵାଗତ କରେ ନାହିଁ । ସତ୍ୟତା ବୁଝିବାକୁ ଇଚ୍ଛୁକ ହେଲେ, ସତ୍ୟତା ଜାଣିବାକୁ ଓ ହୃଦୟରେ ସତ୍ୟତା ଗ୍ରହଣ କରିବାକୁ ପ୍ରସ୍ତୁତ ରହିବା ପ୍ରୟୋଜନ ଅଟେ । ଏପରି ମନୋଭାବ ସହ ବାଇବଲ ପାଠକଲେ, ସେମାନେ ପ୍ରଭୁଙ୍କ ବାକ୍ୟରୁ ବହୁ ଶିକ୍ଷା ପ୍ରାପ୍ତ ହୋଇ ପାରିବେ ଓ ତାହା ସେମାନଙ୍କୁ ପ୍ରତିଜ୍ଞାନରେ ଓ ସତ୍ୟତା ଲାଭ କରିବାକୁ ସାହାଯ୍ୟ କରିବ । ଖ୍ରୀପ 77.1

ଖ୍ରୀଷ୍ଟ କହିଲେ, କେହି ଯଦି ତାହାଙ୍କର ଇଚ୍ଛା ସାଧନ କରିବାକୁ ଇଚ୍ଛୁକ ହୁଏ, ତାହାହେଲେ ଏହି ଶିକ୍ଷା ସେ ଜାଣିବ । (ଯୋହନ ୭:୧୭) କୌଣସି ସତ୍ୟତା ବୁଝିବାକୁ ଜଟିଳ ହେଲେ, ପ୍ରଶ୍ନ ନ କରି, ତୁମ୍ଭକୁ ଦ ଆଲୋକପ୍ରତି ଲକ୍ଷ୍ୟ କର, ତେବେ ତୁମ୍ଭେ ମହାନ୍ ସତ୍ୟତା ପ୍ରାପ୍ତ ହେବ । ଖ୍ରୀଷ୍ଟଙ୍କ ଅନୁଗ୍ରହ ଦ୍ଵାରା, ଯାହା ତୁମ୍ଭ ଦୃଷ୍ଟିରେ ପରିଷ୍କାର, ପ୍ରତ୍ୟେକ କର୍ମ ସାଧନ କର, ତେବେ ଯାହା ବର୍ତ୍ତମାନ ତୁମ୍ଭ ଦୃଷ୍ଟିରେ ସନ୍ଦେହଜନକ ସେଗୁଡ଼ିକ ବୁଝିବାକୁ ଓ ସମ୍ପନ୍ନ କରିବାକୁ ସକ୍ଷମ ହେବ । ଖ୍ରୀପ 77.2

ସମସ୍ତଙ୍କ ପାଇଁ ଗୋଟିଏ ପ୍ରମାଣ ଖୋଳା ସବୁଠାରୁ ଉଚ୍ଚ ଶିକ୍ଷିତ ଓ ସବୁଠାରୁ ଅଶିକ୍ଷିତ ଅଭିଜ୍ଞତାର ପ୍ରମାଣ । ପରମେଶ୍ବର ତାହାଙ୍କ ବଚନରେ ବାସ୍ତବତା ହୃଦୟଙ୍ଗମ କରିବାକୁ ପ୍ରତ୍ୟେକଙ୍କୁ ଆହ୍ବାନ କରନ୍ତି ତାହା- ତାହାଙ୍କର ପ୍ରମାଣ ବାକ୍ୟ । ସେ ଆମ୍ଭମାନଙ୍କୁ ଆଦେଶ ଦେଇ କହନ୍ତି, “ସଦାପ୍ରଭୁ ଯେ ମଙ୍ଗଳମୟ, ଏହା ଆସ୍ବାଦନ କରି ଦେଖ” (ଗୀତ ସଂହିତା ୩୪:୮) ଅନ୍ୟମାନଙ୍କ ବାକ୍ୟ ଉପରେ ନିର୍ଭର କରିବା ଅପେକ୍ଷା ଆମ୍ଭମାନଙ୍କୁ ଚାଖିବାକୁ ହେବ । ସେ ଘୋଷଣା କରନ୍ତି, “ମାଗ ତୁମ୍ଭମାନଙ୍କୁ ଦିଆଯିବ, ” (ଯୋହନ ୧୬: ୨୪) ତାହାଙ୍କ ପ୍ରତିଜ୍ଞା ପୂର୍ଣ୍ଣ ହେବ । ସେମାନ କେବେହେଁ ନିଷ୍ପଳ ହୋଇ ନାହାନ୍ତି; ସେମାନେ କେବେହେଁ ନିଷ୍ପଳ ହୋଇ ନ ପାରନ୍ତି । ଆମ୍ଭେମାନେ ଯୀଶୁଙ୍କ ନିକଟକୁ ଆସିଲେ ଓ ତାହାଙ୍କ ପ୍ରେମରେ ସଂପୂର୍ଣ୍ଣ ଭାବ ଆନନ୍ଦ କଲେ, ତାହାଙ୍କ ଉପସ୍ଥିତିରେ ଆମ୍ଭମାନଙ୍କ ସନ୍ଦେହ ଓ ଅନ୍ଧକାର ଉଭଇେ ଯିବ । ଖ୍ରୀପ 77.3

ପ୍ରେରତି ପାଉଲ କହନ୍ତି ଯେ, “ସେ ଆମ୍ଭମାନଙ୍କୁ ଅନ୍ଧକାରର କ୍ଷମତାକୁ ଉଦ୍ଧାର କରି ଆପଣା ପ୍ରେମପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି ।” (କଲସୀ ୧:୧୩) ” ପ୍ରତ୍ୟେକ ଯେଉଁମାନେ ମୃତ୍ୟୁରୁ ଜୀବନ ଦିଗକୁ ଯାଇଅଛନ୍ତି, “ଈଶ୍ବର ଯେ ସତ୍ୟ, ଏହା ସେ ମୁଦ୍ରାଙ୍କନ କରିଅଛି ।” (ଯୋହନ ୩:୩) ସେ ଏହା ସାକ୍ଷ୍ୟ ଦେଇପାରେ, ସେ ଏହା ସାକ୍ଷ୍ୟ ଦେଇପାରେ, “ମୋର ସାହାଯ୍ୟ ଦରକାର ଥିଲା ଓ ଏହା ମୁଁ ଯୀଶୁଙ୍କଠାରେ ପାଇଲି । ସମସ୍ତ ଅଭାବ ପୂରଣ ହେଲା, ମୋର କ୍ଷୁଧିତ ଆତ୍ମା ସନ୍ତୁଷ୍ଟ ହେଲା ଓ ବର୍ତ୍ତମାନ ବାଇବଲ ମୋ ନିମନ୍ତେ ଯୀଶୁଙ୍କର ପ୍ରକାଶନ। । ତୁମ୍ଭେ କ’ଣ ପଚାର ମୁଁ କାହିଁକି ଯୀଶୁଙ୍କଠାରେ ବିଶ୍ବାସ କରେ ? କାରଣ ସେ ମୋ ନିମନ୍ତେ ସ୍ଵର୍ଗୀୟ ପ୍ରାଣକର୍ତ୍ତା । ମୁଁ କାହିଁକି ବାଇବଲକୁ ବିଶ୍ୱାସ କରେ ? କାରଣ ମୋର ଆତ୍ମା ନିମନ୍ତେ ଏହା ଈଶ୍ବରଙ୍କ ସ୍ଵର ବୋଲି ମୁଁ ଦେଖି ଅଛି ।” ଖ୍ରୀଷ୍ଟ ଈଶ୍ବରଙ୍କ ପୁତ୍ର ଓ ବାଇବଲ ସତ୍ୟ ଅଟେ ଏହା ଆମ୍ଭେମାନେ ସାକ୍ଷ୍ୟ ଦେଇପାରୁ । ଆମ୍ଭେମାନେ ଜାଣୁ ଯେ, ଆମ୍ଭେମାନେ ଚତୁରତାରେ କଳ୍ପିତ କାହାଣୀକୁ ଅନୁସରଣ କରୁ ନାହୁଁ । ଖ୍ରୀପ 78.1

ସାଧୁ ପିତର ଭାଇମାନଙ୍କୁ ଉତ୍ସାହ ଦେଇ କହନ୍ତି, “ବର ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହରେ ବୃଦ୍ଧି ପାଅ ।” ( ୨ ପିତର ୩:୧୮) ଯେତେବେଳେ ଈଶ୍ଵରଙ୍କ ଲୋକମାନେ ଅନୁଗ୍ରହରେ ବୃଦ୍ଧି ପାଆନ୍ତି, ସେମାନେ ଯେତେବେଳେ ତାହାଙ୍କ ବାକ୍ୟର ସୁସ୍ପଷ୍ଟଭାବ ସଦାବେଳେ ବୁଝିପାରନ୍ତି । ପବିତ୍ର ସତ୍ୟରେ ସେମାନେ ନୂତନ ଆଲୋକ ଓ ସୌନ୍ଦର୍ଯ୍ୟ ଦେଖିବାକୁ ପାଇବେ । ସବୁ ଯୁଗରେ, ମଣ୍ଡଳୀ ଇତିହାସରେ ଏହା ସତ୍ୟ ହୋଇଆସିଛି ଏବଂ ଏହିପରି ଭାବେ ଶେଷ ପର୍ଯ୍ୟନ୍ତ କ୍ରମଶଃ ହେଉଥିବ । “ମାତ୍ର ଧାର୍ମିକ ମାନଙ୍କର ପଥ ପ୍ରଭାବରେ ଆଲୁଅ ତୁଲ୍ୟ, ଯାହା ମଧ୍ୟାହ୍ନ ପର୍ଯ୍ୟନ୍ତ ଆହୁରି ତେଜସ୍ଵର ହୁଅଇ ।” (ହିତୋପଦେଶ ୪:୧୮) ଖ୍ରୀପ 78.2

ବିଶ୍ଵାସଦ୍ବାରା ଆମ୍ଭେମାନେ ଇହ ଜଗତକୁ ଆଗାମୀ ଜଗତକୁ ଦେଖିପାରୁଁ ଓ ଧୀଶକ୍ତି ବୃଦ୍ଧି ନିମନ୍ତେ ଈଶ୍ବରଙ୍କ ପ୍ରତିଜ୍ଞାକୁ ଜାବୋଡି ଧରୁ । ମାନବିକ ଜ୍ଞାନେନ୍ଦ୍ରୀୟ ଗୁଡ଼ିକ ସ୍ବର୍ଗୀୟ ଶକ୍ତି ସହିତ ମିଳିତ ହୋଇ ଓ ପ୍ରତ୍ୟେକ ଆତ୍ମା ଆଲୋକର ଆଧାର ସହିତ ସଂଯୋଗ କରାଯିବ । ଆଉ ଈଶ୍ଵରଙ୍କ ପରିରଳନାରେ ଯାହା କିଛି ସନ୍ଦେହଯୁକ୍ତ ଓ ଅସ୍ପଷ୍ଟ ତାହାସବୁ ସରଳ କରାଯିବ, ଯାହା ଦୁଷ୍କର ଥୁଲା ତାହାର ଅର୍ଥ ବୁଝି ବାକୁ ସରଳ ହେବ । ଆମ୍ଭମାନଙ୍କ ସସୀମ ମନରେ ଯାହା ଗୋଳମାଳିଆ ଓ ବିଶୃଙ୍ଖଳା ବୋଲି ମନେ ହେଉଥିଲା, ସେ ସବୁକୁ ଆମ୍ଭେମାନେ ସମ୍ପୂର୍ଣ୍ଣ ଓ ସୌନ୍ଦର୍ଯ୍ୟତାର ଐକତ୍ବରରେ ଦେଖି ପାରିବୁ । “କାରଣ ଏବେ ଆମ୍ଭେମାନେ ନିଗୁଢ଼ ବାକ୍ୟରୂପ ଦର୍ପରେ ସାହାଯ୍ୟରେ ଦେଖୁଅଛୁ, କିନ୍ତୁ ସେତେବେଳେ ମୁଖାମୁଖୀ ହୋଇ ଦେଖିବା; ଏତେବେଳେ ମୁଁ ଆଂଶିକ ଭାବେ ଜାଣୁଅଛି, କିନ୍ତୁ ସେତେବେଳେ, ମୁଁ ଯେପରି ପରିଚୟ, ସେହିପରି ମଧ୍ୟ ପରିଚିତ ପାଇବ ।(୧ କରନ୍ଥି ୧୩:୧୨) ଖ୍ରୀପ 78.3

*****