ଖ୍ରୀଷ୍ଟଙ୍କ ପ୍ରତି ପଦକ୍ଷେପ

9/14

ଖ୍ରୀଷ୍ଟଙ୍କ ନିକଟକୁ ବୃଦ୍ଧି ପାଇବା

ହୃଦୟର ପରିବର୍ତନ, ଯାହାଦ୍ଵାରା ଆମ୍ଭେମାନେ ଈଶ୍ଵରଙ୍କ ସନ୍ତାନ ସନ୍ତତି ହେଉଁ, ତାହାଙ୍କୁ ବାଇବଲରେ ଜନ୍ମ କୁହାଯାଏ । ପୁନର୍ବାର କୃଷକ ଆପଣା କ୍ଷେତରେ ବୁଣିବା ଉତ୍ତମ ବିହନର ଆଙ୍କୁରୋଦ୍ ସହିତ ତୁଳନା କରାଯାଏ । ସେହିପରି ଭାବେ ଯେଉଁମାନେ ଖ୍ରୀଷ୍ଟରେ ନୂତନ ଭାବେ ପରିବର୍ତ୍ତିତ ହୋଇଛନ୍ତି ସେମାନେ “ନବାଜାତ ଶିଶୁ ଖ୍ରୀଷ୍ଟରେ ପୁରୁଷ ଓ ସ୍ତ୍ରୀ ରୂପରେ “ବୃଦ୍ଧି ପାଇବା” ସଦୃଶ । କିମ୍ବା କ୍ଷେତ୍ରରେ ଯେଉଁ ଉ ମ ବିହନ ବୁଣାଯାଏ, ସେମାନେ ବୃଦ୍ଧି ପାଇ ଉତ୍ତମ ଫଳ ଆଣନ୍ତି । ଯିଶାଇୟ କହନ୍ତି, “ତହିଁରେ ସଦାପ୍ରଭୁ ଯେମନ୍ତ ଗୌରବାନ୍ବିତ ହେବେ, ଏଥିପାଇଁ ସେମାନେ ଧର୍ମରୂପ ବୃକ୍ଷ ଓ ତାହାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ ।” (୧ ପିତର ୨:୨; ଏଫି ସୀ ୪:୧୫, ଯିଶାଇୟ ୬୧ :୩) ତେଣୁ ପ୍ରାକୃତିକ ଜୀବନରୁ, ଉଦାହରଣ ଦ ହୋଇଅଛି, ଯେପରି ଆମ୍ଭେମାନେ ଆତ୍ମୀକ ଜୀବନର ନିଗୂଢ଼ ସତ୍ୟସକାଳ ଉତ୍ତମରୂପେ ବୁଝିବାକୁ ସାହାଯ୍ୟପ୍ରାପ୍ତ ହେବା । ଖ୍ରୀପ 46.1

ମନୁଷ୍ୟ ତାହାର ଚାତୁରୀ ଓ ଜ୍ଞାନ ବଳରେ ପ୍ରକୃତିରେ ଏକ ନିତାନ୍ତ ଛୋଟ ବସ୍ତୁର ପ୍ରାଣ ଦାନ କରିପାରେ ନାହିଁ । ତାହା କେବଳ ଈଶ୍ବରଙ୍କ ଦ ଜୀବନ ବସ୍ତୁ ଦେଇ, ଉଭିଦ କିମ୍ବା ପ୍ରାଣୀଜଗତ ଜୀବନ ଧାରଣ କରିପାରନ୍ତି । ଏତାଦୃଶ ପରମେଶ୍ଵରଙ୍କ ଠାରୁ ଜୀବନ ଦେଇ ମନୁଷ୍ୟମାନଙ୍କ ଅନ୍ତଃକରଣରେ ଆତ୍ମୀକ ଜୀବନ ଜାତହୁଏ । ମନୁଷ୍ୟ “ଉର୍ଦ୍ଧ୍ବରୁ ଜାତ” ନ ହେଲେ (ଯୋହନ ୩:୩) ଖ୍ରୀଷ୍ଟଙ୍କ ଦ ଜୀନର ଅଂଶୀ ହେବାକୁ ପାରେ ନାହିଁ । ଖ୍ରୀପ 46.2

ଜୀବନ ଯେପରି, ବୃଦ୍ଧି ମଧ୍ୟ ସେହିପରି । ପରମେଶ୍ବର ପାଖୁଡାରୁ ଫୁଲ ଫୁଟାନ୍ତି ଓ ଫୁଲରୁ ଫଳ ଉତ୍ପନ୍ନ କରାନ୍ତି । ତାହାଙ୍କ ଶକ୍ତିରେ ବୀକର ଉନ୍ନତି ସାଧନ ହୁଏ । “ପ୍ରଥମରେ ପତ୍ର, ପରେ ଶୀଂଷା, ତା’ ପରେ ଶୀଂଷାରେ ପୂର୍ଣ୍ଣ ଶସ୍ୟ (ମାର୍କ ୪:୨୮) ଅତଏବ ଭାବବାଦୀ ହୋଶେୟ ଇଶ୍ରାୟେଲ ଲୋକମାନଙ୍କୁ କହନ୍ତି, ” ଆମ୍ଭେ ଇଶ୍ରାୟେଲ ପକ୍ଷରେ କାକର ତୁଲ୍ୟ ହେବା; ସେ ଶୋଶନ୍ ପୁଷ୍ପତୁଲ୍ୟ ଫୁଟିବ ।” “ସେମାନେ ଶସ୍ୟପରି ସଜ୍ଞୀବିତ ହେବେ ଓ ଦ୍ରାକ୍ଷାଲତା ପରି ପ୍ରସ୍ଫୁଟିତ ହେବେ ।” (ହୋଶେୟ ୧୪:୫,୭) ଆଉ ଯୀଶୁ ଆମ୍ଭମାନଙ୍କୁ କହନ୍ତି, “ପୁଷ୍ପଗୁଡ଼ିକ ବିଷୟ ଭାବିଦେଖ, ସେମାନେ କିପରି ବଢ଼ନ୍ତି” ( ଲୁକ ୧୨ : ୨୭) । ତରୁଲତା କିମ୍ବା ପୁଷ୍ପଗୁଡ଼ିକ ସେମାନଙ୍କ ନିଜ ନିଜ ଚିନ୍ତାରେ କିମ୍ବ। ଚେଷ୍ଟାରେ ବୃଦ୍ଧି ପାଆନ୍ତି ନାହିଁ । ପରମେଶ୍ବର ସେମାନଙ୍କ ଜୀବନ ଧାରଣ ପାଇଁ ଚିନ୍ତା କରନ୍ତି । ଶିଶୁ ତାହାରର ନିଜ ଇଚ୍ଛାରେ କି ନିଜର ଶକ୍ତିରେ ତାହାର ଉଚ୍ଚତା ବୃଦ୍ଧି କରିପାରେ ନାହିଁ । ତଦୃପ ତୁମ୍ଭେ ମଧ୍ୟ ଆପଣ ଚେଷ୍ଟା ଓ ଚିନ୍ତାରେ ଆତ୍ମୀକ ଜୀବନର ବୃଦ୍ଧି ସାଧନ କରିପାର ନାହିଁ । ଉଭିଦ ଓ ଶିଶୁ ସେମାନଙ୍କର ଜୀବନ ଧାରଣ ନିମନ୍ତେ ଚତୁର୍ଦ୍ଦିଗରେ ଥିବା ପରିବେଶଠାରୁ ବାୟୁ, ସୂର୍ଯ୍ୟକିରଣ ଓ ଖାଦ୍ୟ ପାଇଥାନ୍ତି । ପ୍ରାଣୀଜଗତ ଓ ଉଭିଦ ଜଗତରେ ପ୍ରକୃତିର ଅବଦାନ ଯେପରି ତଦୃପ ଈଶ୍ବରଙ୍କ ନିର୍ଭରକାରୀମାନଙ୍କ ନିମନ୍ତେ ଖ୍ରୀଷ୍ଟ ମହାନ ଅବଦାନ ଅଟନ୍ତି । ସେ ସେମାନଙ୍କର “ଅନନ୍ତ ଆଲୋକ” “ସୂର୍ଯ୍ୟ ଏବଂ ଢ଼ାଲ” । ସେ ” ଇଶ୍ରାୟେଲମାନଙ୍କ କାକର” ତୁଲ୍ୟ ଅଟନ୍ତି ସେ ସେମାନଙ୍କ ଉପରେ ” କଟା ଘାସରେ ବୃଷ୍ଟିତୁଲ୍ୟ ଓ ଭୂମିସେଚନକାରୀ ଜଳଧାରା ତୁଲ୍ୟ ।” (ହୋଶେୟ ୧୪:୧୩; ଗୀତସଂହିତା ୬୨:୬) ସେ “ବନଦାୟକ ଜଳ”, “ଈଶ୍ଵରଙ୍କ ଆହାର” ଯାହା ଜଗତ ଉପରେ ଆସେ ଓ ଜଗତରେ ଜୀବନ ଆଣିଥାଏ । (ଯୋହନ ୬: ୩୩) ଖ୍ରୀପ 46.3

ତାହାଙ୍କୁ ପୁତ୍ରଙ୍କ ଅନୁପମ ଅନୁଗ୍ରହ ଦାନରେ ପରମେଶ୍ୱର ଏହି ବିଶ୍ୱମଣ୍ଡଳରେ ଚତୁର୍ଦ୍ଦିଗକୁ ଅନୁଗ୍ରହର ବାତାବରଣରେ ବେଷ୍ଟନ କରି ରଖିଅଛନ୍ତି । ଯେଉଁମାନେ ଏହି ଜୀବନଦାୟକ ବାତାବରଣ ନିଶ୍ୱାସ ପ୍ରଶ୍ୱାସରେ ନିଅନ୍ତି, ସେମାନେ ଜୀବନ୍ତ ରହିବେ ଏବଂ ଖ୍ରୀଷ୍ଟଙ୍କରେ ଯୋଗ୍ୟ ପୁରୁଷ ଓ ସ୍ତ୍ରୀ ରୂପେ ପୂର୍ଣ୍ଣ, ଜୀବନରେ ବୃଦ୍ଧି ପାଇବ । ଖ୍ରୀପ 47.1

ଯେପରି ପୁଷ୍ପ ସୂର୍ଯ୍ୟଆଡ଼କୁ ହୁଏ ଓ ସୂର୍ଯ୍ୟକିରଣ ସାହାଯ୍ୟରେ ତାହାର ସୌନ୍ଦର୍ଯ୍ୟ ଓ ରୂପ ଗଢ଼ି ଉଠେ, ସେହିପରି ଆମ୍ଭେମାନେ ମଧ୍ୟ ଧାର୍ମିକତାର ସୂର୍ଯ୍ୟ ଯୀଶୁଖ୍ରୀଷ୍ଟଙ୍କ ଆଡ଼କୁ ଫେରିଲେ, ସ୍ଵର୍ଗର ଆଲୋକ ଆମ୍ଭମାନଙ୍କ ଉପରେ ପଡ଼ିବ ଓ ଆମ୍ଭମାନଙ୍କର ଚରିତ୍ର ଯୀଶୁ ଖ୍ରୀଷ୍ଟଙ୍କ ସଦୃଶ ସିଦ୍ଧହେବ । ଖ୍ରୀପ 47.2

ଯୀଶୁ ଆମ୍ଭମାନଙ୍କୁ ଏହି ସତ୍ୟତା ଶିକ୍ଷା ଦେଇ କହନ୍ତି, ” ମୋଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କଠାରେ ରହିବି । ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳିପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋଠାରେ ନ ରହିଲେ ଫଳ ଫଳି ପାରୁନାହିଁ । ମୁଁ ଦ୍ରାକ୍ଷାଲତା ତୁମ୍ଭେମାନେ ଶାଖା, ଯେ ମୋଠାରେ ରହେ ଓ ମୁଁ ଯାହାଠାରେ ରହେ, ସେ ପ୍ରଚୁର ଫଳ ଫଳେ; କାରଣ ମୋ ବିନା ତୁମ୍ଭେମାନେ କିଛି କରିପାର ନାହିଁ ।” (ଯୋହନ ୧୫:୪, ୫) । ପବିତ୍ର ଜୀବନଯାପନ କରିବା ନିମନ୍ତେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଉପରେ ନିର୍ଭର କରିବା ଉଚିତ୍; ଯେପରି ଫଳ ଉତ୍ପନ୍ନ କରିବାକୁ ଛୋଟ ଶାଖା ପ୍ରଶାଖା, ମୂଳ ସହିତ ସଂଲଗ୍ନ ରହନ୍ତି । ତାହାଙ୍କ ବ୍ୟତୀତ ତୁମ୍ଭଠାରେ ଜୀବନ ନାହିଁ । ତାହାଙ୍କୁ ତ୍ୟାଗ କଲେ ତୁମ୍ଭେ ମନ୍ଦ ପରୀକ୍ଷାକୁ ପ୍ରତିରୋଧ କରିବାକୁ ଅକ୍ଷମ ହେବ ଓ ଅନୁଗ୍ରହ, ପବିତ୍ର ଜୀବନରେ ବୃଦ୍ଧି ପାଇପାରିବ ନାହିଁ । ତେଣୁ ତାହାଙ୍କଠାରେ ସଂଲଗ୍ନ ରହିବା ଦ୍ବାରା ତୁମ୍ଭେମାନେ ଫଳବନ୍ତ ହୋଇପାରିବ ଓ ଜଳସ୍ରୋତ ନିକଟରେ ରୋପିତ ବୃକ୍ଷ ସଦୃଶ ତୁମ୍ଭ ହେବ । ଖ୍ରୀପ 47.3

ଅନେକଙ୍କ ଭାବନା ଏହି ଯେ ସେମାନେ ଏକୁଟିଆ କେତେକ କାମ କରିପାରନ୍ତି । ଖ୍ରୀଷ୍ଟଙ୍କୁ ସେମାନେ କେବଳ ପାପକ୍ଷମା ପାଇଁ ବିଶ୍ବାସ କରନ୍ତି ଓ ନିଜ ଇଚ୍ଛାରେ ଜୀବନଯାପନ କରିବାକୁ ଚାହାନ୍ତି । ଏପରି ସବୁ ଚେଷ୍ଟା ନିଷ୍ଫଳ ହୋଇଥାଏ । “ମୋ ବ୍ୟତୀତ ତୁମ୍ଭେମାନେ କୌଣସି ଫଳ ଫଳିପାରି ନାହିଁ ।” ଅନୁଗ୍ରହରେ ଆମ୍ଭମାନଙ୍କର ବୃଦ୍ଧି, ଆମ୍ଭମାନଙ୍କର ଆନନ୍ଦ, ଆମ୍ଭମାନଙ୍କର ଯୋଗ୍ୟତା-ଏ ସମସ୍ତ, ଖ୍ରୀଷ୍ଟଙ୍କ ଉପରେ ଆମ୍ଭମାନଙ୍କର ନିର୍ଭରତା ଉପରେ ନିର୍ଭର କରେ । ଏହା ଦୈନିକ ଓ ପ୍ରତି ଘ ରେ ତାହାଙ୍କ ସହିତ ଯୋଗାଯୋଗ ରକ୍ଷା କରିବା ଦ୍ଵାରା ହୁଏ - ତାହାଙ୍କଠାରେ ରହିବା ଦ୍ଵାରା ହୁଏ-ଯେପରି ଆମ୍ଭେମାନେ ଅନୁଗ୍ରହରେ ବୃଦ୍ଧି ପାଇବା । ସେ କେବଳ ଆମ୍ଭମାନଙ୍କ ବିଶ୍ବାସର ଆଦିକର୍ତ୍ତା ଓ ସିଦ୍ଧିଦାତା ନୁହଁନ୍ତି । ଖ୍ରୀଷ୍ଟ ପ୍ରଥମ, ଶେଷ ଓ ସଦାସର୍ବଦା ଅଛନ୍ତି । ସେ ଆମ୍ଭମାନଙ୍କ ସହିତ ରହିବା ଉଚିତ୍, କେବଳ ଆରମ୍ଭରେ ନୁହେଁ, ଶେଷ ପର୍ଯ୍ୟନ୍ତ, କିନ୍ତୁ ଆମ୍ଭମାନଙ୍କ ସମସ୍ତ ପଦକ୍ଷେପରେ । ଦାଉଦ କହନ୍ତି, “ମୁଁ ସର୍ବଦା ସଦାପ୍ରଭୁଙ୍କୁ ଆପଣା ସମ୍ମୁଖରେ ରଖିଅଛି; ସେ ମୋହର ଦକ୍ଷିଣପାର୍ଶ୍ୱରେ ଥିବାରୁ ମୁଁ ବିଚଳିତ ହେବିନାହିଁ ।” (ଗୀତସଂହିତା ୧୬:୮)। ଖ୍ରୀପ 47.4

ତୁମ୍ଭେ ପ୍ରଶ୍ନ କରିଥାଅ, ମୁଁ କିପରି ଖ୍ରୀଷ୍ଟଙ୍କଠାରେ ଥିବି ? ତାହାକୁ ତୁମ୍ଭେ ପ୍ରଥମରେ ଯେପରି ପାଇଥିଲ, ସେହିପରି ଭାବରେ ।” ଅତଏବ ଖ୍ରୀଷ୍ଟ ଯୀଶୁଙ୍କ ପ୍ରଭୁବୋଲି ଯେପରି ଗ୍ରହଣ କରିଅଛି, ତଦନୁସାରେ ତାହାଙ୍କ ସହଭାଗିତାରେ ଆଚରଣ କର ।” “ଧାର୍ମିକ ବିଶ୍ବାସରେ ବ ବ ।” (କଲସୀ ୨:୬; ଏବ୍ରୀ ୧୦:୩୮) ତୁମେ ଈଶ୍ବରଙ୍କଠାରେ ଆପଣାକୁ ସମର୍ପଣ କଲ, ସମ୍ପୂର୍ଣ୍ଣ ଭାବରେ ତାହାଙ୍କର ହେବାକୁ, ତାହାଙ୍କ ସେବା କରିବାକୁ ଓ ବାଧ୍ୟ ହେବାକୁ ଏବଂ ଖ୍ରୀଷ୍ଟଙ୍କୁ ତୁମ୍ଭର ତ୍ରାଣକର୍ତ୍ତା ରୂପେ ତୁମ୍ଭେ ଗ୍ରହଣ କଲ । ତୁମ୍ଭେ ତୁମ୍ଭର ପାପ ନିମନ୍ତେ ପ୍ରାୟଶ୍ଚିତ କରି ପାରିଲନାହିଁ କିମ୍ବା ତୁମ୍ଭ ହୃଦୟକୁ ପରିବର୍ତ୍ତନ କରିପାରିଲ ନାହିଁ, କିନ୍ତୁ ନିଜକୁ ଈଶ୍ୱରଙ୍କଠାରେ ଅର୍ପଣକରି, ତୁମ୍ଭେ ବିଶ୍ଵାସ କଲ ଯେ, ଈଶ୍ବର ଖ୍ରୀଷ୍ଟଙ୍କ ନିମନ୍ତେ ଏସମସ୍ତ ତୁମ୍ଭପ୍ରତି ନିମନ୍ତେ ବୃଦ୍ଧି ପାଇବାକୁ ହେବ ଅର୍ପଣ କର ଓ ଗ୍ରହଣ କର । ତୁମ୍ଭଙ୍କୁ ତୁମ୍ଭର ହୃଦୟ, ଇଚ୍ଛା, ତୁମ୍ଭର ସେବା ଏସମସ୍ତ ଅର୍ପଣ କରିବାକୁ ହେବ । ନିଜକୁ ତାହାଙ୍କ ନିକଟରେ ଅର୍ପଣ କର, ତାହାଙ୍କର ସମସ୍ତ ଦାବୀକୁ ମାନିନିଆ; ତୁମ୍ଭେ ଅବଶ୍ୟ ସମସ୍ତ ଗ୍ରହଣ କରିବ — ଖ୍ରୀଷ୍ଟ, ସମସ୍ତ ଆଶୀର୍ବାଦର ପୂର୍ଣ୍ଣତା ତୁମ ହୃଦୟରେ ଥାଉ । ତାହା ତୁମ୍ଭର ବଳ, ଧାର୍ମିକତା, ତୁମ୍ଭର ଚିରନ୍ତନ ସାହାଯ୍ୟକାରୀ ହେଉ । ଏସମସ୍ତ ତୁମ୍ଭକୁ ବାଧ୍ୟ ହେବାକୁ ଶକ୍ତି ଯୋଗାଇବ । ଖ୍ରୀପ 48.1

ପ୍ରତ୍ୟେହ ପ୍ରଭାତରେ ଈଶ୍ଵରଙ୍କଠାରେ ଆତ୍ମା ସମର୍ପଣ କର, ଏହା ତୁମ୍ଭର ପ୍ରଥମ କର୍ତ୍ତବ୍ୟ । ଅଟେ । ତୁମ୍ଭେ ପ୍ରାର୍ଥନା କର, “ହେ ପ୍ରଭୁ ମୋତେ ଗ୍ରହଣ କରି ତୁମ୍ଭର କର । ତୁମ୍ଭ ଚରଣତଳେ ମୁଁ ମୋହର ସମସ୍ତ ଯୋଜନା ଅର୍ପଣ କରୁଅଛି । ଆଜି ତୁମେ ମୋତେ ତୁମ୍ଭର ସେବା ନିମନ୍ତେ ବିନିଯୋଗ କର । ତୁମଠାରେ ରହିବାକୁ ଓ ତୁମ୍ଭ ନିମନ୍ତେ ମୋର ସବୁ କାର୍ଯ୍ୟ କରିବାକୁ ମୋତେ ସାହାଯ୍ୟ କର ।” ଏହା ଦୈନିକ କର୍ମ । ପ୍ରତି ପ୍ରଭାତରେ ଆପଣାକୁ ଈଶ୍ବରଙ୍କ ନିକଟରେ ସମର୍ପଣ କର । ତୁମ୍ଭର ଯୋଜନା ସକଳ ତାହାଙ୍କ ହସ୍ତରେ ସମର୍ପଣ କର, ଯେପରି ସେ ତାହାଙ୍କ ନିମନ୍ତେ ତୁମ୍ଭକୁ ପରିରଳନା କରିବେ । ଏହିପରି ଭାବେ ତୁମ୍ଭେମାନେ ଦିନକୁ ଦିନ ଈଶ୍ଵରଙ୍କ ମହିମା ନିମନ୍ତେ ଅର୍ପଣ କରୁଅଛ । ଆଉ ପ୍ରତିଦିନ ଖ୍ରୀଷ୍ଟଙ୍କ ନିମନ୍ତେ ତୁମ୍ଭର ଜୀବନ ଗଠିତ ହେଉଅଛି । ଖ୍ରୀପ 48.2

ଖ୍ରୀଷ୍ଟଙ୍କରେ ଜୀବନ ଶାନ୍ତିପୂର୍ଣ୍ଣ ଅଟେ । ସେଠାରେ ଅତି ଆନନ୍ଦର ଅନୁଭବ ନ ହୋଇଥାଏ କିନ୍ତୁ ଶାନ୍ତି, ନିର୍ଭରତା ରହିବା ଉଚିତ୍ । ତୁମ୍ଭର ଆଶା ଆଉ ତୁମ୍ଭର ନୁହେଁ; ଏହା ଖ୍ରୀଷ୍ଟଙ୍କରେ ଥାଏ । ତୁମ୍ଭର ଦୁର୍ବଳତା ତାହାଙ୍କ ଶକ୍ତି ସଙ୍ଗେ, ତୁମ୍ଭର ଅଜ୍ଞତା ତାହାଙ୍କ ଜ୍ଞାନ ସଙ୍ଗେ, ତୁମ୍ଭର ତ୍ରୁଟି ତାହାଙ୍କର ସ୍ଥାୟୀ ଶକ୍ତି ସହିତ ଯୁକ୍ତହୁଏ । ତୁମ୍ଭେ ଆଉ ନିଜକୁ ଦେଖିବ ନାହିଁ; ମନ ଆଉ ନିଜ ସ୍ବାର୍ଥ ଚିନ୍ତା କରିବ ନାହିଁ କେବଳ ଖ୍ରୀଷ୍ଟଙ୍କୁ ଦେଖିବ । ମନ ଖ୍ରୀଷ୍ଟଙ୍କ ପ୍ରେମ ସୌନ୍ଦର୍ଯ୍ୟତା ଓ ତାହାଙ୍କ ଚରିତ୍ରର ସିଦ୍ଧତା ଉପରେ ରହିବ । ଖ୍ରୀଷ୍ଟଙ୍କର ନମ୍ରତା, ସ୍ଵାର୍ଥତ୍ୟାଗ, ନିର୍ମଳତା, ପବିତ୍ରତା ଓ ଅନୁପମ ପ୍ରେମ ଏସମସ୍ତ ଆତ୍ମାର ଶାନ୍ତି ନିମନ୍ତେ । ସୁତରାଂ ଖ୍ରୀଷ୍ଟଙ୍କୁ ପ୍ରେମ, ଅନୁକରଣ ଓ ତାହାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କଲେ, ପରିଣାମରେ ଆମ୍ଭେମାନେ ଖ୍ରୀଷ୍ଟଙ୍କ ସଦୃଶ ହୋଇପାରିବା । ଖ୍ରୀପ 48.3

ଯୀଶୁ କହନ୍ତି ” ମୋଠାରେ ରହ ।” ଏହି ବାକ୍ୟରେ ପୂର୍ଣ୍ଣ ବିଶ୍ରାମ, ସ୍ଥିରତା ଏବଂ ଆତ୍ମବିଶ୍ବାସ ଭାବ ପ୍ରକାଶ ପାଏ । ପୁନଶ୍ଚ ସେ ନିମନ୍ତ୍ରଣ କରନ୍ତି, “ମୋ ନିକଟକୁ ଆସ..... ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି ।” (ମାଥିଉ ୧୧:୨୮, ୨୯) ଗୀତସଂହିତାରେ ମଧ୍ୟ ଆମ୍ଭେମାନେ ଏହି ଭାବ ଦେଖୁଁ “ପ୍ରଭୁଙ୍କ ଉପରେ ନିର୍ଭର କର ଓ ତାହାଙ୍କୁ ଅପେକ୍ଷା କର ।” ଯିଶାଇୟ ଭାବବାଦୀଙ୍କ ବାକ୍ୟରେ ମଧ୍ୟ ସେହି ସମାନ ଭରସାଯୁକ୍ତ ବାକ୍ୟ ପାଠ କରୁଁ, ” ଫେରିଲେ ଓ ଶାନ୍ତ ହେଲେ, ତୁମ୍ଭେମାନେ ପରିତ୍ରାଣ ପାଇବ ।” (ଯିଶାଇୟ ୩୦:୧୫) ଅଚଳ ଅବସ୍ଥାରେ ଏହି ଶାନ୍ତି ବା ବିଶ୍ରାମ ମିଳେ ନାହିଁ, କାରଣ ତ୍ରାଣକର୍ତ୍ତାଙ୍କ ନିମନ୍ତ୍ରଣରେ କର୍ମ ସହିତ ବିଶ୍ରାମଯୁକ୍ତ ହୋଇଛି । “ମୋହର ଯୁଆଳି ଆପଣା ଉପରେ ଘେନ... ଏବଂ ତୁମ୍ଭେମାନେ ବିଶ୍ରାମ ପାଇବ ।” (ମାଥିଉ ୧୧:୨୯) ଯେଉଁ ହୃଦୟ ଖ୍ରୀଷ୍ଟଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ, ତାହା ଖ୍ରୀଷ୍ଟଙ୍କ ନିମନ୍ତେ ସର୍ବଦା ବିଶ୍ବସ୍ତ ଓ ବ୍ୟଗ୍ର ହୋଇ କାର୍ଯ୍ୟ କରେ । ଖ୍ରୀପ 49.1

ଯେତେ ମନ ସ୍ଵାର୍ଥ ଜଡିତ ହୁଏ, ତେବେ ତାହା ଖ୍ରୀଷ୍ଟଙ୍କଠାରୁ ସକଳ ଶକ୍ତି ଓ ଜୀବନର ଉତ୍ସଠାରୁ ବିମୁଖ ହୁଏ । ଅତଏବ ଲୋକଙ୍କର ମନକୁ ତ୍ରାଣକର୍ତ୍ତା ଖ୍ରୀଷ୍ଟଙ୍କଠାରୁ ଦୂରରେ ରଖିବା ନିମନ୍ତେ ଶୟତାନ ଅନବରତ ଯତ୍ନ କରେ ଓ ଖ୍ରୀଷ୍ଟଙ୍କ ସହିତ ମିଳନ ଓ ସମ୍ବନ୍ଧ ରଖୁବାକୁ ମନୁଷ୍ୟମାନଙ୍କୁ ବାରଣ କରିଥାଏ । ଆଉ ସେ ମନୁଷ୍ୟମାନଙ୍କର ମନକୁ ଜଗତର ପ୍ରେମ, ଜୀବନର ନାନାବିଧ ଚିନ୍ତା, ଭ୍ରମ ଭାରି ଆଉ ନାନା ଅଭାବ ଅବସ୍ଥାରେ ଭାରଗ୍ରସ୍ଥ କରିଥାଏ । ତାହାର। ଏହିସବୁ କଳ୍ପନାରେ ପ୍ରବର୍ତ୍ତିତ ହୁଏ ନାହିଁ । ଯେଉଁମାନେ ପ୍ରକୃତରେ ଦୃଢ଼ ସଙ୍କଳ୍ପରେ ବ୍ରତୀ ହୁଅନ୍ତି । ଏବଂ ଈଶ୍ବରଙ୍କ ନିମନ୍ତେ ଜୀବନ ଯାପନ କରିବାକୁ ମନରେ ସ୍ଥିର କରିଥାନ୍ତି, ସେମାନଙ୍କୁ ମଧ୍ୟ ସେମାନଙ୍କ ଆପଣା ଭୁଲ୍ ଭ୍ରାନ୍ତି ନିମନ୍ତେ ଭାରଗ୍ରସ୍ତ କରିବାକୁ ପ୍ରବର୍ତ୍ତାଏ । ଆଉ ମଧ୍ୟ ଖ୍ରୀଷ୍ଟଙ୍କଠାରୁ ସେମାନଙ୍କୁ ପୃଥକ କରିବାକୁ ଯତ୍ନକରି ବିଜୟୀ ହେବାକୁ ଆଶା କରେ । କିନ୍ତୁ ସେମାନେ ସ୍ବାର୍ଥକୁ କେନ୍ଦ୍ରକରି ରକ୍ଷା ପାଇବାକୁ ସନ୍ଦେହ କରି ଚିନ୍ତା ଓ ଭୟକୁ ସ୍ଥାନ ଦେବା ଅନୁଚିତ୍ । ତାହାସବୁ ଶକ୍ତି କେନ୍ଦ୍ରଠାରୁ ମନୁଷ୍ୟକୁ ଦୂରରେ ରଖେ । ତୁମ୍ଭର ଆତ୍ମାକୁ ଈଶ୍ୱରଙ୍କଠାରେ ସମର୍ପଣ କର ଓ । ତାହାଙ୍କଠାରେ ନିର୍ଭର ରଖ । ଯୀଶୁଙ୍କୁ ନିଅ ଓ ତାହାଙ୍କ ବିଷୟରେ ଚିନ୍ତାକର । ତୁମ୍ଭର ସ୍ୱାର୍ଥପରତା ତାହାଙ୍କଠାରେ ବିଲୀନ ହେଉ ଓ ତୁମ୍ଭର ଭୟକୁ ପରିତ୍ୟାଗ କରି ସାଧୁ ପାଉଲଙ୍କ ସଙ୍ଗେ କହ, “ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋଠାରେ ଜୀବିତ ଅଛନ୍ତି; ପୁଣି ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଅଛି, ତାହା ବିଶ୍ବାସରେ, ଅର୍ଥାତ୍ ଈଶ୍ବରଙ୍କ ଯେଉଁ ପୁତ୍ର ମୋତେ ପ୍ରେମ କରି ମୋ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ତାହାଙ୍କ ଠାରେ ବିଶ୍ଵାସ କରି ଯାପନ କରୁଅଛି ।” (ଗାଲତୀ ୨:୨୦) ଈଶ୍ୱରଙ୍କଠାରେ ବିଶ୍ରାମ ନିଅ । ସେ ତୁମ୍ଭଙ୍କୁ ସୁରକ୍ଷା କରିବାକୁ ସକ୍ଷମ ଅଟନ୍ତି । କାରଣ ତାହାଙ୍କଠାରେ ତୁମେ ଆତ୍ମ ସମର୍ପଣ କରିଅଛ । ଯଦି ତୁମ୍ଭେ ଆପଣାକୁ ତାହାଙ୍କଠାରେ ସମର୍ପଣ କରିବ, ସେ ଆପଣା ପ୍ରେମରେ ତୁମ୍ଭକୁ ବିଜୟୀ ହେବାକୁ ପଥ କଢ଼ାଇ ନେବେ I ଖ୍ରୀପ 49.2

ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟ ମାନବ ରୂପରେ ଯେତେବେଳେ ଅବତୀର୍ଣ୍ଣ ହେଲେ, ସେତେବେଳେ ସେ ଲୋକମାନଙ୍କୁ ଆପଣା ପ୍ରେମ ବନ୍ଧନରେ ଆବଦ୍ଧ କରିଥିଲେ କିନ୍ତୁ ଯେଉଁମାନେ ଇଚ୍ଛୁକ ହୋଇ ତାହାଙ୍କ ନିକଟରୁ ପୃଥକ ହୋଇ ନ ଥିଲେ, ସେମାନଙ୍କୁ କୌଣସି ବ୍ୟକ୍ତି ତାହାଙ୍କଠାରେ ପୃଥକ କରି ନ ଥିଲା । ଶୟତାନ ଅନବରତ ଏହି ସମ୍ବନ୍ଧକୁ ଛିନ୍ନ କରିବା ନିମନ୍ତେ ଯତ୍ନ କରୁଥାଏ, ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରୁ ପୃଥକ ହୋଇପାରିବା । ଏହି ବିଶେଷ କ୍ଷେତ୍ରରେ ଆମ୍ଭେମାନେ ସର୍ବଦା ସତର୍କ ରହିବା କର୍ତବ୍ୟ । ଯତ୍ନ ଓ ପ୍ରାର୍ଥନା କରିବା, ଯେପରି କୌଣସି ପ୍ରକାରେ ଏପରି ପ୍ରବର୍ତ୍ତନାରେ ପଡିବା ନାହିଁ କାରଣ ଆମ୍ଭେମାନେ ଏହିପରି କରିବା ପାଇଁ ସବୁବେଳେ ସ୍ୱାଧୀନ ଅଟୁ । କିନ୍ତୁ ପ୍ରଥମରେ ଆମ୍ଭମାନଙ୍କ ଦୃଷ୍ଟି ଖ୍ରୀଷ୍ଟଙ୍କ ଉପରେ ରଖୁ ପୁଣି ସେ ଆମ୍ଭମାନଙ୍କୁ ସୁରକ୍ଷା କରିବାକୁ ସକ୍ଷମ ଅଟନ୍ତି । କେବଳ ଯୀଶୁଙ୍କୁ ଆୟ ଦୃଷ୍ଟି ସମ୍ମୁଖରେ ସର୍ବଦା ରଖିବାଦ୍ଵାରା ଆମ୍ଭେମାନେ ସୁରକ୍ଷିତ ଅଟୁ । କିନ୍ତୁ କୌଣସି ଶକ୍ତି ତାହାଙ୍କ ହସ୍ତରୁ ଆମ୍ଭମାନଙ୍କୁ ଛିନ୍ନ କରିପାରେ ନାହିଁ । ଖ୍ରୀଷ୍ଟଙ୍କୁ ସର୍ବଦା ଦେଖୁ ଦେଖୁ ଆମ୍ଭେମାନେ ତାହାଙ୍କ ମୂଲ୍ୟ ଗୌରବରୁ ଗୌରବ ଅବସ୍ଥାକୁ ପରିବର୍ତ୍ତିତ ହେଉ, ଏହା ତାହାଙ୍କ ପବିତ୍ର ଆତ୍ମାଙ୍କ ଦ୍ଵାରା ହିଁ ସାଧ୍ୟ ଅଟେ ( ୨ କରନ୍ଥୀ ୩:୧୮) ଖ୍ରୀପ 50.1

ଅନ୍ୟ ଶିଷ୍ୟମାନେ ପ୍ରିୟ ତ୍ରାଣକର୍ତ୍ତାଙ୍କର ରୂପ ସଦୃଶ ହୋଇଥିଲେ । ଯୀଶୁଙ୍କ ବାକ୍ୟ ଶୁଣିବା ସଙ୍ଗେ ସଙ୍ଗେ ସେମାନେ ଯୀଶୁଙ୍କ ଅଭାବ ଜୀବନରେ ବୁଝିଥିଲେ । ସେମାନେ ତାହାଙ୍କୁ ଅନ୍ୱେଷଣ କରିପାଇଲେ । ତାହାଙ୍କ ସଙ୍ଗେ ସେମାନେ ଗୃହରେ ଭୋଜନ ମେଳିରେ ଗୁପ୍ତ କୋଠରୀରେ କ୍ଷେତରେ ରହିଥିଲେ । ସେମାନେ ଶିକ୍ଷକଙ୍କ ପାଖରେ ଛାତ୍ର ତୁଲ୍ୟ ତାହାଙ୍କ ନିକଟରେ ଥିଲେ । ଦୈନିକ ତାହାଙ୍କ ମୁଖରୁ ପବିତ୍ର ସତ୍ୟତା ଶିକ୍ଷା କରୁଥିଲେ । ଆଉ ମଧ୍ୟ ସେମାନେ ପ୍ରଭୁଙ୍କର ପ୍ରେମର ଦାସ ତୁଲ୍ୟ ଥିଲେ ଏବଂ କର୍ତ୍ତବ୍ୟନିଷ୍ଟ ଥିଲେ । ଏହି ଶିଷ୍ୟମାନେ “ଆମ୍ଭମାନଙ୍କ ସଦୃଶ ସୁଖ-ଦୁଃଖଭୋଗୀ ମନୁଷ୍ୟ ଥିଲେ ।” (ଯାକୁବ ୫:୧୭) ଆମ୍ଭମାନଙ୍କ ପରି ସେମାନେ ପାପ ସହ ସମାନ ଲଢ଼େଇ କରିଥିଲେ । ପବିତ୍ର ଜୀବନଯାପନ କରିବା ପାଇଁ ସେମାନେ ମଧ୍ୟ ସେହି ଏକ ପ୍ରକାର ଅନୁଗ୍ରହ ଦରକାର କରିଥିଲେ । ଖ୍ରୀପ 50.2

ଯୋହନ ଯୀଶୁଙ୍କର ଅତି ପ୍ରିୟତମ ଶିଷ୍ୟ ଥିଲେ । ସେ ତ୍ରାଣକର୍ତ୍ତାଙ୍କ ପୂର୍ଣ୍ଣ ଚରିତ୍ର ପ୍ରତିବିମ୍ବିତ କରିଥିଲେ; କିନ୍ତୁ ସେ ଚରିତ୍ରର ସୌନ୍ଦର୍ଯ୍ୟକୁ ନିଜ ଇଚ୍ଛାରେ ପ୍ରାପ୍ତ ହୋଇ ନଥିଲେ । ସେ ଯେ କେବଳ ଆତ୍ମସମ୍ମାନ ଓ ସମ୍ମାନ ନିମନ୍ତେ ଇଚ୍ଛା ପ୍ରକାଶ କରିଥିଲେ ତାହା ନୁହେଁ, କିନ୍ତୁ ସେ ଥିଲେ ପ୍ରଚଣ୍ଡ ଓ ଅଳ୍ପ ପୀଡ଼ାରେ କ୍ରୋଧୀ । ଯେତେବେଳେ ଏହି ପବିତ୍ର ବ୍ୟକ୍ତିଙ୍କର ସ୍ଵର୍ଗୀୟ ଚରିତ୍ର ତାଙ୍କ ଉପରେ ଆସିଲା ସେତେବେଳେ ସେ ଆପଣାର ତ୍ରୁଟି ଦେଖିଲେ ଓ ଜ୍ଞାନଦ୍ଵାରା ନିଜକୁ ନମ୍ର କଲେ । ସେ ପ୍ରତିଦିନ ଈଶ୍ବରଙ୍କ ପୁତ୍ରଙ୍କଠାରେ ଶକ୍ତି, ସହିଷ୍ଣୁତା ଏବଂ ନମ୍ରତା, ସାମର୍ଥ, କୋମଳତା ଓ ମହାନ ଗୌରବ ଦର୍ଶନ କରିଥିଲେ । ଦିନକୁ ଦିନ ସେ ଖ୍ରୀଷ୍ଟଙ୍କ ସମ୍ମୁଖକୁ ଆକୃଷ୍ଟ ହେଲେ ଓ ତାହାଙ୍କ ଜୀବନ ଖ୍ରୀଷ୍ଟିୟ ପ୍ରେମରେ ପରିପୂର୍ଣ୍ଣ ହେଲା । ତାହାଙ୍କର କଠୋରତା, ସ୍ୱାର୍ଥଚିନ୍ତା, କ୍ରୋଧୀ ସ୍ଵଭାବ, ଖ୍ରୀଷ୍ଟଙ୍କ ନିୟନ୍ତ୍ରିତ ଶକ୍ତି ପାଖରେ ସମର୍ପିତ ହେଲା । ଖ୍ରୀଷ୍ଟଙ୍କ ପ୍ରେମର ଶକ୍ତି, ତାହାଙ୍କ ଚରିତ୍ରରେ ରୂପାନ୍ତରିତ ହେଲା । ପବିତ୍ର ଆତ୍ମାଙ୍କ ନୂତନୀକରଣ ପ୍ରଭାବ ତାହାଙ୍କ ହୃଦୟକୁ ପରିବର୍ତ୍ତନ କରିଥିଲା । ଯୀଶୁଙ୍କ ସହିତ ସମ୍ପର୍କ ରଖିଥିବା ଯୋଗୁଁ ଏପରି ପରିଣାମ ହୋଇଥିଲା । ଏଣୁ ଖ୍ରୀଷ୍ଟି ହୃଦୟରେ ବାସକଲେ, ସମୁଦାୟ ସୃଭାବ ରୂପାନ୍ତରୀତ ହୋଇଥାଏ । ଖ୍ରୀଷ୍ଟଙ୍କର ଆତ୍ମା, ତାହାଙ୍କର ପ୍ରେମ, ହୃଦୟ କୋମଳ କରେ, ଆତ୍ମାକୁ ବଶିବର୍ତ୍ତୀ କରେ ସ୍ଵର୍ଗୀୟ ଚିନ୍ତା ଓ ଅଭିଳାଷକୁ ସ୍ଵର୍ଗର ଈଶ୍ଵରଙ୍କ ଆଡ଼କୁ ଉଠାଏ । ଖ୍ରୀପ 50.3

ଖ୍ରୀଷ୍ଟ ଯେତେବେଳେ ସ୍ଵର୍ଗକୁ ଆରୋହଣ କଲେ ତାହାଙ୍କ ଅନୁଗମନକାରୀମାନଙ୍କ ସଙ୍ଗେ ପ୍ରଭୁଙ୍କ ଉପସ୍ଥିତି ସେତେବେଳେ ତାହାଙ୍କ ଶିଷ୍ୟମାନଙ୍କ ସଙ୍ଗରେ ଥିଲା । ଏହା ଥିଲା ଏକ ବ୍ୟକ୍ତିଗତ ଉପସ୍ଥିତି, ଆଲୋକ ଓ ପ୍ରେମରେ ପରିପୂର୍ଣ୍ଣ । ଯୀଶୁ ପରିତ୍ରାଣକର୍ତ୍ତା ଯେ କି ସେମାନଙ୍କ ସଙ୍ଗେ ଗମନାଗମନ କରିଥିଲେ ଓ ସେମାନଙ୍କ ସହିତ ଆଳାପ ଓ ପ୍ରାର୍ଥନା କରିଥିଲେ, ଯେ କି ସେମାନଙ୍କ ହୃଦୟରେ ଆଶା, ସାନ୍ତ୍ୱନା ବାଣୀ ଶୁଣାଇ ସେମାନଙ୍କଠାରୁ ପୃଥକ ହେଲେ ଓ ତାହାଙ୍କ କଣ୍ଠସ୍ୱର ସେମାନଙ୍କ ନିକଟରୁ ଫେରି ଆସିଲା ଓ ସ୍ଵର୍ଗଦୂତମାନଙ୍କର ଖଣ୍ଡେ ମେଘ ତାହାଙ୍କୁ ଗ୍ରହଣ କଲା- ” ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କର ସଙ୍ଗେ ସଙ୍ଗେ ଅଛି ।” (ମାଥିଉ ୨୮:୨୦) ସେ ମନୁଷ୍ୟ ରୂପରେ ସ୍ବର୍ଗକୁ ଆରୋହଣ କଲେ । ସେ ଜାଣିଥିଲେ ଯେ, ସେ ଅନୁଗ୍ରହ ସିଂହାସନର ସମ୍ମୁଖରେ ଥିଲେ, ସେମାନଙ୍କ ବନ୍ଧୁ ଓ ପରିତ୍ରାଣକର୍ତ୍ତା ସ୍ୱରୂପ । ତାହାଙ୍କ ସମବେଦନ ଅପରିବର୍ତ୍ତନୀୟ ଥିଲା । କାରଣ ସେ ଦୁଃଖ କ୍ଲେଶରେ ପ୍ରପୀଡିତ ମାନବ ସଙ୍ଗେ ଆପଣାକୁ ଅଭିନ୍ନ ବୋଲି ପ୍ରମାଣିତ କରିଅଛନ୍ତି । ଯୀଶୁ ତାହାଙ୍କ ରକ୍ତ ଓ କ ବିଦ୍ଧ ହସ୍ତ ପାଦ, ମୁକ୍ତିପ୍ରାପ୍ତମାନଙ୍କ ନିମନ୍ତେ ମୂଲ୍ୟର ସ୍ମରଣାର୍ଥେ ଈଶ୍ବରଙ୍କୁ ଦେଖାନ୍ତି । ଶିଷ୍ୟମାନେ ଜାଣିଲେ ଯେ ସେ ସ୍ବର୍ଗକୁ ସେମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଆରୋହଣ କରିଛନ୍ତି ଓ ସେ ପୁନର୍ବାର ଆସିବେ, ସେମାନଙ୍କୁ ତାହାଙ୍କ ନିକଟକୁ ଘେନିଯିବେ । ଖ୍ରୀପ 51.1

ସ୍ୱର୍ଗାରୋହଣ ପରେ ଶିଷ୍ୟମାନେ ଯେତେବେଳେ ଆଉ ଥରେ ଏକତ୍ରିତ ହେଲେ, ସେମାନେ ସେମାନଙ୍କୁ ଅନୁରୋଧ ସକଳ ଖ୍ରୀଷ୍ଟଙ୍କ ନାମରେ ପିତାଙ୍କ ନିକଟରେ ଉପସ୍ଥାପନ କରିବାକୁ ବ୍ୟଗ୍ର ଥିଲେ । ଅତି ପବିତ୍ର ଭାବରେ ସେମାନେ ଆପଣାମାନଙ୍କର ମସ୍ତକ ନତକରି ଆଶ୍ଵାସବାଣୀର ପୁନରାବୃତ୍ତି କରିଥିଲେ, “ଯଦି ତୁମ୍ଭେମାନେ ପିତାଙ୍କୁ କିଛି ମାଗିବ, ତେବେ ମୋ ନାମରେ ସେ ତୁମ୍ଭମାନଙ୍କୁ ତାହା ଦେବେ ।” ଏ ପର୍ଯ୍ୟନ୍ତ ତୁମ୍ଭେମାନେ ମୋ ନାମରେ କିଛି ମାଗିନାହଁ; ମାଗ, ପୁଣି ତୁମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ସେଥି ନିମନ୍ତେ ତୁମ୍ଭେମାନେ ତାହା ପାଇବ ।” (ଯୋହନ ୧୭: ୨୬, ୨୪) ସେମାନେ ସେମାନଙ୍କର ବିଶ୍ବାସର ହସ୍ତକୁ ଉର୍ଦ୍ଧ୍ବରୁ ଉର୍ଦ୍ଧ୍ବକୁ ବିସ୍ତାର କଲେ, ଗୋଟିଏ ଶକ୍ତିଶାଳୀ ଆଲୋଚନା ସହିତ, ଖ୍ରୀଷ୍ଟ ଯୀଶୁ ମୃତ୍ୟୁ ଭୋଗ କଲେ, ବରଂ ସେ ଉତ୍‌ଥାପିତ ହେଲେ, ସେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ଵରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି ।” (ରୋମୀ ୫:୩୪) । ପେକୋଷ୍ଟ ସାନ୍ତନାକାରୀଙ୍କ ସମ୍ମୁଖକୁ ସେମାନଙ୍କୁ ଆଣିଲା, ଯାହାଙ୍କ ସମ୍ବନ୍ଧରେ ଯୀଶୁ କହିଥିଲେ, “ସେ ତୁମ୍ଭମାନଙ୍କଠାରେ ରହିବେ” ଆହୁରି ମଧ୍ୟ ସେ କହିଲେ, “ମୋହର ପ୍ରସ୍ଥାନ କରିବାରେ ତୁମ୍ଭମାନଙ୍କର ମଙ୍ଗଳ, କାରଣ ମୁଁ ପ୍ରସ୍ଥାନ ନ କଲେ ସେହି ସାହାଯ୍ୟକାରୀ ତୁମ୍ଭମାନଙ୍କ ନିକଟକୁ ଆସିବେ ନାହିଁ, ମାତ୍ର ମୁଁ ଗଲେ ତାହା ତୁମ୍ଭମାନଙ୍କ ନିକଟକୁ ପଠାଇଦେବି ।” (ଯୋହନ ୧୪; ୧୭, ୧୬:୭) ଏଣୁ ଆତ୍ମାଙ୍କ ଦେଇ ଖ୍ରୀଷ୍ଟ ସନ୍ତାନ ସନ୍ତତି ମାନଙ୍କ ହୃଦୟରେ ସଦାସର୍ବଦା ବାସ କରନ୍ତି । ସେମାନଙ୍କ ବର୍ତ୍ତମାନର ସମ୍ପର୍କ ପୂର୍ବାପେକ୍ଷା ବ୍ୟକ୍ତିଗତ ସମ୍ପର୍କଠାରୁ ଆହୁରି ନିକଟତର ଥିଲା । ଆଲୋକ ଓ ପ୍ରେମ, ଖ୍ରୀଷ୍ଟଙ୍କର ଅନ୍ତର୍ବାସୀ ଶକ୍ତି ସେମାନଙ୍କ ଦେଇ ପ୍ରକାଶ ପାଏ, ତେଣୁ ମନୁଷ୍ୟମାନେ ତାହା ଦେଖି, ପୁଣି ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ ବୋଲି ସେମାନଙ୍କୁ ଚିହ୍ନିଲେ ।” (ପ୍ରେରିତ ୪:୧୩) ଖ୍ରୀପ 51.2

ଶିଷ୍ୟମାନଙ୍କ ପ୍ରତି ଯୀଶୁ ଯେପରି ଥିଲେ, ଆଜି ମଧ୍ୟ ତାହାଙ୍କ ସନ୍ତାନ ସନ୍ତତିମାନଙ୍କ ପ୍ରତି ସେହି ଇଚ୍ଛା ସେ କରନ୍ତି, କାରଣ ଶେଷ ପ୍ରାର୍ଥନାରେ, ଯେଉଁ ଅଳ୍ପ କେତେକ ଶିଷ୍ୟ ତାହାଙ୍କୁ ଘେରି ରହିଥିଲେ, ସେ କହିଲେ ” ମୁଁ କେବଳ ଏମାନଙ୍କ ନିମନ୍ତେ ପ୍ରାର୍ଥନା କରୁନାହିଁ, ମାତ୍ର ବାକ୍ୟଦ୍ୱାରା ଯେଉଁମାନେ ମୋ’ଠାରେ ବିଶ୍ଵାସ କରନ୍ତି । ସେମାନଙ୍କ ନିମନ୍ତେ ସୁଦ୍ଧା ପ୍ରାର୍ଥନା କରୁଅଛି, ଯେପରି ସେମାନେ ସମସ୍ତେ ଏକ ହୁଅନ୍ତି ।” (ଯୋହନ ୧୭: ୨୦) ଖ୍ରୀପ 52.1

ଯୀଶୁ ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିଥିଲେ ଏବଂ ସେ ମାଗିଲେ ଆମ୍ଭେମାନେ ଯେପରି ତାହାଙ୍କ ସହିତ ଜଣେ ହେଉ ଯେପରି ସେ ପିତାଙ୍କ ସହିତ ଏକ ଅଟନ୍ତି । ଏହା କିପରି ସମ୍ମିଳନ ! ପରିତ୍ରାଣ କ ତାହାଙ୍କ ସମ୍ବନ୍ଧରେ କହିଥିଲେ, “ତାହାଛଡା ସେ ଆପଣାର କିଛିହିଁ କରିପାରନ୍ତି ନାହିଁ ।” “ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋଠାରେ ଅଛନ୍ତି ।” (ଯୋହନ। ୫:୧୯; ୧୪:୧୦) ଯଦି ଖ୍ରୀଷ୍ଟ ଆମ୍ଭମାନଙ୍କ ହୃଦୟରେ ବାସ କରନ୍ତି । ତେବେ ସେ ଆମ୍ଭମାନଙ୍କଠାରେ କାର୍ଯ୍ୟ କରିବେ, “କାରଣ ଇଚ୍ଛା କରିବାକୁ ଓ ସାଧନ କରିବାକୁ ଈଶ୍ବର ଆପଣା ମଙ୍ଗଳମୟ ସଙ୍କଳ୍ପର ସାଫଲ୍ୟ ନିମନ୍ତେ । ” (ଫିଲିପୀ ୨:୧୩) ସେ ଯେପରି କାର୍ଯ୍ୟ କରିଥଲେ, ଆମ୍ଭେମାନେ ମଧ୍ୟ ସେହିପରି କାର୍ଯ୍ୟ କରିବା; ଆମ୍ଭେମାନେ ସେହି ଏକ ଆତ୍ମାଙ୍କ ତୁଲ୍ୟ କାର୍ଯ୍ୟ କରିବା । ଏହିପରି ଭାବେ ତାହାଙ୍କୁ ପ୍ରେମକର ଓ ତାହାଙ୍କଠାରେ ରହି ଆମ୍ଭେମାନେ “ସତ୍ୟ ଅବଲମ୍ବନ କରି ମସ୍ତକରୂପଯେ ଖ୍ରୀଷ୍ଟ, ତାହାଙ୍କ ଉଦ୍ଦେଶ୍ୟରେ ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଉ । (ଏଫିସା ୪:୧୫) ଖ୍ରୀପ 52.2

*****