ଖ୍ରୀଷ୍ଟଙ୍କ ପ୍ରତି ପଦକ୍ଷେପ

1/14

ଖ୍ରୀଷ୍ଟଙ୍କ ପ୍ରତି ପଦକ୍ଷେପ

ମୁଖବନ୍ଧ

“ଆମ୍ଭ ନିକଟକୁ ଆସ” ଏହି ଅନୁଗ୍ରହପୂର୍ଣ୍ଣ ନିମନ୍ତ୍ରଣ ଅନେକଙ୍କ କାନରେ ପଡ଼େ । ପ୍ରାଣକର୍ତାଙ୍କ କରୁଣ ହୃଦୟର ଏହି ପ୍ରେମବାଣୀ ପରମେଶ୍ଵରଙ୍କଠାରୁ ଦୂରବର୍ତୀ ଓ ବିପଥଗାମୀ ସକଳ ଲୋକମାନଙ୍କୁ ଆକର୍ଷଣ କରିଥାଏ । ଆଉ ଯେଉଁମାନେ ଯୀଶୁଙ୍କ ସାହାଯ୍ୟ ନେଇ ପିତା ପରମେଶ୍ଵରଙ୍କ ଗୃହକୁ ଫେରିବାକୁ ଆନ୍ତରିକ କାମନା କରନ୍ତି ଏତଦ୍ବାରା ସେମାନେ ଗଭୀର ପ୍ରେରଣା ପାଇଁଥାନ୍ତି । ଅନେକ ଅନୁସନ୍ଧିଛୁ ବ୍ୟକ୍ତି ଥୋମୀ ସଦୃଶ “ଆମ୍ଭେମାନେ ପଥ କିପରି ପାଇ ପାରିବା” ବୋଲି ପଚାରିଥାନ୍ତି । ପିତାଙ୍କ ଗୃହତ ବହୁ ଦୂରରେ ରହିଛି, ତାହାର ପଥ ଜଟିଳ ଓ ଅନିଶ୍ଚିତ । କେଉଁ ପଦକ୍ଷେପ ଅନୁସରଣ କଲେ ଗୃହ ଆଡ଼କୁ ଯାଇ ପାରିବା ? ଖ୍ରୀପ 3.1

ଏହି ପୁସ୍ତିକାର ଶିରୋନାମା ତାହାର ଉଦ୍ଦିଷ୍ଟ ବସ୍ତୁର ପରିଚୟ ଦିଏ । ତାହା କେବଳ ଜଣେ ବ୍ୟକ୍ତି, ଯୀଶୁଙ୍କୁ ଦର୍ଶାଏ । ସେହି କେବଳ ଆତ୍ମାର ପ୍ରୟୋଜନୀୟ ବସ୍ତୁ ଯୋଗାଇ ପାରନ୍ତି ଏବଂ ସନ୍ଦେହଯୁକ୍ତ ଓ ନିଷ୍ଠା ପଦକ୍ଷେପକୁ ଶାନ୍ତି ପନ୍ଥାରେ କଢ଼ାଇ ନିଅନ୍ତି । ଧାର୍ମିକ ଓ ପୂର୍ଣ୍ଣାଙ୍ଗ ଚରିତ୍ର, ଅନୁସନ୍ଧିଛୁ ବ୍ୟକ୍ତିଙ୍କୁ ସୋପାନ ପରେ ସୋପାନ, ଖ୍ରୀଷ୍ଟିୟ ଜୀବନ ପନ୍ଥାରେ ପୂର୍ଣ୍ଣ ଆଶିଷ ଲାଭ କରିବା ନିମନ୍ତେ ପାପୀମାନଙ୍କ ବନ୍ଧୁଙ୍କ ହସ୍ତରେ ସ୍ବାର୍ଥକୁ ସମର୍ପଣ କରି ତାହାଙ୍କର ସୁରକ୍ଷାକାରୀ ଅନୁଗ୍ରହ ଓ ଶକ୍ତିରେ ଭରସା କରିବାକୁ ପଥ କଢ଼ାଏ । ଏଥିରେ ଉଲ୍ଲିଖିତ ପରାମର୍ଶ ଅନେକ ପ୍ରପୀଡିତ ପ୍ରାଣରେ ସାନ୍ତ୍ୱନା ଓ ଭରସା ଆଣି ଦେଇଅଛି ଏବଂ ପ୍ରଭୁଙ୍କ ଅନୁଗମନକାରୀମାନଙ୍କୁ ଅଧିକ ସାହସ ଓ ଆନନ୍ଦରେ ସ୍ଵର୍ଗୀୟ ନେତାଙ୍କୁ ପଦାନୁସରଣ କରିବାକୁ ଉତ୍ସାହିତ କରିଅଛି । ଆଉ ଯେଉଁମାନେ ସେହିପରି ସାହାଯ୍ୟ ଆବଶ୍ୟକ କରୁଅଛନ୍ତି, ସେମାନଙ୍କ ନିମନ୍ତେ ଏହା ସେହି ଏକବାର୍ତା । ବହନ କରେ ବୋଲି ଆଶା କରାଯାଏ । ଖ୍ରୀପ 3.2

“ଏଥିରେ ପଥ ନିଶ୍ଚେ ହେଉ ଦର୍ଶନ
ସରଗ ଆଡ଼କୁ ଦିବ୍ୟ ସୋପାନ ।”
ଖ୍ରୀପ 3.3

ଯାକୁବ ଯେପରି ତାହାର ଭୟ ଓ ପାପରେ ପୃଥକ ହୋଇ, ଭାରାକ୍ରାନ୍ତ ହୃଦୟରେ ପରମେଶ୍ବରଙ୍କଠାରୁ ଦୂରକୁ ଚାଲିଗଲେ ଏବଂ ପ୍ରାନ୍ତରରେ ବିଶ୍ରାମ ନେଉଥିଲାବେଳେ, “ସେ ଦର୍ଶନ ଦେଲେ, ଦେଖ ଗୋଟାଏ ସିଡ଼ି ସ୍ୱର୍ଗ ପର୍ଯ୍ୟନ୍ତ ଲାଗିଛି ।” ସ୍ଵର୍ଗ ଓ ପୃଥିବୀ ଏ ଦୁଇକୁ ମିଳନ କରୁଥିବା ବିଷୟ ତାହାଙ୍କ ପ୍ରତି ପ୍ରକାଶିତ ହେଲା । ପୁଣ ଛାୟାରୂପ ସୋପାନରେ ଉର୍ଦ୍ଧ୍ବରେ ଠିଆ ହୋଇଥିବା ମହାନ ବ୍ୟକ୍ତି ବିପଥଗାମୀ ବ୍ୟକ୍ତିମାନଙ୍କୁ ସାନ୍ତ୍ୱନା ଓ ଭରସାବାଣୀ ଶୁଣାଇଥିଲେ । ଅନେକେ ଯେଉଁମାନେ ଏହି ଜୀବନପଥର ଗଳ୍ପ ପାଠ କରନ୍ତି ସେମାନଙ୍କ ପ୍ରତି ଏହି ସ୍ଵର୍ଗୀୟ ଦର୍ଶନ ପୁନର୍ବାର ପ୍ରକାଶିତ ହେଉ । ଖ୍ରୀପ 3.4

ପ୍ରକାଶକ ବୃନ୍ଦ