ଖ୍ରୀଷ୍ଟଙ୍କ ପ୍ରତି ପଦକ୍ଷେପ

5/14

ପାପ ସ୍ବୀକାର

“ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ; ମାତ୍ର ଯେଉଁ ଲୋକ ତାହା ସ୍ବୀକାର କରି ଛାଡ଼ଇ, ସେ ଦୟା ପାଇବ ।” (ହିତୋପଦେଶ ୨୮:୧୩) ଖ୍ରୀପ 26.1

ଈଶ୍ଵରଙ୍କଠାରୁ ମଙ୍ଗଳ ପାଇବା ଉପାୟ ନିତାନ୍ତ ସରଳ ଏବଂ ଯୁକ୍ତିସଙ୍ଗତ । ପାପ କ୍ଷମାପାଇବା ଲାଗି ପରମେଶ୍ୱର କୌଣସି ଗୁରୁତର ବିଷୟ ଅପେକ୍ଷା କରନ୍ତି ନାହିଁ । ଏଥିଲାଗି କଷ୍ଟ ଯନ୍ତ୍ରଣାଯୁକ୍ତ ଦୀର୍ଘ ତୀର୍ଥ ଯାତ୍ରାର ପ୍ରୟୋଜନ ନାହିଁ କିମ୍ବା ସ୍ଵର୍ଗୀୟ ଈଶ୍ଵରଙ୍କୁ ସନ୍ତୋଷ କରିବା ପାଇଁ ଓ ପାପ କ୍ଷମା ନିମନ୍ତେ କଠୋର କ୍ଳେଶପୂର୍ଣ୍ଣ ତପସ୍ୟାର ଦରକାର ନାହିଁ । ସେ ପାପ ସ୍ବୀକାର ପୂର୍ବକ ପାପ ତ୍ୟାଗ କରେ ସେ ମଙ୍ଗଳ ପାଇବ । ଖ୍ରୀପ 26.2

ଖ୍ରୀଷ୍ଟଙ୍କ ପ୍ରେରିତ ଯାକୁବ କହନ୍ତି, “ପରସ୍ପର ନିକଟରେ ଆପଣା ଆପଣାର ପାପ ସ୍ୱୀକାର କର, ପୁଣି ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର” (ଯାକୁବ ୫:୧୬) ଆପଣ ପାପ ଈଶ୍ବରଙ୍କ ନିକଟରେ ସ୍ୱୀକାର କର, ସେହି କେବଳ ପାପ କ୍ଷମା କରିପାରିବେ । ପରସ୍ପର ମଧ୍ୟରେ ଆପଣା ୨ ଭୁଲ ସ୍ୱୀକାର କରି । ଯେବେ ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ କୌଣସି ଭୁଲ କରିଥାଅ, ତେବେ ତାହା ସ୍ୱୀକାର କର, ସେହିବ୍ୟକ୍ତି ମୁକ୍ତ ଭାବରେ ତୁମକୁ କ୍ଷମାକରିବା ତାହାର କର୍ତ୍ତବ୍ୟ ଅଟେ । ପରେ ଈଶ୍ବରଙ୍କ ନିକଟରେ କ୍ଷମା ଭିକ୍ଷା କର କାରଣ ବାଧାପ୍ରାପ୍ତ ବ୍ୟକ୍ତି ଈଶ୍ବରଙ୍କ ସମ୍ପତି ଅଟେ । ତାହାକୁ ବାଧା ଦେଇ ତୁମେ ସୃଷ୍ଟିକର୍ତ୍ତା ଓ ମୁକ୍ତିଦାତାଙ୍କ ବିରୁଦ୍ଧରେ ପାପ କରିଅଛ । ତୁମ୍ଭର ଏଇ ମାମଲାସତ୍ୟ ମଧ୍ୟସ୍ଥଙ୍କ ନିକଟରେ ଉପସ୍ଥାପିତ ହେବ, ସେ ଆମ୍ଭମାନଙ୍କର ମହାଯାଜକ ଅଟନ୍ତି । କାରଣ ଯେ ଆମ୍ଭମାନଙ୍କର ଦୁର୍ବଳତାରେ ଆମ୍ଭମାନଙ୍କପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି, ବରଂ ସେ ପାରିରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତୋଭାବେ ପରୀକ୍ଷିତ ହେଲେ ।” (ଏବ୍ରା ୪:୧୫) ସେ ଆମ୍ଭମାନଙ୍କୁ ସକଳ ପାପରୁ ପରିଷ୍କୃତ କରିବାକୁ ସମର୍ଥ ଅଟନ୍ତି । ଖ୍ରୀପ 26.3

ଯେଉଁମାନେ ଈଶ୍ବରଙ୍କ ଛାମୁରେ ଆପଣା ୨ ପାପସ୍ବୀକାର କରି ଆପଣା ୨କୁ ନମ୍ର କରି ନାହାନ୍ତି, ସେମାନେ ଗୃହୀତ ହେବାପାଇଁ ପ୍ରଥମ ସର୍ତପୂରଣ କରିନାହାନ୍ତି । ଏହି ମନ ଫେରଣ ଅନୁଭୂତି ଆମ୍ଭେମାନେ ନ ପାଇବା ପର୍ଯ୍ୟନ୍ତ ଏବଂ ଆତ୍ମାର ପ୍ରକୃତ ନମ୍ରତା ଓ ଭଗ୍ନାନ୍ତକରଣସହ ଆମ୍ଭମାନଙ୍କ ପାପ ସ୍ଵୀକାର ନ କରିବା ପର୍ଯ୍ୟନ୍ତ ପ୍ରକୃତରେ ଆମ୍ଭେମାନେ ପାପଠାରୁ କ୍ଷମା ପାଇପାରିବୁ ନାହିଁ, ଈଶ୍ବରଙ୍କ ଶାନ୍ତି ପାଇପାରିବୁ ନାହିଁ । ପାପ କ୍ଷମା ନ ପାଇବାର କେବଳ ବିଶେଷ କାରଣ ଏହି ଯେ, ଆମ୍ଭେମାନେ ଆମ୍ଭମାନଙ୍କ ଅନ୍ତଃକରଣ ବିନମ୍ର କରିନାହୁଁ ଓ ଈଶ୍ବରଙ୍କ ବାକ୍ୟାନୁଯାୟୀ ସର୍ତପୂରଣ କରିନାହୁଁ । ଏହି ସମ୍ପର୍କରେ ପବିତ୍ର ବାକ୍ୟ (ବାଇବଲ) ପ୍ରକାଶ୍ୟ ଓ ସରଳ ଭାବେ ପରାମର୍ଶ ଦିଏ । ଗୁପ୍ତ କିମ୍ବା ପ୍ରକାଶ୍ୟ ପାପ ସ୍ବୀକାର ହୃଦୟ ସହ ଓ ମୁକ୍ତ ଭାବେ ସ୍ୱୀକାର କରିବା ପ୍ରୟୋଜନ । ଏଥି ନିମନ୍ତେ ପାପୀକୁ ବାଧ୍ୟ କରିବା ଅନୁଚିତ । ଏହା ବେଖାତିର ବା ଅଯତ୍ନ ସହକାରେ ସ୍ଵୀକାର କରାଯାଏ ନାହିଁ । ଯେ ପାପକୁ ଘୃଣ୍ୟ କରେ ନାହିଁ ତାହାକୁ ବାଧ୍ୟବାଧକତା ଭାବେ ପାପ ସ୍ବୀକାର କରିବାକୁ କହିବା ଉଚିତ୍ ନୁହେଁ । ହୃଦୟ ସହିତ ପାପ ସ୍ଵୀକାର କଲେ ଈଶ୍ବରଙ୍କଠାରୁ ଦୟାପ୍ରାପ୍ତ ହେବା, ଗୀତରଚକ ଧର୍ମ ଶାସ୍ତ୍ରରେ କୁହନ୍ତି, ” ସଦାପ୍ରଭୁ ଭଗ୍ନାନ୍ତଃକରଣମାନଙ୍କର ନିକଟବର୍ତୀ ଅଟନ୍ତି ଓ ସେ ଚୁର୍ଣ୍ଣମନାମାନଙ୍କୁ ତ୍ରାଣ କରନ୍ତି ।” (ଗୀତସହିତ ୩୪:୧୮) ଖ୍ରୀପ 26.4

ପ୍ରକୃତ ପାପ ସ୍ଵୀକାରର ନିର୍ଦ୍ଦିଷ୍ଟ ଚରିତ୍ର ସବୁବେଳେ ଥାଏ ଏବଂ ନିର୍ଦ୍ଦିଷ୍ଟ ପାପକୁ ସ୍ବୀକାର କରେ । ବ୍ୟକ୍ତିଗତଭାବେ କାହାକୁ ବାଧା ଦେଇଥିଲେ, ତାହା ନିକଟରେ ସ୍ୱୀକାର କରିବା ଉଚିତ୍ କିମ୍ବା। ସର୍ବସାଧାରଣଙ୍କ ପାଖରେ ଯାହା ସ୍ୱୀକାର କରିବା ଦରକାର ତାହା ସର୍ବ ସାଧାରଣରେ ସ୍ୱୀକାର କରିବା ଉଚିତ୍ । ତଥାପି ସମସ୍ତ ପାପ ସ୍ବୀକାର ନିର୍ଦ୍ଦିଷ୍ଟ ଓ ଯୁକ୍ତି ସଙ୍ଗତି ହେବା କର୍ତବ୍ୟ, ଯେଉଁ ପାପ ତୁମେ କରିଛ ଓ ଦୋଷୀ ହୋଇଛ ତାହାକୁ ସ୍ବୀକାର କର । ଖ୍ରୀପ 27.1

ଶାମୁୟେଲ ଭାବବାଦୀଙ୍କ ସମୟରେ ଇଶ୍ରାୟେଲ ଲୋକେ ଈଶ୍ଵରଙ୍କଠାରୁ ବହୁଦୂରକୁ ଚାଲିଗଲେ । ଫଳରେ ସେମାନେ ସେମାନଙ୍କ ସମୁଚିତ ଦଣ୍ଡ ଭୋଗ କରୁଥିଲେ, କାରଣ ସେମାନେ ଈଶ୍ଵରଙ୍କ ପ୍ରତି ବିଶ୍ବାସ ହରାଇଥିଲେ । ରାଜ୍ୟ ଶାସନ କରିବା ନିମନ୍ତେ ଈଶ୍ବରଙ୍କ ଶକ୍ତି ଓ ଜ୍ଞାନରୁ ବର୍ତ୍ତିତ ହୋଇଥିଲେ ଆହୁରି ମଧ୍ୟ ସେମାନଙ୍କୁ ସୁରକ୍ଷା କରିବାକୁ ଈଶ୍ବର ସକ୍ଷମ ତାହା ମଧ୍ୟ ବିସ୍ତୃତ ହୋଇଥିଲେ । ବିଶ୍ୱମଣ୍ଡଳର ଶାସନକର୍ତ୍ତାଙ୍କ ଦ୍ବାରା ପଚାରିଳିତ ହେବା ପରିବର୍ତ୍ତେ ଚତୁର୍ଦ୍ଦିଗସ୍ଥ ଗୋଷ୍ଠୀୟମାନଙ୍କ ସଦୃଶ ମନୋଭାବ ପୋଷଣ କଲେ । ଶାନ୍ତି ପ୍ରାପ୍ତ ହେବା ପୂର୍ବେ ଏହି ଗୋଷ୍ଠୀ ଈଶ୍ବରଙ୍କ ନିକଟରେ ଏପରି ବିଶେଷ ପାପ ସ୍ବୀକାର କରିଥିଲା, “କାରଣ ଆମ୍ଭେମାନେ ଆପଣାମାନଙ୍କର ସବୁ ପାପ ଉପରେ ଆପଣମାନଙ୍କ ପାଇଁ ରାଜା ମାଗି ମନ୍ଦତା ବୃଦ୍ଧି କରିଅଛି । ( ୧ ଶାମୁୟେଲ ୧ ୨:୧୯) ଯେଉଁ ପାପ ସେମାନଙ୍କ ହୃଦୟକୁ ସ୍ପର୍ଶ କରୁଥିଲା ତାହା ସେମାନେ ସ୍ବୀକାର କରିବାକୁ ବାଧ୍ୟ ଥିଲେ । ସେମାନଙ୍କ ଅକୃତଜ୍ଞତା ସେମାନଙ୍କ ଆତ୍ମାରେ ଗୁରୁତର ଚାପ ପକାଉଥିଲା ଓ ତାହା ଈଶ୍ବରଙ୍କଠାରୁ ସେମାନଙ୍କୁ ପୃଥକ କରୁଥିଲା । ଖ୍ରୀପ 27.2

ଆନ୍ତରୀକ ଅନୁତାପ ଓ ସଂସ୍କାର କରିବାକୁ ଅଭିଳାଷ ବ୍ୟତୀତ, କୌଣସି ସ୍ବୀକାର ଈଶ୍ବରଙ୍କ ନିକଟରେ ଗ୍ରହଣଯୋଗ୍ୟ ନୁହେଁ । ଜୀବନରେ ଦୃଢ଼ତା ସହ ପରିବର୍ତ୍ତନ ଦେଖାଯିବା ଉଚିତ୍ । ଆଉ ଯାହା ଈଶ୍ବରଙ୍କ ନିକଟରେ ପୂଣ୍ୟ, ତାହାସବୁ ପରିତ୍ୟାଗ କରିବା ପ୍ରୟୋଜନ । ପାପ ପ୍ରତି ପ୍ରକୃତ ଖେଦ ଫଳରେ ଏପରି ଅବସ୍ଥା ଆସେ । ସୁତରାଂ ଆମ୍ଭେମାନେ ଅତି ସରଳ ଭାବେ ଅନ୍ତଃକରଣକୁ ସଜାଗ ରଖିବା କର୍ତବ୍ୟ । “ତୁମ୍ଭେମାନେ ଆପଣମାନଙ୍କୁ ଧୌତ କର, ଆପଣମାନଙ୍କୁ ଶୁଚିକର; ଆମ୍ଭ ଦୃଷ୍ଟରୁ ଆପଣାମାନଙ୍କର କ୍ରିୟାର ମନ୍ଦତା ଦୂରକରି; କ୍ରିୟା କରିବାରୁ ନିବୃ ହୁଅ; ସୁକ୍ରିୟା କରିବାକୁ ଶିଖ; ନ୍ୟାୟ ବିଚାର ଚେଷ୍ଟାକର । ଉପଦ୍ରବଗ୍ରସ୍ତମାନଙ୍କର ସାହାଯ୍ୟ କର, ପିତୃହୀନମାନଙ୍କର ନ୍ୟାୟ ବିଚାର କର, ବିଧବାମାନଙ୍କ ପକ୍ଷରେ ପ୍ରତିବାଦ କର ।” (ଯିଶାଇୟ ୧:୧୬, ୧୭) । “ସେହି ଦୁଷ୍ଟଲୋକ ଯେବେ ବନ୍ଧକୀ ଦ୍ରବ୍ୟ ଫେରାଇଦିଏ, ସେ ଯାହା ଅପହରଣ କରିଥିଲା, ତାହା ପରିଶୋଧ କରେ, କୌଣସି ଅଧର୍ମ ନକରି ଜୀବନଦାୟକ ବିଧିରୂପ ପଥରେ । ଚାଲେ; ତେବେ ସେ ଅବଶ୍ୟ ବ ବ, ସେ ମରିବ ନାହିଁ ।” (ଯିହିଜିକଲ୍ ୩୩:୧୫) । ମନଫେରଣ ସମ୍ପର୍କରେ ସାଧୁ ପାଉଲ ଏପରି କହନ୍ତି, “ଯେଣୁ ଦେଖ, ଈଶ୍ଵରଙ୍କ ଇଚ୍ଛାନୁସାରେ ତୁମ୍ଭେମାନେ ଏହି ଯେଉଁ ଦୁଃଖ ପାଇଲ, ତାହା ତୁମ୍ଭମାନଙ୍କଠାରେ କେତେ ଉତ୍ସାହ, ହଁ, କେତେ ଅଭିଯୋଗ ଖଣ୍ଡନ, ହଁ, କେତେ ବିରକ୍ତି, ହଁ, କେତେ ଭୟ, ହଁ, କେତେ ଆଗ୍ରହ, ହଁ, କେତେ ଉଦଯୋଗ, ହଁ, କେତେ ପ୍ରତିକାର ଜନ୍ମାଇ ଅଛି ।” (୨ କରିନ୍ଥୀ ୭:୧୧) ଖ୍ରୀପ 27.3

ଯେତେବେଳେ ପାପ ନୈତିକ ଶକ୍ତିକୁ ନିର୍ଜୀବ କରିଦିଏ, ଭ୍ରମାତ୍ମକ ବ୍ୟକ୍ତି ଆପଣଚରିତ୍ରରେ ଥିବା ଭୁଲ କିମ୍ବା ତାହାର ମନ୍ଦକାର୍ଯ୍ୟର ଭ୍ରଷ୍ଟତା ଆଉ ବୁଝିପାରେ ନାହିଁ । ଆଉ ପବିତ୍ର ଆତ୍ମାଙ୍କ ପ୍ରେରଣା ଶକ୍ତିର ବଶ ନହେଲେ, ସେ ପାପରେ ଅନ୍ଧ ହୋଇ ରହିଯାଏ । କାରଣ ତାହାର ସ୍ୱୀକାର ସତ୍ୟ ଓ ଆନ୍ତରୀକ ନୁହେଁ । ଆପଣାର ପ୍ରତ୍ୟେକ ଅପରାଧ ସପକ୍ଷରେ କିଛି ନା କିଛି ବାହନା ଦେଖାଏ, ସେ ଏହିପରି କହେ ଯେ, ଏପରି ଅବସ୍ଥା ଆସି ନଥିଲେ ସେ ଏହା କରି ନ ଥାଆନ୍ତା । ଖ୍ରୀପ 28.1

ଆଦି ପିତାମାତା ଆଦମ ଓ ହବା ମନାଗଛର ଫଳ ଭୋଜନ କରି ଭୟ ଓ ଲଜ୍ଜାରେ ପୂର୍ଣ୍ଣହେଲେ । ପ୍ରଥମରେ ସେମାନେ ପାପ ନିମନ୍ତେ ବାହନା କରି ଭୟାନକ ମୃତ୍ୟୁ ଦଣ୍ଡାଜ୍ଞାଠାରୁ ଖସିଯିବାକୁ ଚେଷ୍ଟ। କରିଥିଲେ । ପରମେଶ୍ବର ଯେତେବେଳେ ସେମାନଙ୍କ ପାପ ସମ୍ବନ୍ଧରେ ଅନୁସନ୍ଧାନ କଲେ, ସେତେବେଳେ ଆଦମ ଅର୍ଦ୍ଧେକ ଭୁଲ ପରମେଶ୍ବରଙ୍କ ଉପରେ ଏବଂ ଅର୍ଦ୍ଧେକ ଆପଣା ସଙ୍ଗିନୀ ହବା ଉପରେ ଲଦିଦେଲେ । ଆଦମ କହିଲେ “ତୁମ୍ଭେ ଯେଉଁ ସ୍ତ୍ରୀକି ମୋହର ସଙ୍ଗିନୀ ହେବାକୁ ଦେଇଅଛ, ସେ ମୋତେ ସେହି ବୃକ୍ଷର ଫଳ ଦେଲେ, ତହିଁରେ ମୁଁ ଖାଇଲି । ସେତେବେଳେ ସଦାପ୍ରଭୁ ପରମେଶ୍ଵର ନାରୀଙ୍କି କହିଲେ, ଏ କି କଲ ? ନାରୀ କହିଲେ, ସର୍ପମୋତେ ଭୂଲାଇଲା ତହିଁ ମୁଁ ଖାଇଲି ।” (ଆଦିପୁସ୍ତକ ୩:୧୨, ୧୩) । ନାରୀ ଏହି ପ୍ରକାରେ ସର୍ପ ଉପରେ ଦୋଷାରୋପ କଲା, ସର୍ପକୁ ତୁମେ କାହିଁକି ସୃଷ୍ଟି କଲ ? ତାହାକୁ କାହିଁକି ଏ ଦୁନିଆକୁ ଆସିବାକୁ ଅନୁମତି ଦେଲ ? ଏ ସମସ୍ତ ତାହାର ପାପ ନିମନ୍ତେ ବାହନା ଥିଲା । ସେ ଦୁହେଁ ଦୋଷ ପରମେଶ୍ବରଙ୍କ ଉପରେ ଥୋଇଦେଲେ । ଏପରି ଆତ୍ମ ଧାର୍ମିକତା ସ୍ଵଭାବ ମିଥ୍ୟାର ଉତ୍ପାଦକ, ଶୟତାନଠାରୁ ଅଟେ । ସୁତରାଂ ଆଦମଙ୍କ ସବୁ ସନ୍ତାନ — ସନ୍ତତିମାନଙ୍କଠାରେ ଏପରି ସ୍ଵଭାବ ଦେଖାଯାଏ । ଏହି ପ୍ରକାର ସ୍ଵୀକାର ପରମେଶ୍ଵରଙ୍କ ଆତ୍ମାଙ୍କଠାରୁ ଜାତ ନୁହେଁ ଓ ପରମେଶ୍ବର ତାହା ଗ୍ରହଣ କରନ୍ତି ନାହିଁ । ପ୍ରକୃତ ମନଫେରଣ କରିବା ବ୍ୟକ୍ତି ଦୋଷ ଆପଣା ଉପରେ ନିଏ ଏବଂ ନିଷ୍କପଟ ଭାବେ ସତ୍ୟକୁ ଅନୁମୋଦନ କରେ । କରଗ୍ରାହୀ ଯେପରି ପ୍ରାର୍ଥନା କରିବାକୁ ଯାଇ ସ୍ଵର୍ଗଆଡେ ମସ୍ତକ ଉତୋଳନ କରିବାକୁ ସାହସ ନକରି ପ୍ରାର୍ଥନା କରିଥିଲା, ତାହା ସଦୃଶ ସେ କହିବ ” ହେ ପରମେଶ୍ଵର ମୁଁ ପାପୀ, ମୋତେ ଦୟାକର ।” ଆଉ ଯେଉଁମାନେ ଦୋଷ ସ୍ୱୀକାର କରନ୍ତି ସେମାନଙ୍କ ଅପରାଧ କ୍ଷମା କରାଯିବ କାରଣ ମନଫେରାଇବା ଅପରାଧୀ ସପକ୍ଷରେ ଯୀଶୁ କ୍ଷମା ଭିକ୍ଷା କରନ୍ତି । ଖ୍ରୀପ 28.2

ପରମେଶ୍ବରଙ୍କ ବାକ୍ୟ ବାଇବଲରେ ସତ୍ୟ, ଅନୁତାପ ଓ ମନଫେରଣ ଓ ନମ୍ରତାର ଦୃଷ୍ଟାନ୍ତରୁ ପ୍ରକାଶିତ ହୋଇଅଛି ଯେ, ସତ୍ୟ ମନଫେରଣରେ ଦୋଷ ନିମନ୍ତେ କୌଣସି ବାହନା ନଥାଏ କିମ୍ବା ଆଧାର୍ମିକତାକୁ ବଜାୟ ରଖିବାକୁ ଚେଷ୍ଟା ହିଁ ନଥାଏ । ସାଧୁ ପାଉଲ ଆପଣାକୁ ଏହିପ୍ରକାରେ ସୁରକ୍ଷା କରି ନଥିଲେ । ସେ ଆପଣା ଦୋଷକୁ ଅତ୍ୟନ୍ତ କଳାଦାଗ ପରି ବର୍ଣ୍ଣନା କରନ୍ତି । ସେ କହନ୍ତି “ମୁଁ ଏହା ମଧ୍ୟ କରିଥିଲି, ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତାପ୍ରାପ୍ତ ହୋଇସା ଧୁମାନଙ୍କ ମଧ୍ୟରୁ ଅନେକଙ୍କୁ କାରାଗାରରେ ବନ୍ଦ କରିଥିଲି, ପୁଣି ସେମାନଙ୍କ ପ୍ରାଣଦଣ୍ଡ ସମୟରେମୁଁ ମଧ୍ୟ ସେମାନଙ୍କ ବିରୁଦ୍ଧରେ ମୋହର ମତ ଦେଇଥିଲି, ଆଉ ସମସ୍ତ ସମାଜ ଗୃହରେ ଥରକୁଥର ସେମାନଙ୍କୁ ଶାସ୍ତି ଦେଇ ଯୀଶୁଙ୍କ ନିନ୍ଦା କରିବା ନିମନ୍ତେ ସେମାନଙ୍କୁ ବାଧ୍ୟ କରୁଥିଲି । ପୁଣିସେମାନଙ୍କ ବିରୁଦ୍ଧରେ ଅତ୍ୟନ୍ତ ଉନ୍ମୁକ୍ତ ହୋଇ ବିଦେଶୀୟ ନଗରଗୁଡ଼ିକ ପର୍ଯ୍ୟନ୍ତ ସୁଦ୍ଧା ସେମାନଙ୍କୁ ତାଡ଼ନା କରୁଥିଲି ।” (ପ୍ରେରିତ ୨୬:୧୦, ୧୧) ସେ ଦୋଦୋପା ହୁଅନ୍ତି ନାହିଁ ଏବଂ ଘୋଷଣାକରନ୍ତି, “ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତରେ ଅବତୀର୍ଣ୍ଣ ହେଲେ ।”(୧ ତୀମୋଥି ୧:୧୫) ମୁଁ ସେମାନଙ୍କ ମଧ୍ୟରେ ପ୍ରଧାନ ପାପୀ ଅଟେ । ଖ୍ରୀପ 29.1

ନମ୍ର ଏବଂ ଭଗ୍ନ ଅନ୍ତଃକରଣ, ସତ୍ୟ ମନଫେରଣରେ ବଣ ହୋଇ, ପରମେଶ୍ଵରଙ୍କ ସତ୍ୟ ପ୍ରେମର ଗୁଣାନୁବାଦ କରେ, ଈଶ୍ଵରଙ୍କ କାଲବିରୀ କୃଶର ମୂଲ୍ୟ ପସନ୍ଦ କରେ । ସେ ଜଣେ ସନ୍ତାନ ସଦୃଶ ପ୍ରେମିକ ପିତାଙ୍କ ପାଖରେ ସମସ୍ତ ପାପ ସ୍ବୀକାର କରେ । ସୁତରାଂ ଏପରି ଉଲ୍ଲେଖ କରାଯାଇଅଛି, ” ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ବୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ବସ୍ତ ଓ ନ୍ୟାୟବାନ ଅଟନ୍ତି ।” (୧ ଯୋହନ ୧:୯) ଖ୍ରୀପ 29.2

*****